କରୋନା ପାଇଁ ଆଉ ହେବନାହିଁ ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ର ଟ୍ରାଏଲ, ରୋକ ଲଗାଇଲା WHO

କେନ୍ୟୁଜ୍(ବ୍ୟୁରୋ):  କରୋନା ଚିକିତ୍ସା ପାଇଁ ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ ଉପରେ ରୋକ ଲଗାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ସେହିପରି ଏଚଆଇଭି ଡ୍ରଗ୍‌ ଲୋପିନାଭିର ରିଟୋନାଭିର ଟ୍ରାଏଲ ପାଇଁ ମଧ୍ୟ ମନା କଲା WHO । ମୃତ୍ୟୁ ହାର କମାଇବାରେ ଫଳପ୍ରଦ ହେଉ ନଥିବାରୁ ଏହି ଦୁଇ ଔଷଧର ଆଉ ଟ୍ରାଏଲ୍‌ ନକରିବାକୁ କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଠନ ।

rito navir

କୋଭିଡ -୧୯ ଚିକିତ୍ସା ପାଇଁ ଅନ୍ୟ ଔଷଧ ମଧ୍ୟରେ ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ର ବିଶ୍ୱବ୍ୟାପୀ ଟ୍ରାଏଲ ହେଉଥିଲା । ଅଧିକାଂଶ ଦେଶ ଏହାର ବ୍ୟବହାର କରୁଥିଲେ । ତୁଳନାତ୍ମକ ଭାବେ ଏହା ମୃତ୍ୟୁହାର କମ କରିପାରୁନଥିବା କହିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । ତେବେ ମେଡିକାଲରେ ଭର୍ତ୍ତି ହୋଇଥିବା କୋଭିଡ-୧୯ ରୋଗୀଙ୍କୁ ଏହି ଔଷଧ ନଦେବାକୁ କହିଛି WHO ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.