ICICI ବ୍ୟାଙ୍କ ଓ ଭିଡିଓକନ କମ୍ପାନୀ ମନି ଲଣ୍ଡ୍ରିଙ୍ଗ ମାମଲା, ଗିରଫ ହେଲେ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚର

କେନ୍ୟୁଜ୍(ବ୍ୟୁରୋ):  ICICI ବ୍ୟାଙ୍କ ଓ ଭିଡିଓକନ୍ ଗ୍ରୁପ୍ ମଧ୍ୟରେ ହୋଇଥିବା ଚୁକ୍ତିରେ ଅର୍ଥ ହେରଫେର ଅଭିଯୋଗରେ ବ୍ୟବସାୟୀ ଦୀପକ କୋଚରଙ୍କୁ ଗିରଫ କଲା ଇଡି।  ଦୀପକ କୋଚର ହେଉଛନ୍ତି   ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କ ସ୍ୱାମୀ।  ଗିରଫ ହେବା ପୂର୍ବରୁ ଆଜି ମଧ୍ୟାହ୍ନରୁ ତାଙ୍କୁ ଇଡି ମନି ଲଣ୍ଡରିଂ ମାମଲାରେ  ପଚରାଉଚରା କରିଥିଲା ।

ଆଇସିସିଆଇ ବ୍ୟାଙ୍କ ଦ୍ୱାରା ୧୮୭୫ କୋଟି ଋଣ ମଞ୍ଜୁର କରିବାରେ ଅନିୟମିତତା ତଥା ଦୁର୍ନୀତିଗ୍ରସ୍ତ ଘଟଣାର ତଦନ୍ତ ପାଇଁ ଅନୁସନ୍ଧାନକାରୀ ସଂସ୍ଥା ଗତ ବର୍ଷ ଆରମ୍ଭରେ  ମନି ଲଣ୍ଡରିଂ ଆକ୍ଟ (ପିଏମଏଲ୍ଏ) ଅନୁଯାୟୀ  କ୍ରମିନାଲ କେସ  ଦାୟର କରିଥିଲା  ।

ଗୁଜୁରାଟ ଭିତ୍ତିକ ଫାର୍ମାସ୍ୟୁଟିକାଲ୍ ଫାର୍ମ ଷ୍ଟର୍ଲିଂ ବାୟୋଟେକ୍ ଏବଂ ଭୂଷଣ ଷ୍ଟିଲ୍ ଗ୍ରୁପକୁ ଶ୍ରୀମତୀ କୋଚରଙ୍କ କାର୍ଯ୍ୟକାଳ ସମୟରେ ଆଇସିଆଇସିଆଇ ବ୍ୟାଙ୍କ ଦେଇଥିବା ଲୋନରେ  ଅନ୍ୟ ଦୁଇଟି ଘଟଣାକୁ  ମଧ୍ୟ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅନୁସନ୍ଧାନ କରୁଛି ।  ମନି ଲଣ୍ଡରିଂ ଅଭିଯୋଗରେ ଉଭୟଙ୍କୁ ମଧ୍ୟ ଯାଞ୍ଚ କରାଯାଉଛି

ଜାନୁୟାରୀ ୨୨,୨୦୧୯ ରେ ସିବିଆଇ ଠକେଇ, ଅପରାଧିକ ଷଡଯନ୍ତ୍ର ତଥା ଚନ୍ଦା କୋଚର, ତାଙ୍କ ସ୍ୱାମୀ ଦୀପକ କୋଚର ଏବଂ ଭିଡିଓକନ୍ ଗ୍ରୁପ୍ ପ୍ରମୋଟର ଭେନୁଗୋପାଲ ଧୋଟ୍ ଏବଂ ତାଙ୍କ କମ୍ପାନୀ – ଭିଡିଓକନ୍ ଇଣ୍ଟରନ୍ୟାସନାଲ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ବିରୋଧରେ ଏକ ଏଫ୍ଆଇଆର୍ ପଞ୍ଜିକରଣ କରିଥିଲା।

ଏହା ପରେ, ଜାନୁଆରୀ ୩୧ରେ, ଆଇସିସିଆଇ ବ୍ୟାଙ୍କ ଦ୍ବାରା କର୍ପୋରେଟ ଗ୍ରୁପକୁ ୧୮୭୫ କୋଟି ଋଣ ମଞ୍ଜୁର କରିବାରେ ଅନିୟମିତତା ତଥା ଦୁର୍ନୀତିଗ୍ରସ୍ତ ଘଟଣାର ଯାଞ୍ଚ ପାଇଁ ଇଡି ଚାନ୍ଦା ଏବଂ ଦୀପକ କୋଚର, ଧୋତ ଏବଂ ଅନ୍ୟମାନଙ୍କ ବିରୋଧରେ ଅର୍ଥ ହେରଫେର ମାମଲା ଦାୟର କରିଥିଲା।

 

You might also like