ସରକାର ଆଣିଲେ ଜବରଦସ୍ତ ସ୍କିମ୍‌, ଏସି କୁଲର ଫ୍ୟାନ୍‌ ସବୁକିଛି ଚାଲିବ ମାଗଣାରେ

ଗରମ ଦିନେ ବିଜୁଳିର ବ୍ୟବହାର ଅଧିକ ହେଉଥିବା କାରଣରୁ ବିଦ୍ୟୁତ୍ ବିଲ୍ ବହୁତ ବୃଦ୍ଧି ପାଇଥାଏ । କିନ୍ତୁ ଏସି, କୁଲର୍ ଏବଂ ଫ୍ୟାନ୍ ଭଳି ଉପକରଣର ବ୍ୟବହାର ବୃଦ୍ଧି କରିବାର ଗୋଟିଏ ଉପାୟ ହେଉଛି ସୋଲାର ପ୍ୟାନେଲର ବ୍ୟବହାର ।

ଗରମ ଦିନେ ବିଜୁଳିର ବ୍ୟବହାର ଅଧିକ ହେଉଥିବା କାରଣରୁ ବିଦ୍ୟୁତ୍ ବିଲ୍ ବହୁତ ବୃଦ୍ଧି ପାଇଥାଏ । କିନ୍ତୁ ଏସି, କୁଲର୍ ଏବଂ ଫ୍ୟାନ୍ ଭଳି ଉପକରଣର ବ୍ୟବହାର ବୃଦ୍ଧି କରିବାର ଗୋଟିଏ ଉପାୟ ହେଉଛି ସୋଲାର ପ୍ୟାନେଲର ବ୍ୟବହାର । ସୋଲାର ପ୍ୟାନେଲ ହେଉଛି ଏକ ଏମିତି ପ୍ରଡକ୍ଟ, ଯାହା ସୂର୍ଯ୍ୟଙ୍କ ଶକ୍ତିର ବ୍ୟବହାର କରି ବିଦ୍ୟୁତ୍ ଉତ୍ପାଦନ କରିଥାଏ । ଏହାକୁ ଲଗାଇ ଆପଣ ଏସି, ଫ୍ୟାନ୍ ଏବଂ କୁଲର୍ ଚଲାଇ ପାରିବେ, ଯାହା ଆପଣଙ୍କର ବିଦ୍ୟୁତ୍ ବିଲ୍ ସଞ୍ଚୟ କରିବାରେ ସାହାଯ୍ୟ କରିବ ।

ସୋଲାର ପ୍ୟାନେଲକୁ ଘରର ଛାତ ଉପରେ ଲଗାଯାଇପାରିବ ଯାହା ସୂର୍ଯ୍ୟଙ୍କ ଶକ୍ତିକୁ ଧ୍ୟାନରେ ରଖି ବ୍ୟବହୃତ ହୁଏ । ଏହା ଏକ ଅତ୍ୟନ୍ତ ଉପଯୋଗୀ ଟେକିନିକ ଯାହା ବିଜୁଳି ବ୍ୟବହାରକୁ ହ୍ରାସ କରିଥାଏ ଏବଂ ଆପଣଙ୍କୁ ସ୍ୱଚ୍ଛ ଶକ୍ତି ଉତ୍ପାଦନରେ ସାହାଯ୍ୟ କରିଥାଏ । ସୋଲାର ପ୍ୟାନେଲ ନା ଆପଣଙ୍କୁ କେବଳ ବିଦ୍ୟୁତ୍ ବିଲରୁ ବଞ୍ଚାଇବ ତା ନୁହେଁ, ବରଂ ପରିବେଶ ପାଇଁ ମଧ୍ୟ ଉତ୍ତମ କାରଣ ଏହା ସ୍ୱଚ୍ଛ ଶକ୍ତି ଉତ୍ପାଦନ କରିଥାଏ ।

ସରକାର ଦେଉଛନ୍ତି ସବସିଡି

ସୋଲାର ପ୍ୟାନେଲ ଗୁଡିକର ଦାମ୍‌ ବିଷୟରେ କହିବା ତ ସାଧାରଣତଃ ଏକ ବଡ଼ ସୋଲାର ପ୍ୟାନେଲ ପାଇଁ ଦେଢ଼଼ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡେ । ତେବେ ସରକାର ଏହି ସୋଲାର ପ୍ୟାନେଲ ଉପରେ ସବସିଡି ପ୍ରଦାନ କରନ୍ତି ଯାହା ଲୋକଙ୍କୁ ଶସ୍ତା ଦାମରେ କିଣିବାରେ ସାହାଯ୍ୟ କରିଥାଏ । ଏହିପରି ୭୫ ହଜାରରୁ ୧.୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୋଲାର ପ୍ୟାନେଲ ଲଗାଯାଇ ପାରିବ । ଏହି ପ୍ୟାନେଲଗୁଡିକ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ବିଦ୍ୟୁତ୍ ବିଲ୍ କମିବା ସହିତ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଡିବ ନାହିଁ ।

ଯଦି ଆପଣ ସୋଲାର ପ୍ୟାନେଲ ଲଗାଇବାକୁ ଚାହୁଁଛନ୍ତି, ତେବେ ଆପଣ ସରକାରୀ ଯୋଜନା ଅଧୀନରେ ଡିସକମ୍ ସୋଲାର ପ୍ୟାନେଲ୍ ଅଫର୍ ପାଇବେ । ଏହାକୁ ଛାତ କିମ୍ବା ଯେକୌଣସି ଖୋଲା ସ୍ଥାନରେ ଲଗାଯାଇପାରିବ । ସୋଲାର ପ୍ୟାନେଲ ଲଗାଇବାକୁ ହେଲେ ଆପଣଙ୍କୁ ସରକାରୀ ଯୋଜନା ଅଧୀନରେ ଆବେଦନ କରିବାକୁ ହେବ।

ଏଥିପାଇଁ ଆପଣଙ୍କୁ କିଛି ଜରୁରୀ ଦସ୍ତାବିଜ୍‌ ଯେପରିକି ଆଧାର କାର୍ଡ, ପାସପୋର୍ଟ ସାଇଜ୍ ଫଟୋ, ୱାଟର ବିଲ୍ ଇତ୍ୟାଦି କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ ଦରକାର । ସବସିଡି ପାଇବା ପରେ ଆପଣ ୭୫ ହଜାରରୁ ୧.୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୋଲାର ପ୍ୟାନେଲ ଲଗାଇ ପାରିବେ । ଏହାଦ୍ୱାରା ଆପଣଙ୍କ ବିଜୁଳି ବିଲ୍‌ କମ୍‌ ଆସିବା ସହ ଆପଣଙ୍କୁ ଆଉ ହେବି ଆମାଉଣ୍ଟର ବିଜୁଳି ବିଲ୍‌ ପୈଠ କରିବାକୁ ପଡିବନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.