Below header

ଜମ୍ମୁ କାଶ୍ମୀର: ବୈଶାଖୀ ଉତ୍ସବ ଚାଲିଥିବା ବେଳେ ଭୁଶୁଡ଼ି ପଡ଼ିଲା ଫୁଟ୍‌ଓଭର ବ୍ରିଜ୍‌, ୨୦ରୁ ଅଧିକ ଭକ୍ତ ଆହତ

ଜମ୍ମୁ କାଶ୍ମୀରରେ ଘଟିଛି ବଡ଼ ଦୁର୍ଘଟଣା। ବୈଶାଖୀ ଉତ୍ସବ ଚାଲିଥିବା ବେଳେ ଭୁଶୁଡ଼ି ପଡ଼ିଛି ଫୁଟ୍‌ଓଭର ବ୍ରିଜ୍‌। ଉଧମପୁରର ଚେନାନୀ ବ୍ଲକ ଅନ୍ତର୍ଗତ ବ୍ୟାନ୍‌ ଗାଁର ବେନି ସଙ୍ଗମରେ ବୈଶାଖୀ ଉତ୍ସବ ବେଳେ ଏହି ଦୁର୍ଘଟଣା ଘଟିଛି।

ଜମ୍ମୁ କାଶ୍ମୀରରେ ଘଟିଛି ବଡ଼ ଦୁର୍ଘଟଣା। ବୈଶାଖୀ ଉତ୍ସବ ଚାଲିଥିବା ବେଳେ ଭୁଶୁଡ଼ି ପଡ଼ିଛି ଫୁଟ୍‌ଓଭର ବ୍ରିଜ୍‌। ଉଧମପୁରର ଚେନାନୀ ବ୍ଲକ ଅନ୍ତର୍ଗତ ବ୍ୟାନ୍‌ ଗାଁର ବେନି ସଙ୍ଗମରେ ବୈଶାଖୀ ଉତ୍ସବ ବେଳେ ଫୁଟ୍‌ଓଭର ବ୍ରିଜ୍‌ ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ଅନେକ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟ ଚାଲିଛି।

ପୋଲିସ ଏବଂ ଅନ୍ୟ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଉଧମପୁର ଏସ୍‌ଏସ୍‌ପି ଡ. ବିନୋଦ କହିଛନ୍ତି ଯେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଉଧମପୁରର ବେନି ସଙ୍ଗମରେ ବୈଶାଖୀ ମେଳା ଚାଲିଥିବା ବେଳେ ଦେବିକା ଉପରେ ତିଆରି ବ୍ରିଜଟି ହଠାତ୍‌ ଭୁଶୁଡି ପଡିଥିଲା। ବ୍ରିଜ୍‌ ଭୁଶୁଡ଼ିବା କାରଣରୁ ଲୋକେ ଭୟଭୀତ ହୋଇ ଏଣେତେଣେ ଦୌଡ଼ାଦୌଡ଼ି କରିଥିଲେ। ସୂଚନାଥାଉ କି, ବୈଶାଖୀ ଅବସରରେ ଏଠାରେ ଭକ୍ତଙ୍କ ଭିଡ ଜମିଥିଲା। ଏହି ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨୦ରୁ ୨୫ ଜଣ ଭକ୍ତ ଆହତ ହୋଇଥିବା ସୂଚନା ରହିଛି। ବର୍ତ୍ତମାନ କାହାର ଅବସ୍ଥା ଗୁରୁତର ନାହିଁ।

ଘଟଣାସ୍ଥଳରେ ଆମ୍ବୁଲାନ୍ସ ଉପସ୍ଥିତ ରହିଛି ଏବଂ ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଉଛି। ଆହତମାନଙ୍କୁ ଚିକିତ୍ସା ପାଇଁ CHC ଚେନାନୀ ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.