ପ୍ରତିଦିନ ପ୍ରାଣାୟାମ କଲେ ଶରୀରକୁ ମିଳିବ ଲାଭ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଯୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ ପ୍ରତିଦିନ ପ୍ରାଣାୟାମ କରିବା ଦ୍ୱାରା ଉଭୟ ଶରୀର ଏବଂ ମନ ସୁସ୍ଥ ରହିଥାଏ । ଏହା ସହିତ ଏନର୍ଜି ଲେଭଲ୍‌ ମଧ୍ୟ ବୃଦ୍ଧି ପାଇଥାଏ । ଏପରି ପରିସ୍ଥିତିରେ ଯଦି ଆପଣ ପ୍ରାଣାୟାମର ଅଭ୍ୟାସ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି, ତେବେ ପ୍ରଥମେ ଏହାର ଉପକାରିତା ବିଷୟରେ ଜାଣି ରଖନ୍ତୁ ।

ଯୋଗ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଯେଉଁଥିରେ ସବୁଠାରୁ ଭଲ ଅପ୍ସନ ହେଉଛି ପ୍ରାଣାୟାମ୍ । ଏହା ଏଭଳି ଏକ ପ୍ରକ୍ରିୟା ଯେଉଁଥିରେ ଶ୍ୱାସକ୍ରିୟା ଉପରେ ବିଶେଷ ଧ୍ୟାନ ଦିଆଯାଏ । ଅନେକ ପ୍ରକାରର ପ୍ରାଣାୟାମ ଅଛି ଯେପରିକି ସୂର୍ଯ୍ୟଭେଦନ, ଉଜାୟୀ, ସୀତ୍କାରୀ, ଶିତଳି ପ୍ଲାଭିନି ଏବଂ ମୁର୍ଚ୍ଛା । ଏହି ସବୁ ପ୍ରକ୍ରିୟାରେ ବିଭିନ୍ନ ଉପାୟରେ କିଛି ସମୟ ପାଇଁ ନିଶ୍ୱାସକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଏ । ଏହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।

ଯୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ ପ୍ରତିଦିନ ପ୍ରାଣାୟାମ କରିବା ଦ୍ୱାରା ଉଭୟ ଶରୀର ଏବଂ ମନ ସୁସ୍ଥ ରହିଥାଏ । ଏହା ସହିତ ଏନର୍ଜି ଲେଭଲ୍‌ ମଧ୍ୟ ବୃଦ୍ଧି ପାଇଥାଏ । ଏପରି ପରିସ୍ଥିତିରେ ଯଦି ଆପଣ ପ୍ରାଣାୟାମର ଅଭ୍ୟାସ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି, ତେବେ ପ୍ରଥମେ ଏହାର ଉପକାରିତା ବିଷୟରେ ଜାଣି ରଖନ୍ତୁ ।

ପ୍ରାଣାୟାମ କରିବା ସମୟରେ ନିଶ୍ୱାସ ଉପରେ ଧ୍ୟାନ ଦେବାକୁ ପଡିଥାଏ । ଏହା କରିବା ଦ୍ୱାରା ଆମ ନର୍ଭ ସିଷ୍ଟମକୁ ଆରାମ ମିଳିଥାଏ, ଯାହା ଦ୍ୱାରା ଷ୍ଟ୍ରେସ୍‌ କମ୍‌ ହୋଇଥାଏ । ଯଦି ଆପଣ ପରିବାର, ଅଫିସ୍ କିମ୍ବା ଅନ୍ୟ କୌଣସି ଜିନିଷକୁ ନେଇ ଚିନ୍ତାରେ ଅଛନ୍ତି ତେବେ ପ୍ରାଣାୟାମ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣ ହୋଇପାରେ ।

ପ୍ରତିଦିନ ପ୍ରାଣାୟାମ କରିବା ଦ୍ୱାରା ନର୍ଭ ସିଷ୍ଟମକୁ ଆରାମ ମିଳିଥାଏ । ଯେଉଁ କାରଣରୁ ନିଦ ଠିକ୍‌ ସମୟରେ ହୋଇଥାଏ । ଯେଉଁମାନେ ରାତିରେ ଶୋଇବା ସମସ୍ୟାର ସାମ୍ନା କରନ୍ତି ସେମାନେ ପ୍ରାଣାୟାମ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ ।

ପ୍ରାଣାୟାମରେ ଗଭୀର ଏବଂ ଦୀର୍ଘ ଶ୍ୱାସ ନେବାକୁ ପଡ଼ିଥାଏ । ଯାହା ଫୁସଫୁସ ପାଇଁ ଲାଭଦାୟକ ହୋଇଥାଏ । ଅନେକ ଥର ଫୁସଫୁସ ସମ୍ବନ୍ଧୀୟ ସମସ୍ୟା ହେଲେ ଡାକ୍ତରମାନେ ପ୍ରାଣାୟାମ କରିବାକୁ ପରାମର୍ଶ ଦିଅନ୍ତି ।

ବର୍ତ୍ତମାନ ହାଇ ବ୍ଲଡ୍‌ ପ୍ରେସରର ସମସ୍ୟା ଅତି ସାଧାରଣ ହୋଇଗଲାଣି ଏବଂ ଏହା ଅନେକ ରୋଗର କାରଣ ହେଉଛି । ତେଣୁ ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ । ବେଳେବେଳେ ଷ୍ଟ୍ରେସ୍‌ ମଧ୍ୟ ହାଇ ବ୍ଲଡ୍‌ ପ୍ରେସରର କାରଣ ହୋଇପାରେ । ଏପରି ପରିସ୍ଥିତିରେ ପ୍ରାଣାୟାମ କରିବା ଦ୍ୱାରା ଶରୀର ଆରାମ ଅନୁଭବ କରେ । ଯାହା ଦ୍ୱାରା ବ୍ଲଡ୍‌ ପ୍ରେସର କମ୍‌ ହେବାରେ ସାହାଯ୍ୟ ମିଳିଥାଏ ।

ପ୍ରାଣାୟାମରେ ନିଶ୍ୱାସ ଉପରେ ଧ୍ୟାନ ଦେବାକୁ ପଡିଥାଏ । ଏପରି ପରିସ୍ଥିତିରେ ମଣିଷ ମନରେ ଚାଲୁଥିବା ଚିନ୍ତାକୁ ଦୂର କରିବା ନିହାତି ଜରୁରୀ । ଏହା ଆପଣଙ୍କ ଏକାଗ୍ରତାକୁ ଉନ୍ନତ କରିବାରେ ଏବଂ ମେଣ୍ଟାଲ କ୍ୱାଲିଟି ବଢ଼ାଇବାରେ ସାହାଯ୍ୟ କରିଥାଏ ।

ଆପଣ ଯେକୌଣସି ସମୟରେ ସକାଳ କିମ୍ବା ସନ୍ଧ୍ୟାରେ ପ୍ରାଣାୟାମ କରିପାରିବେ । କିନ୍ତୁ ସକାଳେ ଖାଲି ପେଟରେ ପ୍ରାଣାୟାମ ଅଭ୍ୟାସ କରିବା ଭଲ ହୋଇଥାଏ । କାରଣ ସକାଳେ ଶାନ୍ତ ପରିବେଶ ଥାଏ ଏବଂ ଏହି ସମୟରେ ଏକାଗ୍ରତା କରିବା ସହଜ ହୋଇଥାଏ । ଯଦି ଆପଣ ସକାଳେ ପ୍ରାଣାୟାମ କରିବାକୁ ସମୟ ପାଉନାହାନ୍ତି ତେବେ ଆପଣ ରାତିରେ ଶୋଇବା ପୂର୍ବରୁ ଏହାକୁ କିଛି ସମୟ ପାଇଁ ଅଭ୍ୟାସ କରିପାରିବେ । ପ୍ରତିଦିନ ୫ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ପ୍ରାଣାୟାମ କରିବା ଭଲ । ଆପଣ କେଉଁ ସମୟରେ ପ୍ରାଣାୟମ କରିବା ଭଲ ହେବ ସେଥିପାଇଁ ବିଶେଷଜ୍ଞଙ୍କ ପରାମର୍ଶ ମଧ୍ୟ ନେଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.