କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା ; ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ରାୟ ସଂରକ୍ଷିତ । ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଅନ୍ତରୀଣ ଅଙ୍କୁଶ ଜାରି ରହିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଫଳରେ ସେହି ସମୟ ଯାଏ ସରକାର ନିଯୁକ୍ତି ସଂକ୍ରାନ୍ତରେ ଚୂଡାନ୍ତ ନିଷ୍ପତ୍ତି ନେଇ ପାରିବେ ନାହିଁ ।

କଟକ (କେନ୍ୟୁଜ): କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ରାୟ ସଂରକ୍ଷିତ । ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଅନ୍ତରୀଣ ଅଙ୍କୁଶ ଜାରି ରହିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଫଳରେ ସେହି ସମୟ ଯାଏ ସରକାର ନିଯୁକ୍ତି ସଂକ୍ରାନ୍ତରେ ଚୂଡାନ୍ତ ନିଷ୍ପତ୍ତି ନେଇ ପାରିବେ ନାହିଁ । ପୂର୍ବରୁ ଜାନୁଆରୀ ୧୯ରେ ଜାରି ଅନ୍ତରୀଣ ଅଙ୍କୁଶ ରାୟ ଆସିବା ଯାଏ ବଳବତ୍ତର ରଖିବାକୁ କହିଛନ୍ତିକୋର୍ଟ । ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କ ଖଣ୍ଡପୀଠରେ ପୂର୍ବରୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା ଓସେପା ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା । କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାୱାରୀ ତାଲିକା ପ୍ରକାଶ କରାଯାଇଛି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା । ପୂର୍ବରୁ ଯେଉଁ ତାଲିକା ପ୍ରସ୍ତୁତ କରାଯାଇଥିଲା ତାହା ପ୍ରତ୍ୟାହାର କରାଯାଇଛି କି ନାହିଁ ସେନେଇ ହାଇକୋର୍ଟ ଜାଣିବାକୁ ଚାହିଁଥିଲେ।

ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଜିଲ୍ଲାୱାରୀ ତାଲିକା ଠିକ ଢଙ୍ଗରେ ପ୍ରସ୍ତୁତ କରାଯାଇ ନାହିଁ । ବାଲେଶ୍ବର ଜିଲ୍ଲା ପାଇଁ ପ୍ରସ୍ତୁତ ତାଲିକା ପ୍ରସଂଗରେ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଯେଉଁ ପ୍ରାର୍ଥୀ ଅନ୍ୟ ଜିଲ୍ଲାକୁ ପ୍ରଥମ ପ୍ରିଫରେନ୍ସ ଭାବେ ବାଛି ଥିଲେ ତାଙ୍କ ନାଁ ବାଲେଶ୍ବର ଜିଲ୍ଲା ସଂପର୍କିତ ତାଲିକାରେ ସ୍ଥାନ ପାଇଛି ବୋଲି ଦର୍ଶାଇଥିଲେ ଆବେଦନକାରୀ । ଏଥିସହିତ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଅତିରିକ୍ତ ସତ୍ୟପାଠ ଦାଖଲ କରାଯାଇଥିଲା । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ସହ ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ରାଜ୍ୟରେ ୧୮ ହଜାରରୁ ଉର୍ଦ୍ଧ୍ବ ଆଶାୟୀ କନିଷ୍ଠ ଶିକ୍ଷକ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଓସେପା ଏହି ପରୀକ୍ଷା ପରିଚାଳନା କରିଥିଲା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.