୬୮ ବର୍ଷରେ ପୁଣି ମିଳିଗଲା ପ୍ରେମ, ତୃତୀୟ ଥର ପାଇଁ ବିବାହ କଲେ ଖ୍ୟାତନାମା ଓକିଲ ହରିଶ ସାଲଭେ

ଦେଶର ଖ୍ୟାତନାମା ଓକିଲ କଲେ ପୁନଃବିବାହ । ୬୮ ବର୍ଷ ବୟସରେ ସେ ତୃତୀୟ ଥର ବିବାହ କରିଛନ୍ତି । ମାନେ ଥରେ ବୟସକୁ ଦେଖନ୍ତୁ । ଯେଉଁ ବୟସରେ ନିଜ ନାତି ନାତୁଣୀକୁ କୋଳରେ ଧରି ଖେଳାଇବା କଥା, ସେହି ବୟସରେ ଏ ତୃତୀୟ ଥର ପାଇଁ ବିବାହ କରିଛନ୍ତି । ଯେଉଁଥିପାଇଁ ସେ ଚର୍ଚ୍ଚାରେ ଅଛନ୍ତି । ନା ତାଙ୍କର ହରିଶ ସାଲଭେ। ୬୮ ବର୍ଷ ବୟସରେ ସେ ତ୍ରିନା ନାମକ ଯୁବତୀଙ୍କୁ ବିବାହ କରିଛନ୍ତି ।

ଦେଶର ଖ୍ୟାତନାମା ଓକିଲ କଲେ ପୁନଃବିବାହ । ୬୮ ବର୍ଷ ବୟସରେ ସେ ତୃତୀୟ ଥର ବିବାହ କରିଛନ୍ତି । ମାନେ ଥରେ ବୟସକୁ ଦେଖନ୍ତୁ । ଯେଉଁ ବୟସରେ ନିଜ ନାତି ନାତୁଣୀକୁ କୋଳରେ ଧରି ଖେଳାଇବା କଥା, ସେହି ବୟସରେ ଏ ତୃତୀୟ ଥର ପାଇଁ ବିବାହ କରିଛନ୍ତି । ଯେଉଁଥିପାଇଁ ସେ ଚର୍ଚ୍ଚାରେ ଅଛନ୍ତି । ନା ତାଙ୍କର ହରିଶ ସାଲଭେ। ୬୮ ବର୍ଷ ବୟସରେ ସେ ତ୍ରିନା ନାମକ ଯୁବତୀଙ୍କୁ ବିବାହ କରିଛନ୍ତି ।

ଏ ହେଉଛନ୍ତି ଭାରତର ପୂର୍ବତନ ସଲିସିଟର ଜେନେରାଲ ତଥା ଦେଶର ଖ୍ୟାତାନାମା ଓକିଲ ହରିଶ ସାଲଭେ, ଯାହାଙ୍କୁ ପୁଣିଥରେ ତାଙ୍କ ପ୍ରେମ ମିଳିଯାଇଛି । ୬୮ ବର୍ଷ ବୟସରେ ଲଣ୍ଡନରେ ନିଜ ପ୍ରେମିକା ତ୍ରିନାଙ୍କୁ ବିବାହ କରଛନ୍ତି। ଗତ ରବିବାର ଦିନ ବିବାହର ସବୁ ଆୟୋଜନ ଲଣ୍ଡନରେ ହୋଇଥିଲା । ଏଥିରେ ସାଲଭେଙ୍କ ଅନେକ ବନ୍ଧୁ ସାମିଲ ଥିଲେ । ଭାରତର ବଡ ବଡ ବିଜନେସମ୍ୟାନ ଓ ତାଙ୍କ ପରିବାର ଗେଷ୍ଟ ଲିଷ୍ଟ ରେ ଥିଲେ । ନିତା ଅମ୍ବାନୀ, ଲଳିତମୋଦୀ, ଉଜ୍ଜ୍ୱଳା ରାଓଙ୍କ ଭଳି ଖ୍ୟାତନାମା ବ୍ୟକ୍ତି ସାଲଭେଙ୍କ ବିବାହରେ ସାମିଲ ହୋଇଥିଲେ ।

ରିସେପ୍ସନରେ ହରିଶଙ୍କ ନୂଆ ଜୀବନସାଥୀ ତ୍ରିନାଙ୍କୁ ସବୁଜ ରଙ୍ଗର ଗାଉନରେ ଦେଖିବାକୁ ମିଳିଥିଲା । ଦୁହେଁ ଲଣ୍ଡନର ଏକ ଚର୍ଚ୍ଚରେ ବିବାହ କରିଛନ୍ତି ବୋଲି ଜଣାପଡିଛି । ଏହାପରେ ଦୁହେଁ ରେଜିଷ୍ଟର୍ଡ ବିବାହ ମଧ୍ୟ କରିଛନ୍ତି । ୬୮ ବର୍ଷ ଭିତରେ ଏହା ହେଉଛି ସାଲଭେଙ୍କ ତୃତୀୟ ବିବାହ । ଏହା ପୂର୍ବରୁ ୨୦୨୦ରେ ସେ ନିଜ ପ୍ରଥମ ପତ୍ନୀ ମୀନାକ୍ଷୀ ସାଲଭେଙ୍କୁ ଛାଡପତ୍ର ଦେଇ ୫୬ ବଷୀୟା କ୍ୟାରୋଲିନ୍ ବ୍ରୋସାର୍ଡଙ୍କୁ ବିବାହ କରିଥିଲେ ।

ସାଲଭେଙ୍କ କହିବା ଅନୁସାରେ ସେ ମାନସିକ ଅବସାଦରେ ଥିବା ସମୟରେ ଥରେ ଏକ ଆର୍ଟ ଇଭେଣ୍ଟର କ୍ୟାରୋଲିନଙ୍କ ସହ ଦେଖା ହୋଇଥିଲା । ସେ ସମୟରେ କ୍ୟାରୋଲିନ ତାଙ୍କୁ ବହୁତ ସପୋର୍ଟ କରିଥିଲେ । ଯାହା ହରିଶ ଙ୍କୁ ଭଲ ଲାଗିଥିଲା , ଏହାପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହୋଇଥିଲା । ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ୨୦୨୦ରେ ଦୁହେଁ ବିବାହ କରିଥିଲେ । କିନ୍ତୁ ଏ ବିବାହ ବେଶି ଦିନ ଗଲା ନାହିଁ । ଏବେ କ୍ୟାରୋଲିନଙ୍କୁ ଛାଡପତ୍ର ଦେଇ ହରିଶ ତ୍ରିନାଙ୍କୁ ନିଜ ନୂଆ ଜୀବନ ସାଥି ରୂପେ ବଞ୍ଚିଛନ୍ତ ।

୨୦୧୫ରେ ହରିଶ ସାଲଭେ ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍ ଙ୍କ ହାଇପ୍ରୋଫାଇଲ ହିଟ ଆଣ୍ଡ ରନ୍ ମାମଲାକୁ ଉଠାଇଥିଲେ । ସାଲଭେଙ୍କୁ ସର୍ବୋଚ୍ଚ ନ୍ୟାୟଳରେ ପ୍ରଥମ ଥର ପାଇଁ ଆଣ୍ଟି ଡମ୍ପିଂ ମାମଲାରେ ଯୁକ୍ତି ସ୍ଥାପନ କରିବାକୁ ମାନ୍ୟତା ମିଳିଥିଲା । ଏହାସହ ସାଲଭେ ଟାଟା ଗ୍ରୁପ୍, ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଆଇଟିସି ଗ୍ରୁପ ଭଳି କର୍ପୋରେଟ୍ କମ୍ପାନୀ ଗୁଡିକର ଓକିଲ ଭାବେ ଦାୟିତ୍ୱ ତୁଲାଉଛନ୍ତି ।

ସାଲଭେ ହେଉଛନ୍ତି ଦେଶର ସବୁଠୁ ଅଧିକ ଚାର୍ଜ ବା ପାଉଣା ନେଉଥିବା ଓକିଲ । ଦେଶର ଅତି ଗୁରୁତ୍ୱପୁର୍ଣ୍ଣ ମାମଲାରେ ସେ ହସ୍ତକ୍ଷେପ କରିବାରେ ତାଙ୍କର ନାଁ ରହିଛି । ଏହାଛଡା ହରିଶ କେନ୍ଦ୍ର ସରକାର କରିଥିବା ୱାନ୍ ନେସନ୍ ୱାନ୍ ଇଲେକ୍ସନ କମିଟିର ସଦସ୍ୟ ଅଛନ୍ତି । ଭାରତ ପକ୍ଷରୁ ଅନ୍ତରାଷ୍ଟୀୟ ମଧ୍ୟସ୍ଥତା ମାମଲାରେ ଅନେକ ସମୟରେ ତାଙ୍କର ଯୋଗଦାନ ରହିଆସିଛି । ୧୯୫୫ ଜୁନ୍ ୨୨ ତାରିଖରେ ମରାଠି ପରିବାରରେ ଜନ୍ମିତ ସାଲଭେ ଭାରତର ସବୁଠୁ ଅଧିକ ଦରମା ପାଉଥିବା ତଥା ସୁପ୍ରିମକୋର୍ଟର ବରିଷ୍ଠ ଓକିଲଙ୍କ ମଧ୍ୟରେ ଜଣେ । ୧୯୯୯ ନଭେମ୍ବର ୧ରୁ ଆରମ୍ଭ କରି ୨୦୦୨ ଡିସେମ୍ବର ୨ ତାରିଖ ଯାଏଁ ଭାରତର ସଲିସିଟର ଜେନେରାଲ ଭାବେ କାର୍ଯ୍ୟ କରିଛନ୍ତି । ୨୦୧୫ରେ ସାଲଭେଙ୍କୁ ପଦ୍ମ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.