ଆଜିଠାରୁ ଫେବ୍ରୁୟାରୀ ୧ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡିକ ଆଜିଠାରୁ ବନ୍ଦ। ଫେବ୍ରୁୟାରୀ ୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଧର୍ମାନୁଷ୍ଠାନ। ଜିଲ୍ଲାରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରସାଶନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ସ୍ଥିତି ଉପରେ ସମୀକ୍ଷା କରି ସତର୍କ ରହିବା ସହ ସମସ୍ତଙ୍କୁ ନିୟମ ପାଳନ କରିବା ପାଇଁ ସମସ୍ତଙ୍କୁ ଆହ୍ଵାନ୍ ଦେଇଛନ୍ତି ଜିଲ୍ଲାପାଳ।
କୋଭିଡର ପ୍ରଥମ ଲହର ବେଳେ ଦୀର୍ଘ ଦିନ ଧରି ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ତଥା ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର ଆଦି ବନ୍ଦ ରହିଥିଲା । ଏବେ ପୁଣି ଥରେ କୋଭିଡ ପରିସ୍ଥିତି ଦେଖାଦେଇଥିବାରୁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି । ଧର୍ମାନୁଷ୍ଠାନରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଅନୁପସ୍ଥିତିରେ କେବଳ ନୀତିକାନ୍ତି ସମ୍ପନ୍ନ ହେବ ।