Below header

ଅଯୋଧ୍ୟା ରାମ ମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ, ଆହୁରି ଲଗାଯିବ ୧୩ଟି କବାଟ

ରାମ ମନ୍ଦିରର ଏପରି ଚିତ୍ର ସାମ୍ନାକୁ ଆସିଛି । ଯାହା ଦେଖି ସନାତନ ଧର୍ମର ସମସ୍ତ ଲୋକଙ୍କ ହୃଦୟ ଗର୍ବରେ ଫୁଲି ଉଠିବ । ଆଜି ରାମ ଲାଲାଙ୍କ ମନ୍ଦିରର ମୁଖ୍ୟ ଦ୍ୱାରରେ ଲାଗିଛି ସୁନା କବାଟ ।

ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଅଯୋଧ୍ୟା ଉତ୍ସବ ମୁଖର। ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରମୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ଦିନ ପୂରା ଅଯୋଧ୍ୟା । ତେବେ ଏହାରି ଭିତରେ ଅଯୋଧ୍ୟାରୁ ରାମ ମନ୍ଦିରର ଏପରି ଚିତ୍ର ସାମ୍ନାକୁ ଆସିଛି । ଯାହା ଦେଖି ସନାତନ ଧର୍ମର ସମସ୍ତ ଲୋକଙ୍କ ହୃଦୟ ଗର୍ବରେ ଫୁଲି ଉଠିବ ।
ଆଜି ରାମ ଲାଲାଙ୍କ ମନ୍ଦିରର ମୁଖ୍ୟ ଦ୍ୱାରରେ ଲାଗିଛି ସୁନା କବାଟ । ଏହି ଦୃଶ୍ୟ ଦେଖିବା ପରେ ଲୋକଙ୍କ ଖୁସିର କୌଣସି ସୀମା ନାହିଁ । ତେବେ ରାମ ମନ୍ଦିରରେ ଏହିପରି ମୋଟ୍‌ ୧୩ଟି କବାଟ ଲଗାଯିବ ।

ଶ୍ରୀରାମ ମନ୍ଦିର ଚୂଡ଼ାରେ ଲାଗିବ ଧ୍ୱଜଦଣ୍ଡ। ଗତକାଲି ଅଯୋଧ୍ୟାରେ ପହଞ୍ଚିଛି ଧ୍ୱଜ ଦଣ୍ଡ । ଅହମଦାବାଦ ଗୋଟାରୁ ୭ଟି ଧ୍ୱଜଦଣ୍ଡ ଆସିଛି । ଗୋଟିଏ ଧ୍ୱଜଦଣ୍ଡ ୪୪ ଫୁଟର ହୋଇଥିବା ବେଳେ ବାକି ୬ଟି ଧ୍ୱଜଦଣ୍ଡ ୨୦ ଫୁଟ୍ ଲେଖାଏ ରହିଛି। ୪୪ ଫୁଟର ଧ୍ୱଜଦଣ୍ଡକୁ ଶିଖର ଧ୍ୱଜଦଣ୍ଡ ବୋଲି କୁହାଯାଉଛି । ମୁଖ୍ୟ ମନ୍ଦିରରେ ଲାଗିବାକୁ ଥିବା ଧ୍ୱଜଦଣ୍ଡର ଉଚ୍ଚତା ୪୪ ଫୁଟ୍ ଥିବା ବେଳେ ଏହାର ଓଜନ ୫ ଟନ୍ ରହିଛି।

ମୁଖ୍ୟ ଗର୍ଭଗୃହରେ ଭଗବାନ ଶ୍ରୀ ରାମ ଏବଂ ତାଙ୍କ ବାଲ୍ୟକାଳର ରୂପ ରହିବ । ମନ୍ଦିରରେ ୫ ଟି ମଣ୍ଡପ ରହିବ। ଏଥିମଧ୍ୟରେ ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ, ସଭା ମଣ୍ଡପ , ପ୍ରାଥନା ମଣ୍ଡପ ଏବଂ କୀର୍ତ୍ତନ ମଣ୍ଡପ ରହିବ । ସ୍ତମ୍ଭ ଏବଂ କାନ୍ଥରେ ସମସ୍ତ ଦେବତା, ଏବଂ ଦେବୀଙ୍କ ମୂର୍ତ୍ତି ଖୋଦିତ ହୋଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.