Below header

ଝାଡଖଣ୍ଡ ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ, ୬ଟି ଜିଲ୍ଲାର ୧୩ଟି ବିଧାନସଭା ଆସନରେ ଚାଲିଛି ଭୋଟଗ୍ରହଣ

ଝାଡଖଣ୍ଡ: ଚାଲିଛି ଝାଡଖଣ୍ଡ ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ । ୬ଟି ଜିଲ୍ଲାର ୧୩ଟି ବିଧାନସଭା ଆସନରେ କଡା ସୁରକ୍ଷା ମଧ୍ୟରେ ଚାଲିଛି ଭୋଟଗ୍ରହଣ । ୩ହଜାର ୯୦୬ଟି ବୁଥରେ ସକାଳ ୭ଟାରୁ ଲମ୍ବା ଲାଇନରେ ଭୋଟର ମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି । ଅପରାହ୍ନ ୩ଟାରେ ଭୋଟଦାନ ଶେଷ ହେବ। ପ୍ରଥମ ପର୍ଯ୍ୟାୟରେ ୧୮୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢଥିବା ବେଳେ ୩୭ ଲକ୍ଷ ୮୩ ହଜାର ୫୫ ଜଣ ଭୋଟର ମତଦାନ ସାବ୍ୟସ୍ତ କରୁଛନ୍ତି । ଦୁର୍ଗମ ଅଞ୍ଚଳକୁ ହେଲିକପ୍‌ଟର ଯୋଗେ ପୋଲିଂ ଅଧିକାରୀଙ୍କୁ ଛଡ଼ାଯାଇଛି। ଝାଡଖଣ୍ଡରେ ୫ଟି ପର୍ଯ୍ୟାୟରେ ମତଦାନ ହେଉଛି। ଡିସେମ୍ବର ୨୩ ତାରିଖରେ ଭୋଟ ଗଣତି ହେବ। ଏଠାରେ କଂଗ୍ରେସ, ଜେଏମ୍‌ଏମ୍‌ ଓ ରାଷ୍ଟ୍ରୀୟ ଜନତା ଦଳ ମହାଗଠବନ୍ଧନ ସହ ବିଜେପିର କଡା ଟକ୍କର ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.