କାଲିଠୁ ଦେଶରେ ଦିଆଯିବ ପ୍ରିକସନ୍ ଡୋଜ୍: ଡବଲ ଡୋଜ ନେଇଥିଲେ ସିଧା ଟିକାକରଣ କେନ୍ଦ୍ର ଯାଇ ଟିକା ନେଇପାରିବେ

କେନ୍ୟୁଜ୍(ବ୍ୟୁରୋ): କାଲିଠୁ ଦେଶରେ ଦିଆଯିବ ପ୍ରିକସନ୍ ଡୋଜ୍ । ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବୟସରୁ ଅଧିକ ବ୍ୟକ୍ତି ନେବେ ପ୍ରିକସନ୍ ଡୋଜ୍ । ଏଥିପାଇଁ କୋ-ଓ୍ଵିନ୍ ଆପ୍ରେ ଅନଲାଇନ୍ ସ୍ଲଟ୍ ବୁକିଂ ଆରମ୍ଭ ହୋଇଛି । ଅନଲାଇନ୍ ସହ ଅନ୍ ସ୍ପଟ୍ ମଧ୍ୟ ରେଜିଷ୍ଟ୍ରେସନ ହୋଇପାରିବ । ପ୍ରିକସନ ଡୋଜ ପାଇଁ ଆଉ କରିବାକୁ ପଡିବନି ନୂଆ ପଞ୍ଜିକରଣ ।
ଡବଲ ଡୋଜ ନେଇଥିଲେ ସିଧା ଟିକାକରଣ କେନ୍ଦ୍ର ଯାଇ ଟିକା ନେଇପାରିବେ । ପୂର୍ବରୁ ଯେଉଁ ଟିକାର ଦୁଇଟି ଡୋଜ୍ ନେଇଛନ୍ତି, ସେହି ଟିକା ହିଁ ନେଇପାରିବେ । କରୋନାର ପ୍ରିକସନ୍ ଡୋଜ୍ ନେବା ବେଳେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଏବଂ ବହୁବିଧ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ କୌଣସି ଡାକ୍ତରୀ ସାର୍ଟିଫିକେଟ୍ ଦେବାକୁ ପଡ଼ିବନି ।