ହ୍ୱାଟ୍ସଆପ୍‌ ବ୍ୟବହାରୀଙ୍କ ପାଇଁ ବଡ଼ ଖବର; ଏଣିକି ଏହି ସବୁ ମୋବାଇଲରେ ଆଉ କାମ କରିବ ନାହିଁ ହ୍ୱାଟ୍ସଆପ୍‌

ହ୍ୱାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ବଡ ଖବର । ଏଣିକି ଏହି ସବୁ ମୋବାଇଆଲ ଫୋନରେ ଆଉ ଚାଲିବ ନାହି ହ୍ୱାଟ୍ସଆପ୍‌ । ପୁଣି ଥରେ ଗ୍ରାହାଙ୍କୁ ହ୍ୱାଟ୍ସଆପ୍‌ ଦେଇପାରେ ବଡ ଝଟକା । ସାମସଙ୍ଗ ଠାରୁ ଆରମ୍ଭ କରି ଆଇ ଫୋନ ପର୍ଯ୍ୟନ୍ତ ପ୍ରାୟ ଅନେକ କମ୍ପାନୀର ମୋବାଇଲରେ କାମ କରିବ ନାହି ହ୍ୱାଟ୍ସଆପ୍‌ । ନିକଟରେ ହ୍ୱାଟ୍ସଆପ ପକ୍ଷରୁ ଏକ ସତର୍କ ସୂଚନା ଜାରୀ କରାଯାଇଛି, ଯେଉଁଥିରେ କୁହାଯାଇଛି ଯେ, ଯଦି ଆପଣ ପୁରୁଣା ଫୋନ ବ୍ୟବହାର କରୁଛନ୍ତି, ତାହେଲେ ତାକୁ ବଦଳାନ୍ତୁ, ନଚେତ୍‌ ଆପଣଙ୍କ ଡିଭାଇସରୁ ହ୍ୱାଟ୍ସଆପ ସବୁଦିନ ପାଇଁ ବନ୍ଦ ହୋଇଯିବ । ଏଥିପାଇଁ କମ୍ପାନୀ ପକ୍ଷରୁ ତାଲିକା ପ୍ରସ୍ତୁତ କରା ଯାଇଛି ।

ବାସ୍ତବିକ ହଠାତ୍‌ ହ୍ୱାଟ୍ସଆପ୍‌ ଏଭଳି ଏକ ନିଷ୍ପତ୍ତି ନେବା ପଛରେ ଅତି ମାମୁଲି କାରଣ ରହିଛି । ପର୍ଯ୍ୟାନୁଯାୟୀ ଡିଭାଇସ୍‌ ଅପଡେଟ୍‌ ବେଳେ ହ୍ୱାଟ୍ସଆପ ପୁରୁଣା ଭର୍ସନ୍‌ ମୋବାଇଲରେ ସପୋର୍ଟ କରିବା ବନ୍ଦ କରିଦେବ । ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ହିସାବରେ ପାଖାପାଖି ୩୦ରୁ ଅଧୀକ ମୋବାଇଲରେ ଏହି ଜାନୁଆରୀରୁ ହ୍ୱାଟ୍ସଆପ୍‌ ବନ୍ଦ ହୋଇଯିବ । ଅନେକ ଲୋକ ବର୍ତ୍ତମାନ ବି ଏହି ସବୁ ଫୋନ୍‌ ବ୍ୟବହାର କରୁଛନ୍ତି ଏବଂ ହ୍ୱାଟ୍‌ସଆପ ବନ୍ଦ ହୋଇଗଲେ ଏହି ଲୋକମାନେ ବିଶେଷ ଭାବରେ ପ୍ରଭାବିତ ହେବେ ।

ଏଥିପାଇଁ ଯଦି ଆପଣଙ୍କର ଏହି ସବୁ ମୋବାଇଲ ଫୋନ ଅଛି ତେବେ ଆପଣ ଅନ୍ୟ ବିକଳ୍ପ ଚୟନ କରି ପାରିବେ । ନଚେତ ହ୍ୱାଟ୍ସଆପ୍‌ ବନ୍ଦ ହୋଇଗଲେ ଆପଣଙ୍କର ଜରୁରୀ କାମ ଅଟକି ଯାଇପାରେ । କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଯଦି ଆପଣଙ୍କର android.os 4.1 କିମ୍ବା ତା ଠାରୁ କମ ଭର୍ସନ ଅଛି ତେବେ ଆଉ ହ୍ୱାଟ୍ସଆପ୍‌ ଆପ କାମ କରିବ ନାହି । ଏହା ଦ୍ଵାରା ଲୋକପ୍ରିୟ ଆପ ହ୍ୱାଟ୍ସଆପ୍‌ ବନ୍ଦ ହୋଇଯିବ ।

ଯାହା ଦ୍ଵାରା ଆପଣ ଯେଉଁ ଜରୁରୀ କାମ କରୁଛନ୍ତି ତାହା ବନ୍ଦ ହୋଇପାରେ । ତେଣୁ ସତର୍କ ହୋଇ ଯାଆନ୍ତୁ । ଏଠାରେ ସ୍ପଷ୍ଟ ହୋଇଛି ଯେ ଯଦି ଆପଣ ଆଇଫୋନ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ଫୋନରେ IOS 9 ବା ପୁରୁଣା ସଫ୍ଟଓୟାର ଥିଲେ ହ୍ୱାଟ୍ସଆପ୍‌ ଆପ କାମ କରିବ ନାହି । ଏବେ ଆସନ୍ତୁ ଜାଣିବା କେଉଁ କେଉଁ ଫୋନରେ କାମ କରିବା ନାହି ହ୍ୱାଟ୍ସଆପ୍‌ ।

ତେବେ ଜାଣିରଖନ୍ତୁ କେଉଁ କେଉଁ ଫୋନ୍‌ରେ କାମ କରିବ ନାହିଁ ହ୍ୱାଟ୍ସଆପ୍‌…

ଲେନୋଭୋ ଏ୮୨୦, ଏଚଟିସି ଡିଜାୟାର ୫୦୦, ସାମସଙ୍ଗ ଗାଲାକ୍ସି ଟ୍ରେଣ୍ଡ ଲାଇଟ୍, ସାମସଙ୍ଗ ଗାଲାକ୍ସି ଏକ୍ସକଭର ୨, ସାମସଙ୍ଗ ଗାଲାକ୍ସି ଟ୍ରେଣ୍ଡ ୨, ସୋନି ଏକ୍ସପେରିଆ ଏମ, ଲେନୋଭୋ ଏ୮୨୦, ସାମସଙ୍ଗ ଗାଲାକ୍ସି କୋର, ସାମସଙ୍ଗ ଗାଲାକ୍ସି ଏସ୨, ଏଲଜି ଲୁସିଡ ୨, ଏଲଜି ଅପ୍ଟିମସ ଏଲ୩ ଡୁଆଲ, ଜିଓଫୋନ୍, ଜିଓଫୋନ୍ ୨, ଆଇଫୋନ ଏସଇ ୧୬,୩୨, ୬୪ଜିବି, ଆଇଫୋନ୍ ୬ଏସ ପ୍ଲସ୍ ୧୬,୩୨, ୬୪ଏବଂ ୧୨୮ଜିବି, ଆଇଫୋନ୍ ୬ଏସ, ୧୬,୩୨, ୬୪ଏବଂ ୧୨୮ଜିବି ଆଦି ଫୋନ୍‌ରେ ଆଉ କାମ କରିବ ନାହିଁ ହ୍ୱାଟ୍ସଆପ୍‌। ଏହାସହ ଆଉ କେଉଁ କେଉଁ ଫୋନ୍‌ରେ ହ୍ୱାଟ୍ସଆପ୍‌ କାମ କରିବ ନାହିଁ ତାହାର ପୁଣି ଏକ ନୂଆ ତାଲିବା କମ୍ପାନୀ ପ୍ରକାଶ କରିବ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ଯଦି ଆପଣ ଏହି ମୋବାଇଲ ବ୍ୟବହାର କରୁଛନ୍ତି ତେବେ ନିକଟସ୍ଥ ମୋବାଇଲ ରିଟେଲରଙ୍କ ସହ ଯୋଗାଯୋଗ କରିବା ପାଇଁ କମ୍ପାନୀ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.