Below header

ବହୁ ବାଧାବିଘ୍ନ ସହି ୯ ବର୍ଷରେ ପହଞ୍ଚିଛି କଳିଙ୍ଗ ଟିଭି, ନୀର୍ଭିକତାର ସହ ଖବର ପ୍ରସାରଣ କରି ଲୋକଙ୍କ ପ୍ରିୟ ପାତ୍ର ହୋଇପାରିଛି

ପ୍ରତିଷ୍ଠାତାଙ୍କ ତିନି ଗୁରୁମନ୍ତ୍ରକୁ ନେଇ ଦର୍ଶକଙ୍କ ପାଖରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ସକାରାତ୍ମକ, ଗଠନମୂଳକ, ବାସ୍ତବବାଦୀ ମନ୍ତ୍ର ଉପରେ ଠିଆ ହୋଇଛି କଳିଙ୍ଗ ଟିଭି ।

କେନ୍ୟୁଜ୍(ବ୍ୟୁରୋ): ପାହାଚ ପରେ ପାହାଚ ଅତିକ୍ରମ କରି ଆଜି ୯ ବର୍ଷରେ ପହଞ୍ଚିଛି କଳିଙ୍ଗ ଟିଭି । ଆଜି କଳିଙ୍ଗ ଟିଭି ପାଳନ କରିଛି ନବମ ପ୍ରତିଷ୍ଠା ଦିବସ । ଏହି ଅବସରରେ କଳିଙ୍ଗ ଟିଭିର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ବିଭିନ୍ନ ବିଭାଗର ମନ୍ତ୍ରୀ, ବହୁ ବିଧାୟକ ଓ ସାଂସଦ ଯୋଗଦେଇ ଅନୁଷ୍ଠାନର ଭୂୟସୀ ପ୍ରଶଂସା କରିଛନ୍ତି । ପ୍ରତିଷ୍ଠାତାଙ୍କ ତିନି ଗୁରୁମନ୍ତ୍ରକୁ ନେଇ ଦର୍ଶକଙ୍କ ପାଖରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ସକାରାତ୍ମକ, ଗଠନମୂଳକ, ବାସ୍ତବବାଦୀ ମନ୍ତ୍ର ଉପରେ ଠିଆ ହୋଇଛି କଳିଙ୍ଗ ଟିଭି ।

ନିରପେକ୍ଷ ଗଣମାଧ୍ୟମ ଓ ସାଧାରଣ ଲୋକଙ୍କ ସ୍ୱର ଭାବେ ଖୁବ କମ ଦିନରେ ପ୍ରଥମ ପ୍ରସନ୍ଦ ପାଲଟିଛି କଳିଙ୍ଗ ଟିଭି । ଅତିରଞ୍ଜିତ ଖବର ଠାରୁ ବହୁ ଦୂରରେ କଳିଙ୍ଗ ଟିଭି ବୋଲି କହିଥିଲେ ଆମନ୍ତ୍ରିତ ଅତିଥି । ନୀର୍ଭିକତାର ସହ ଖବର ପ୍ରସାରଣ କରି ଲୋକଙ୍କ ସ୍ୱର ହୋଇପାରିଛି କଳିଙ୍ଗ ଟିଭି । ନିରପେକ୍ଷତାର ସହ ଖବର ପ୍ରସାରଣକୁ ପ୍ରଶଂସା କରିଛନ୍ତି ଅତିଥି । ସ୍ୱତନ୍ତ୍ର ଶୈଳୀରେ ଖବର ପରିବେଷଣ ଯୋଗୁ କଳିଙ୍ଗ ଟିଭି ଗାଁ ଗାଁରେ ଲୋକପ୍ରିୟତା ବଜାୟ ରଖିପାରିଛି ।

ସତ୍ୟ ଓ ନିର୍ଭୀକ ଖବର ପ୍ରସାରଣ ଦିଗରେ କଳିଙ୍ଗ ଟିଭି ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତବ୍ୟକ୍ତ କରିଥିଲେ ଅତିଥି । କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଥିଲେ, ଟିଆରପି ପଛରେ କଳିଙ୍ଗ ଟିଭି କେବେ ନାହିଁ । ସଠିକ ଖବର ପ୍ରସାରଣ ଉପରେ କଳିଙ୍ଗ ଟିଭି ଗୁରୁତ୍ୱ ଦିଏ ବୋଲି କହିଥିଲେ ଡ. ଅଚ୍ୟୁତ ସାମନ୍ତ । ଯାହା ବାସ୍ତବ ଘଟଣା, ତାକୁ ପରିବେଷଣ କରେ ।

କଳିଙ୍ଗ ଟିଭିକୁ ଦେଖି ରାତିରେ ଶାନ୍ତିରେ ଶୋଇଥାଉ ବୋଲି କହିଛନ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥି । ଏହି ଅବସରରେ ସଠିକ୍‌ ଖବର କଳିଙ୍ଗ ଟିଭି ଦେଖାଇଥାଏ ବୋଲି ନିଜ ବକ୍ତବ୍ୟରେ କହିଥିଲେ କଳିଙ୍ଗ ଟିଭିର ଉପଦେଷ୍ଟା ତଥା SRFTI ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ । କଳିଙ୍ଗ ଟିଭିର ୯ ବର୍ଷ ଯାତ୍ରା ଉପରେ ଆଲୋକପାତ କରିଥିଲେ ମୁଖ୍ୟ ସମ୍ପାଦକ ସୌମ୍ୟଜିତ୍‌ ପଟ୍ଟନାୟକ । ଦାୟିତ୍ୱ ସମ୍ପନ୍ନ ଗଣମାଧ୍ୟମ ହିସାବରେ ଆମେ କେବେବି ଲକ୍ଷ୍ୟଚ୍ୟୁତ ହୋଇନାହୁଁ ବୋଲି ନିଜ ବକ୍ତବ୍ୟରେ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.