ପୁଣି ଆପାର୍ଟମେଣ୍ଟରୁ ସିରିଜ ଚୋରି, କବାଟ ଭାଙ୍ଗି ନେଇ ଗଲେ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା

ଅସୁରକ୍ଷିତ ଆପାର୍ଟମେଣ୍ଟ । ପୁଣି ରାଜଧାନୀରେ ଆପାର୍ଟମେଣ୍ଟରୁ ସିରିଜ ଚୋରି । ପାହାଳ ଥାନା ଭୀମପୁର କଲ୍ୟାଣୀ ହାଇଟସର ୩ଟି ପ୍ଲାଟରୁ ଚୋରି। ଘରେ କେହି ନଥିବାବେଳେ କବାଟ ଭାଙ୍ଗି ଲୁଟିନେଲେ ଲୁଟେରା । ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା ସହ ଲୁଟି ନେଇଛନ୍ତି ୧୫ ହଜାର ଟଙ୍କା ।

ଭୁବନେଶ୍ୱର (କେନ୍ୟୁଜ): ଅସୁରକ୍ଷିତ ଆପାର୍ଟମେଣ୍ଟ । ପୁଣି ରାଜଧାନୀରେ ଆପାର୍ଟମେଣ୍ଟରୁ ସିରିଜ ଚୋରି । ପାହାଳ ଥାନା ଭୀମପୁର କଲ୍ୟାଣୀ ହାଇଟସର ୩ଟି ପ୍ଲାଟରୁ ଚୋରି। ଘରେ କେହି ନଥିବାବେଳେ କବାଟ ଭାଙ୍ଗି ଲୁଟିନେଲେ ଲୁଟେରା । ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା ସହ ଲୁଟି ନେଇଛନ୍ତି ୧୫ ହଜାର ଟଙ୍କା ।

ସିସିଟିଭିରେ କଏଦ ହୋଇଛି ଚୋରି ବେଳର ଦୃଶ୍ୟ । ଏନେଇ ପାହାଳ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆପାର୍ଟମେଣ୍ଟରେ ସିକ୍ୟୁରିଟି ଗାର୍ଡ ଥିଲେ ମଧ୍ୟ କିପରି ଚୋରି ହେଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।