Below header

୮୪ ଦଙ୍ଗା ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା ପୂର୍ବତନ ବିଧାୟକ ମହେନ୍ଦ୍ର ଯାଦବଙ୍କ କରୋନାରେ ମୃତ୍ୟୁ, ସଂକ୍ରମଣରେ ଦୁଇ କଏଦୀଙ୍କ ଜୀବନ ଗଲା

ଦିଲ୍ଲୀ : ୧୯୮୪ ମସିହା ଦଙ୍ଗା ମାମଲରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ ଦଣ୍ଡ ଭୋଗୁଥିବା ପୂର୍ବତନ ବିଧାୟକ ମହେନ୍ଦ୍ର ଯାଦବ(୭୦)ଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଯାଇଛି । ମହେନ୍ଦ୍ର ଯାଦବ ପାଲମ୍‌ ବିଧାନ ସଭା କ୍ଷେତ୍ରରୁ ବିଧାୟକ ରହି ଆସିଛନ୍ତି ।

୧୯୮୪ ଦଙ୍ଗାରେ ସିବିଆଇ ଦ୍ୱାରା ଯାଞ୍ଚ କରାଯାଇଥିବା ଏକ ମାମଲରେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ସେ ୧୦ ବର୍ଷ ପାଇଁ ଜେଲ୍‌ ଦଣ୍ଡ ଭୋଗୁଥିଲେ । ମହେନ୍ଦ୍ର ଯାଦବଙ୍କ ମୃତ୍ୟୁ ପରେ ତିହାର ଜେଲ୍‌ରେ ଏହା ହେଉଛି ଦ୍ୱିତୀୟ କରୋନା ମୃତ୍ୟୁ ।

tihar-00

ତିହାର ଜେଲ୍‌ ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲ୍‌ଙ୍କ କହିବା ଅନୁଯାୟୀ ମହେନ୍ଦ୍ର ଯାଦବ ତିହାର ଜେଲ୍ର ୧୪ ନମ୍ବର ସେଲ୍‌ରେ ବନ୍ଦୀ ଥିଲେ । ଏହି ଜେଲ୍‌ରେ ୧୫ ଜୁନ୍‌ରେ ଜଣେ କଏଦୀଙ୍କ ମୃତ୍ୟୁ ହୋଇଯିବା ପରେ ତାଙ୍କ ପୋଷ୍ଟ ପୋର୍ଟମ ରିପୋର୍ଟରେ କରୋନା ଥିବା ଜଣାଯାଇଥିଲା ।

ଫଳରେ ଉକ୍ତ ସେଲ୍‌ରେ ଥିବା ୨୯ ଜଣ କଏଦୀଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେଥିରୁ ୧୭ ଜଣଙ୍କ ରିପୋର୍ଟ ପଜେଟିଭ୍‌ ଓ ୧୨ ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଜଣାଯାଇଥିଲା ।

ସପ୍ତାହ ପରେ ପୁଣି ଥରେ ଟେଷ୍ଟ କରାଯିବାରୁ ପୁଣି ୫ ଜଣଙ୍କର ରିପୋର୍ଟ ପଜେଟିଭ୍‌ ଆସିଥିଲା ଯେଉଁଥିରେ ମହେନ୍ଦ୍ରଙ୍କର ପଜେଟିଭ୍‌ ଜଣାପଡ଼ିଥିଲା । ୨୬ ଜୁନ୍‌ରେ ମହେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ୪ ଜୁଲାଇରେ ମହେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିବା ଜେଲ୍‌ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.