Below header

ଆଜି ଦିଲ୍ଲୀରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ: ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ହେବ ଶେଷକୃତ୍ୟ । ଆଜି ଦିନ ୨ଟା ୩୦ରେ ଦିଲ୍ଲୀରେ ହେବ ଶେଷକୃତ୍ୟ ସଂପନ୍ନ ।  ଗତକାଲି ୮୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପ୍ରଣବ । ତାଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଏହି ୭ ଦିନ ଜାତୀୟ ପତାକା ଅର୍ଦ୍ଧ ନମିତ ରହିବ । ପ୍ରଣବଙ୍କ ଦେହାନ୍ତ ସହ ରାଜନୀତିରେ ଏକ ଯୁଗର ଅବସାନ ଘଟିଛି । ସାରା ଦେଶ ତାଙ୍କୁ ଝୁରୁଛି ।

ତାଙ୍କ ଦେହାନ୍ତରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀ, ସାଂସଦ ଓ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। କଂଗ୍ରେସ କହିଛି, ଚିର ସ୍ମରଣୀୟ ରହିବେ ପ୍ରଣବ ମୁଖାର୍ଜୀ । ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଟ୍ଵିଟ୍‌ କରି ଶୋକ ପ୍ରକାଶ କରିଛନ୍ତି । ଗତ କିଛି ଦିନ ହେବ ସେ କୋମାରେ ଥିଲେ । ଅଗଷ୍ଟ ୧୦ ତାରିଖରେ ମସ୍ତିଷ୍କରେ ରକ୍ତ ଜମାଟ ଯୋଗୁ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ପ୍ରଣବ ମୁଖାର୍ଜୀ । ବ୍ରେନ୍‌ ସର୍ଜରୀ ପରେ ସେ କୋମାରେ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.