ଦେଶୀ ଜୁଗାଡ଼: ଡ୍ରମରେ ପ୍ରସ୍ତୁତ କଲେ ଓ୍ବାଶିଂ ମେସିନ : ଲୋକେ କହିଲେ ଏହି ବ୍ୟକ୍ତିଙ୍କ ବୁଦ୍ଧି ଆଗରେ ଇଞ୍ଜିନିୟର ବି ମାରିବେ ଫେଲ, ଦେଖନ୍ତୁ ଭିଡ଼ିଓ…

ପୂର୍ବରୁ ନିଜର ପୋଷାକ ପତ୍ରକୁ ହାତରେ ଧୋଇବାର କାର୍ଯ୍ୟ ହେଉଥିଲା, ତା’ପରେ ଏହି କାର୍ଯ୍ୟକୁ ସହଜ କରିବା ପାଇଁ ଏକ ମେସିନ୍ ବାହାରକରାଗଲା । ବର୍ତ୍ତମାନ ଲୋକମାନେ ସେମାନଙ୍କର ମଇଳା ପୋଷାକକୁ ୱାଶିଂ ମେସିନରେ ରଖି ତା’ପରେ କୌଣସି ପରିଶ୍ରମ ବିନା ଧୋଇ ଦିଅନ୍ତି। ଆଜି ବି କିଛି ଲୋକଙ୍କ ପାଖରେ ମେସିନ୍ ନାହିଁ ଏବଂ ନିଜ ପୋଷାକକୁ ହାତରେ ଧୋଉଛନ୍ତି। ଏପରିକି କିଛି ଲୋକ ଅଛନ୍ତି, ଯେଉଁମାନଙ୍କର ୱାଶିଂ ମେସିନ୍ ନାହିଁ, କିନ୍ତୁ ସେମାନେ ନିଜ ପୋଷାକ ଧୋଇବା ପାଇଁ ଏକ ଅଜବ ଜୁଗାଡ଼ କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ଦେଖିବା ପରେ ଆପଣ ବି କହିବେ ଏହି ଲୋକମାନଙ୍କ ବୁଦ୍ଧି ଆଗରେ ଇଞ୍ଜିନିୟର ମାନଙ୍କ ବୁଦ୍ଧି ବି ଫିକା ପଡିଯିବ।
View this post on Instagram
ତେବେ ସାଧାରଣ ଲୋକଟିଏ କିଭଳି ଭାବେ କିଛି ଅବ୍ୟବହୃତ ପଦାର୍ଥକୁ ନେଇ କିଛି ନୂତନତ୍ବ ସୃଷ୍ଟି କରୁଛି ଆଉ ତାହା ଭାଇରାଲ ହେଉଛି । ଏଭଳି ଖବର ଏବେ ଏକ ଟ୍ରେଣ୍ଡ ପାଲଟିଗଲାଣି । ଏହି ଭିଡ଼ିଓରେ ଦେଖାଯାଉଛି କି କିଭଳି ଭାବେ ଜଣେ ବ୍ୟକ୍ତି ଏକ ଡ୍ରମକୁ ଓ୍ବାଶିଂ ମେସିନରେ ପରିଣତ କରିଛନ୍ତି । ସୋସିଆଲ ମିଡ଼ିଆରେ ଏହି ଯୋଗାଡ଼ିଆ ଓ୍ବାଶିଂ ମେସିନର ଭିଡ଼ିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ବି ଏହାକୁ ବହୁତ ପସନ୍ଦ କରିବାରେ ଲାଗିଛନ୍ତି ।
ଏହି ନୀଳ ରଙ୍ଗର ଡ୍ରମ୍ ରେ ପାଣି ଭର୍ତ୍ତି କରି ବ୍ୟବହାର ପାଇଁ ରଖାଯାଏ। ତେବେ ବ୍ୟକ୍ତି ଜଣକ ନିଜର ବୁଦ୍ଧି ବଳରେ ଏକ ୱାଶିଂ ମେସିନ୍ ତିଆରି କରିଥିଲେ।ମାତ୍ର ବ୍ୟକ୍ତି ଜଣଙ୍କ ଏହାକୁ ଓ୍ବାଶିଂ ମେଶିନ କରିଦେଇଛନ୍ତି । ବ୍ୟକ୍ତି ଜଣଙ୍କ ଡ୍ରମରେ ପାଇପ୍ ଏବଂ ଇଲେକ୍ଟ୍ରିକ୍ ମୋଟରର ବ୍ୟବହାର କରି ଦେଶୀ ଓ୍ବାଶିଂମେଶିନ ପ୍ରସ୍ତୁତ କରିଛନ୍ତି ।
ୱାଶିଂ ମେସିନ୍ ତିଆରି କରିଥିବା ବ୍ୟକ୍ତିଙ୍କ ଜୁଗାଡ୍ ଦେଖିବା ପରେ, ଆପଣ ମଧ୍ୟ ଚିନ୍ତା କରିବେ । ଏହି ଭିଡିଓ ସୋସିଆଲ ମିଡିଆରେ ଭୟଙ୍କର ଭାଇରାଲ ହେବାରେ ଲାଗିଛି | ଯିଏ ଏହି ଭିଡିଓ ଦେଖିଛନ୍ତି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଇନଷ୍ଟାଗ୍ରାମରେ ଏହି ଭିଡ଼ିଓକୁ the.funny.us ନାମକ ପେଜରେ ସେୟାର କରାଯାଇଛି। ଏବେ ପର୍ଯ୍ୟନ୍ତ ୫୪ହଜାରରୁ ଅଧିକ ଲୋକ ଏହି ଭିଡ଼ିଓକୁ ଦେଖି ସାରିଛନ୍ତି । ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଥିବାବେଳେ କମେଣ୍ଟ ମଧ୍ୟ କରିଛନ୍ତି ।