ଚାନ୍ଦବାଲି: ଉତ୍କର୍ସ ସେବା ପାଇଁ ୭୫ ଜଣ କରୋନା ଯୋଦ୍ଧାଙ୍କୁ ପବିତ୍ରା ଦେବୀ ସେବିକା ସମ୍ମାନରେ କରାଗଲା ସମ୍ମାନିତ

ଚାନ୍ଦବାଲି(କେନ୍ୟୁଜ୍):  ଭଦ୍ରକ ଜିଲ୍ଲା ପିରାହାଟ ରେ ୭୫ ଜଣ କରୋନା ଯୋଦ୍ଧାଙ୍କୁ ପ୍ରଦେଶ ସେବା ସଂଗଠନ ତରଫରୁ ପବିତ୍ରା ଦେବୀ ସେବିକା ସମ୍ମାନରେ ସମ୍ମାନିତ କରାଯାଇଛି । ମହାମାରି କରୋନା ଯୁଦ୍ଧରେ ଆଶା କର୍ମୀ ମାନେ ନିଜର ଜୀବନକୁ ବାଜି ଲଗାଇ ସରକାରଙ୍କ ନିର୍ଦ୍ଦେଶରେ ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛନ୍ତି। କ୍ବାରେନଣ୍ଟାଇନ ଠାରୁ ଆରମ୍ଭ କରି କଣ୍ଟେନମେଣ୍ଟଜୋନକୁ ନିଜ ଜୀବନକୁ ବିପଦରେ ପକାଇ କାମ କରିବା ସହ କରୋନା ଯୁଦ୍ଧରେ ପ୍ରମୁଖ ଯୋଦ୍ଧା ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି।

asakarmi1

ତେଣୁ ଆଶା କର୍ମୀଙ୍କୁ କାମକୁ ପ୍ରଶଂସା କରିବା ସହ ସମ୍ମାନ ଜଣାଇ ପିରାହାଟ ସମେତ ଆଖପାଖ ୧୦ ପଞ୍ଚାୟତର ୭୫ ଜଣ ଆଶା କର୍ମୀଙ୍କୁ ପୂଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସୁଶାନ୍ତ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପିରାହାଟ ଫାଣ୍ଡି ଅଧିକାରୀ, ସମ୍ମାନିତ ଅତିଥି ଭାବେ କଳିଙ୍ଗ ଟିଭିର ଚାନ୍ଦବାଲି ପ୍ରତିନିଧି ଦେବାଶିଷ ପାଢୀ , ପିରାହାଟ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ପ୍ରମୁଖ ଯୋଗଦାନ କରି କୋଭିଡ-୧୯ର ସବୁ ନିୟମକୁ ମାନି ଚଳିବାକୁ ସହ ସରକାରୀ ନିର୍ଦ୍ଦେଶ କୁ ପାଳନ କରିବାକୁ ଅତିଥି ମାନେ ମତବ୍ଯକ୍ତ କରିଥିଲେ। ତାହାସହ ୭୫ ଜଣ ଆଶା କର୍ମୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଅତିଥି ମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.