Below header

ବିକ୍ରି ହେବ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ୨୦ କେଜି ଓଜନର ସୁନା ଓ ହୀରା ଅଳଙ୍କାର

ବିକ୍ରି ହେବ ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ୨୦ କେଜି ଓଜନର ସୁନା ଓ ହୀରା ଅଳଙ୍କାର । ବେଙ୍ଗାଲୁରୁର ୩୬ ସିଟି ସିଭିଲ କୋର୍ଟ ଏସବୁ ମୂଲ୍ୟବାନ ଅଳଙ୍କାରକୁ ରାଜ୍ୟ ଗୃହ ବିଭାଗ ସଚିବଙ୍କୁ ହସ୍ତାନ୍ତର କରାଯିବ ବୋଲି ଘୋଷଣା କରିଛନ୍ତି ।

ବେଙ୍ଗାଲୁରୁ: ବିକ୍ରି ହେବ ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ୨୦ କେଜି ଓଜନର ସୁନା ଓ ହୀରା ଅଳଙ୍କାର । ବେଙ୍ଗାଲୁରୁର ୩୬ ସିଟି ସିଭିଲ କୋର୍ଟ ଏସବୁ ମୂଲ୍ୟବାନ ଅଳଙ୍କାରକୁ ରାଜ୍ୟ ଗୃହ ବିଭାଗ ସଚିବଙ୍କୁ ହସ୍ତାନ୍ତର କରାଯିବ ବୋଲି ଘୋଷଣା କରିଛନ୍ତି ।

ଆସନ୍ତା ମାର୍ଚ୍ଚ ୬ କିମ୍ବା ୭ ତାରିଖରେ ଏହି ସବୁ ଅଳଙ୍କାର ହସ୍ତାର କରାଯିବ । ଯାହାକୁ ବିକ୍ରି କରି ଜୟଲଳିତାଙ୍କ ଉପରେ ଲାଗିଥିବା ୧୦୦ କୋଟିର ଅର୍ଥଦଣ୍ଡକୁ ଭରଣା କରାଯିବ । ସାତ ବର୍ଷ ତଳେ ଜୟଲଳିତାଙ୍କର ମୃତ୍ୟୁ ହୋଇଥିଲା । ତା ପୂର୍ବରୁ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଅଣାଯାଇ ୪ ବର୍ଷ ଜେଲ୍ ଓ ୧୦୦ କୋଟିର ଅର୍ଥଦଣ୍ଡ ଦିଆଯାଇଥିଲା ।

ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ମୋଟ ୨୭ କେଜି ଓଜନର ଅଳଙ୍କାର କୋର୍ଟ ପାଖରେ ଗଚ୍ଛିତ ରହିଛି । ସେଥିରୁ ୨୦ କେଜି ନିଲାମ ହେବ । ବାକି ୭ କେଜି ତାଙ୍କ ମାଆଙ୍କ ଅଳଙ୍କାର ହୋଇଥିବାରୁ ସେସବୁକୁ ବାଦ୍ ଦିଆଯିବ । ଅଳଙ୍କାର ନେବା ପାଇଁ ୬ଟି ବଡ଼ ଟ୍ରଙ୍କ ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରି ଆସିବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୪ ସେପଟେମ୍ବରରେ କୋର୍ଟ ଜୟଲଳିତଙ୍କ ସମେତ ଶଶିକଳା ଏବଂ ଅନ୍ୟ ଦୁଇଜଣଙ୍କୁ ଦଣ୍ଡିତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.