Below header

ଶୀତ ଦିନରେ ବ୍ରେକଫାଷ୍ଟ ପାଇଁ ପ୍ରସ୍ତୁତ କରନ୍ତୁ ‘ମକାଇ କା ଚିଲ୍ଲା’, ମିନିଟ୍‌ରେ ହେବ ପ୍ରସ୍ତୁତ

ଶୀତଦିନରେ ସକାଳୁ ଜଲଦି ନ ଉଠି ପାରିବା କାରଣରୁ ଜଳଖିଆ ଖାଇହୁଏ ନାହିଁ। ଯାହା ସ୍ୱାସ୍ଥ୍ୟପାଇଁ ହାନିକାରକ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ରେସିପୀ ବିଷୟରେ ଜଣାଇବୁ, ଯାହା ମାତ୍ର କେଇ ମିନିଟ୍‌ ମଧ୍ୟରେ ତିଆରି ହୋଇଯିବ। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ‘ମକାଇ କା ଚିଲ୍ଲା’।

ଆବଶ୍ୟକ ସାମଗ୍ରୀ :

୧ କପ୍‌ ମିଠା ମକା

୧ଟା ପିଆଜ

୧ ଚାମଚ ତେଲ

ଲୁଣ ସ୍ୱାଦନୁସାରେ

୧ ଟି କଟା ହୋଇଥିବା କଂଚାଲଙ୍କା

୨ ଚାମଚ ବେସନ

ଅଧ ଚାମଚ ଅଦା

corn chiil

ପ୍ରସ୍ତୁତି ପ୍ରଣାଳୀ :

ଏହି ସ୍ୱାଦିଷ୍ଟ ବ୍ରେକ୍‌ଫାଷ୍ଟ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗ୍ରାଇଂଣ୍ଡରେ ମିଠା ମକାର ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ। ଏହାକୁ ଆପଣ ପତଳା ଆଣ ନ କରି ଅଳ୍ପ ପାଣି ଦେଇ ପେଷ୍ଟ କରନ୍ତୁ। ଏହାକୁ ଏକ ପାତ୍ରରେ କାଢିବା ପରେ ସେଥିରେ ବେସନ, କଟା ଲଙ୍କା, କଟା ହୋଇଥିବା ପିଆଜ, ଲୁଣ, ଅଦା ମିଶାଇ ଦିଅନ୍ତୁ । ଏବେ ଏହାକୁ ଅଳ୍ପ ପାଣି ଦେଇ ଭଲ ଭାବେ ମିଶାଇ ଦିଅନ୍ତୁ। ତା’ ପରେ ଏକ ପ୍ୟାନ୍‌ରେ ଅଳ୍ପ ତେଲ ପକାଇ ତା ଉପରେ ଏହି ପ୍ରସ୍ତୁତ ଆଣକୁ ପିଠା କରିବା ଭଳି ବନାଇ ଦିଅନ୍ତୁ। ଏହାକୁ ଦୁଇ ପାଖରୁ ଭଲ ଭାବେ ସେକି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ମକାଇ କା ଚିଲ୍ଲା’। ଆପଣ ଏହାକୁ ଟମାଟୋ କିମ୍ବା ଚିଲ୍‌ ସସ୍‌ ସହ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.