ଲଘୁଚାପ ଆଣୁଛି ବର୍ଷା, ଅସହ୍ୟ ଗୁଳୁଗୁଳିରୁ ମିଳିବ କି ତ୍ରାହି ?

ଭୁବନେଶ୍ୱର : ତାତି ଆଉ ଗୁଳୁଗୁଳିରେ ଜଳୁଛି ସାରା ଓଡ଼ିଶା । ତାହା ପୁଣି ଭାଦ୍ରବ ମାସ ଓ ଅଗଷ୍ଟ ଶେଷ ଭାଗରେ । ଅସହ୍ୟ ଗୁଳୁଗୁଳିରେ ଲୋକେ ଆଉଟୁ ପାଉଟୁ ହେଉଛନ୍ତି । ଯାହା ଆଉ ଏକ ଲଘୁଚାପର ପୂର୍ବ ସୂଚନା । ପାଣିପାଗ ବିଭାଗ ଆକଳନ ଅନୁସାରେ ଲଘୁଚାପ ପ୍ରଭାବରେ ଆସନ୍ତାକାଲି କେତେକ ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ଏହି ଜିଲ୍ଲାଗୁଡ଼ିକ ହେଉଛନ୍ତି କେନ୍ଦୁୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା । ଏହା ବାଦ୍ ଆଇ ଗୋଟିଏ ଦୁଇଟି ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ ।

ତେବେ କିଛି ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ରହିଛି । ଏସବୁ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି । ଏହି ଜିଲ୍ଲା ଭିତରେ ଅଛନ୍ତି କେନ୍ଦୁୁଝର, ମୟୁରଭଞ୍ଜ, ଢେଙ୍କାନାଳ କନ୍ଧମାଳ, ମାଲକାନଗିରି, ରାୟଗଡ଼ା ଓ କୋରାପୁଟ । ମୟୁରଭଞ୍ଜ ଓ ଗଜପତିରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ବର୍ଷା ଫଳରେ ଏଭଳି ଅସହ୍ୟ ଗୁଳୁଗୁଳିରୁ ତ୍ରିହି ମିଳିବ ବୋଲି ଆଶା କରାଯାଉଛି । ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୨୬ ଡିଗ୍ରୀ ରହିଥିଲେ ମଧ୍ୟ ଆର୍ଦ୍ରତା ଅଧିକ ରହିଥିଲା । ଭୁବନେଶ୍ୱରରେ ୯୨ ଏବଂ ଛତ୍ରପୁରରେ ସର୍ବାଧିକ ୯୭ ଥିବା ରେକର୍ଡ଼ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.