Below header

ମାଛର ଦାମ୍‌ ସାଢ଼େ ୫ ଲକ୍ଷ : ବଦଳିଲା ଦୁଇ ଭାଇଙ୍କ ଭାଗ୍ୟ

ମୁମ୍ବାଇ : କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି । ଏମିତି ଏକ ଘଟଣାରେ ଦୁଇ ମତ୍ସ୍ୟଜୀବୀ ଭାଇଙ୍କ ଭାଗ୍ୟ ବଦଳାଇ ଦେଇଛି ଏକ ବିରଳ ମାଛ । ମାଛଟି ବିକ୍ରି ହୋଇଛି ସାଢ଼େ ୫ ଲକ୍ଷ ଟଙ୍କାରେ । ମୁମ୍ବାଇର ଦୁଇ ଭାଇ ମହେଶ ମେହେର ଓ ଭାରତ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ । ଜୀବନରେ କେବେ ଦେଖି ନଥିବା ବିରଳ ଘୋଲ ମାଛ ସେମାନଙ୍କ ଜାଲରେ ପଡ଼ିଥିଲା । ଯାହାର ଓଜନ ପ୍ରାୟ ୩୦ କେଜି । ଏହି ମାଛରୁ ବିଭିନ୍ନ ପ୍ରକାର ଔଷଧ ତିଆରି ହୁଏ । ଦୁଇ ଭାଇ ଘୋଲ ମାଛ ଧରି କୂଳରେ ଆସି ପହଞ୍ଚିବା ପୂର୍ବରୁ ଏହି ଖବର କିନ୍ତୁ ଆସି ପହଞ୍ଚି ଯାଇଥିଲା ସାରା ମୁମ୍ବାଇରେ ।

ଦୁଇ ଭାଇଙ୍କ ଡଙ୍ଗା କୂଳରେ ଲାଗିବା ପରେ ଆରମ୍ଭ ହୋଇ ଯାଇଥିଲା ମାଛର ନିଲାମି । ଶେଷରେ ମାଛଟି ବିକ୍ରି ହୋଇଥିଲା ସାଢ଼େ ୫ ଲକ୍ଷ ଟଙ୍କାରେ । ଏକାଥରେ ଏତେ ଟଙ୍କା ପାଇ ଦୁଇ ଭାଇ ଭାରି ଖୁସି । ସେମାନେ ଏହି ଟଙ୍କାରେ ନିଜର ଡଙ୍ଗା ଓ ଜାଲର ମରାମତି କରିବେ ଏବଂ ନିଜ ଆର୍ଥିକ ସ୍ଥିତି ମଜବୁତ କରିବେ ବୋଲି କହିଛନ୍ତି । ଭାରତ ଓ ପାକିସ୍ତାନ ସମେତ ସିଙ୍ଗାପୁର, ଇଣ୍ଡୋନେସିଆରେ ଏହି ମାଛ ଦେଖାଯାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.