ସୁଇମିଂ ପୁଲ୍‌ରେ ଗାଧୋଇବା ଏହି ବ୍ୟକ୍ତିଙ୍କୁ ପଡ଼ିଲା ମହଙ୍ଗା, ଜୀବାଣୁ ଖାଇଗଲେ ମାଂସ, କାମ କରୁନି କିଡ୍‌ନୀ

ଆପଣ କେବେ ଭାବିଛନ୍ତି କି? ସୁଇମିଂ ପୁଲ୍‌ରେ ଗାଧୋଇବା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି କେତେ ଭାରି ପଡ଼ିପାରେ? ହଁ, ଆଜି ଆମେ ଆପଣଙ୍କୁ ଚକିତ କଲା ଭଳି ଏକ କଥା କହିବାକୁ ଯାଉଛି। କଥାଟି ହେଲା, ୫୦ ବର୍ଷୀୟ ବ୍ୟକ୍ତି ଡେବିଟ୍‌ଙ୍କୁ ନିଜର ଦୁଇ ପିଲାଙ୍କ ସହ ସୁଇମିଂ ପୁଲ୍‌ରେ ଗାଧୋଇବା ବେଶ୍‌ ଭାରି ପଡ଼ିଛି। ପୁଲ୍‌ରେ ଗାଧୋଇବା ଯୋଗୁ ଡେବିଟ୍‌ଙ୍କୁ କେବଳ ଯେ ସେହି ସମୟରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ନ ଥିଲା, ବରଂ ତାଙ୍କର ୩ ତିନିଥର ସର୍ଜରୀ ମଧ୍ୟ ହୋଇସାରିଛି।

ଆୟରଲ୍ୟାଣ୍ଡରେ ଫ୍ଲୁର ଲକ୍ଷଣ ଦେଖାଯିବା କାରଣରୁ ଡେବିଟ୍‌ଙ୍କୁ ଫ୍ଲୋରିଡା ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଯାଞ୍ଚ ପରେ ଜଣାପଡ଼ିଥିଲା କି, ତାଙ୍କୁ ଏ. ଷ୍ଟ୍ରେପ୍ଟୋକୋକସ୍‌ର ଫ୍ଲେଶ୍‌-ଇଟିଂଙ୍ଗ୍‌ ଡିଜିଜ୍‌ ହୋଇଛି। ଏଥିରେ ମାଂସଗ୍ରାସୀ ଜୀବାଣୁ ତାଙ୍କ ଶରୀରର ଚମଡ଼ାକୁ ଏତେ ଖରାପ କରିଦେଇଥିଲେ ଯେ ୨୫ ପ୍ରତିଶତ ସ୍କିନ୍‌କୁ ଡାକ୍ତର ସର୍ଜରୀ ମାଧ୍ୟମରେ ବାହାର କରିଥିଲେ। ଡେବିଟ୍‌ଙ୍କ ଖରାପ ତ୍ୱଚାକୁ ବାହାର କରିବା ପାଇଁ ଡାକ୍ତରଙ୍କ ଦ୍ୱାରା ୩ଟି ଅଲଗା ଅଲଗା ପ୍ରକାର ସର୍ଜରୀ କରାଯାଇଥିଲା। କେବଳ ଏତିକି ନୁହେଁ, ଡେବିଟ୍‌ଙ୍କ କିଡ୍‌ନୀ ମଧ୍ୟ ଫେଲ୍‌ ହୋଇଯାଇଛି, କିନ୍ତୁ ବ୍ଲଡ୍‌ ପ୍ରେସର ଏବଂ ଲିଭର ବିପଦମୁକ୍ତ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.