Below header

ଆତଙ୍କବାଦୀଙ୍କ ଭଳି ଦନ୍ତେୱାଡ଼ାରେ ନକ୍ସଲ କରିଥିବା ବଙ୍କର ଦେଖି ପୋଲିସ୍ ଛାନିଆ

ଦନ୍ତେୱାଡ଼ାରେ ରହିଛି ନକ୍ସଲ ମାନଙ୍କର ବଡ଼ ବଙ୍କର। ଯାହାକୁ ଜଙ୍ଗଲ ଭିତରେ ଠାବ କରାଯାଇଛି । ନକ୍ସଲ ଅପରେସନ ବେଳେ ଏହି ବିରାଟକାୟ ବଙ୍କରକୁ ଠାବ କରାଯାଇଛି । 

ଦନ୍ତେୱାଡ଼ା: ପଣ୍ଡ ହେଲା ନକ୍ସଲ ଯୋଜନା । ଅଳ୍ପକେ ବର୍ତ୍ତିଲେ ଯବାନ । ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ୩ଟି ସ୍ମୃତି ସ୍ତମ୍ଭ ଧ୍ବଂସ କଲେ । ଦନ୍ତେୱାଡା DRG ଯବାନ ଟେକେଲଗୁଡ଼ା ଘଟଣାରେ ସର୍ଚ୍ଚ ଅପରସେନରୁ ଫେରିବାବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ ମାଓବାଦୀ । ବୋମା ନିଷ୍କ୍ରିୟକାରୀ ଦଳ ଲ୍ୟାଣ୍ଡମାଇନ ଉଦ୍ଧାର କରିଛି । ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ତେବେ ସବୁଠାରୁ ବଡ କଥା ହେଲା ଏହି ଦନ୍ତେୱାଡ଼ାରେ ରହିଛି ନକ୍ସଲ ମାନଙ୍କର ବଡ଼ ବଙ୍କର। ଯାହାକୁ ଜଙ୍ଗଲ ଭିତରେ ଠାବ କରାଯାଇଛି । ନକ୍ସଲ ଅପରେସନ ବେଳେ ଏହି ବିରାଟକାୟ ବଙ୍କରକୁ ଠାବ କରାଯାଇଛି ।  ନକ୍ସଲଙ୍କ ଏତେ ବଡ଼ ବଙ୍କର ଦେଖି ପୁରା ଛାନିଆ ହୋଇଯାଇଛି ପୋଲିସ୍ । ଗାଜାରେ ହମାସ ଆତଙ୍କୀଙ୍କ ସୁଡ଼ଙ୍ଗ ଭଳି ମାଟି ତଳେ ସୁଡ଼ଙ୍ଗ ଓ ବଙ୍କର କରିଛନ୍ତି ନକ୍ସଲ । ଏହି ବଙ୍କରକୁ ପୋଲିସ୍ ପଥମ ଥର ପାଇଁ ଦେଖିବାକୁ ପାଇଛି ।  ଏହି ବଙ୍କର ଦନ୍ତେୱାଡ଼ା–ବୀଜାପୁର ସୀମା ମାଧ୍ୟରେ ତିଆରି କରାଯାଇଛି । ଯାହା ଖୁବ ଗଭୀର ରହିଛି ।

ତେବେ ଯାହା ଦେଖିବାକୁ ମିଳିଥିଲା କି, ଉକ୍ତ ବଙ୍କରର ଉପର ଭାଗକୁ କାଠ ଓ ମାଟିରେ ଘୋଡ଼ାଇ ରଖିଥିଲେ ନକ୍ସଲ । ଯେମିତି କାହାର ନଜର ନପଡିବ କିମ୍ବା ଯେମିତି କେହିବି ଜାଣିପାରିବେ ନାହିଁ। ତେବେ ପୋଲିସ୍ ସର୍ଚ୍ଚ ଅପରେସନ ବେଳେ ଏହି ବଙ୍କର ଠାବ କରିଛି ।

୧୩୦ ମିଟର ଲମ୍ବ ଏବଂ ଛଅ ଫୁଟ ଗଭୀର ଏହି ବଙ୍କରର ନଙ୍କଲମାନେ ରଣନୀତି ପ୍ରସ୍ତୁତ କରିଥାନ୍ତି । ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି ଯେ ପୂର୍ବରୁ ନକ୍ସଲମାନଙ୍କ ଦ୍ୱାରା ନିର୍ମିତ ଏହି ବଙ୍କର ବିଷୟରେ ଶୁଣିବାକୁ ପାଇଥିଲେ, କିନ୍ତୁ ଏହା ପ୍ରଥମ ଥର ପାଇଁ ଠାବ ହୋଇଛି । ଏହି ସୁଡ଼ଙ୍ଗରୁ ନକ୍ସଲ ପୋଲିସ୍ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି ।

ସୂଚନା ଥାଉକି, ଗତକାଲି ଛତିଶଗଡ଼ର ବସ୍ତର ଅଞ୍ଚଳରେ ବଡ଼ ଧରଣର ନକ୍ସଲ ହମଲାରେ ୩ ଜଣ ସିଆରପିଏଫ ଯବାନ ସହିଦ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଥିଲେ । ଆହତଙ୍କୁ ଜଗଦଲପୁର ଏବଂ ରାୟପୁର ହସପିଟାଲକୁ ଏୟାରଲିଫ୍ଟ କରାଯାଇଛି । ସେହିପରି ଏନକାଉଣ୍ଟରରେ ୬ଜଣ ନକ୍ସଲ ନିହତ ହୋଇଥିବା ବସ୍ତର ଆଇଜି ସୂଚନା ଦେଇଛନ୍ତି ।

ଏପଟେ ଜଣାଇ ରଖୁଛୁ କି, ଛତିଶଗଡ଼ରେ ଦନ୍ତେୱାଡ଼ା ହେଉଛି ଏକ ନକ୍ସଲ ପ୍ରଭାବିତ ଜିଲ୍ଲା । ଏହି ଜିଲ୍ଲାଟିର ଚାରିଆଡେ ଘନଜଙ୍ଗଲ ଭରି ରହିଛି । ଯାହାଫଳରେ ଏହି ଜଙ୍ଗଲ ଭିତରେ ନକ୍ସଲମାନେ ଲୁଚି ରହିଥାଆନ୍ତି । ତେବେ ଏହି ବଙ୍କର ଠାବ ହେବା ପରେ ପୋଲିସ୍ ପାଇଁ ଏହା ଚିନ୍ତା ବଢାଇଥିବାବେଳେ , ଏଭଳି ବଙ୍କର ଆଉ କେଉଁଠି ଅଛି କି ନାହିଁ ସେନେଇ ଜୋରଦାର୍ ଅପରେସନ ଜାରି ରଖାଯାଇଛି । ତେବେ ଆତଙ୍କବାଦୀଙ୍କ ଭଳି ଦନ୍ତେୱାଡ଼ାରେ ନକ୍ସଲ କରିଥିବା ସୁଡ଼ଙ୍ଗ ଦେଖି ସଭିଏଁ ତାଜୁବ୍ ହୋଇଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.