Below header

ଜି-୨୦ ସମ୍ମିଳନୀ: ଅତିଥିମାନଙ୍କୁ ସ୍ବାଗତ ପାଇଁ ଭାରତ ମଣ୍ଡପରେ ଲାଗିଛି ଓଡ଼ିଶାର ପାରମ୍ପାରିକ କଳା ଓ କାରୁକାର୍ଯ୍ୟ

ଆଉ ଦିନକ ପରେ ନୂଆଦିଲ୍ଲୀ ସ୍ଥିତ ସ୍ଥାନୀୟ ପ୍ରଗତି ମଇଦାନରେ ନବ ନିର୍ମିତ ଭାରତ ମଣ୍ଡପରେ ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି।ଭାରତ ମଣ୍ଡପ ନିକଟରେ ଲାଗିଛି ଓଡ଼ିଶାର ବିଭିନ୍ନ ଜିଲ୍ଲାର ପାରମ୍ପାରିକ କଳା ଓ କାରୁକାର୍ଯ୍ୟ ଯାହା ମଣ୍ଡପର ସୌନ୍ଦର୍ଯ୍ୟକୁ ବୃଦ୍ଧି କରୁଛି। ମଣ୍ଡପରେ ସଜ୍ଜିତ ହୋଇଛି ଓଡ଼ିଆଙ୍କ ମଉଡ଼ମଣି ଜଗନ୍ନାଥ , ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି।

(କେନ୍ୟୁଜ): ଆଉ ଦିନକ ପରେ ଦିଲ୍ଲୀ ସ୍ଥିତ ସ୍ଥାନୀୟ ପ୍ରଗତି ମଇଦାନରେ ନବ ନିର୍ମିତ ଭାରତ ମଣ୍ଡପରେ ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ସମ୍ମିଳନୀରେ ଯୋଗ ଦେବାକୁ ବିଶ୍ବର ଏକାଧିକ ରାଷ୍ଟ୍ରମୁଖ୍ୟ ଭାରତ ଆସୁଥିବାବେଳେ ସେମାନଙ୍କର ଆତିଥ୍ୟକୁ ନେଇ ଭାରତ ସରକାର ବେଶ ତତ୍ପର ହୋଇସାରିଛନ୍ତି। ଅତିଥିମାନଙ୍କୁ ସ୍ବାଗତ କରିବା ପାଇଁ ଦିଲ୍ଲୀର ବିଭିନ୍ନ ଗୁରତ୍ବପୁର୍ଣ୍ଣ ସ୍ଥାନରେ ବିଭିନ୍ନ ରାଜ୍ୟର ସ୍ଥାପତ୍ୟ କଳାକୁ ପ୍ରର୍ଦଶିତ କରାଯାଇଛି ଯାହା ଫଳରେ ରାଜଧାନୀ ଦିଲ୍ଲୀର ଚିତ୍ର ବଦଳି ଯାଇଛି।

ଭାରତ ମଣ୍ଡପ ନିକଟରେ ଲାଗିଛି ଓଡ଼ିଶାର ବିଭିନ୍ନ ଜିଲ୍ଲାର ପାରମ୍ପାରିକ କଳା ଓ କାରୁକାର୍ଯ୍ୟ । ଯାହା ମଣ୍ଡପର ସୌନ୍ଦର୍ଯ୍ୟକୁ ବୃଦ୍ଧି କରୁଛି। ମଣ୍ଡପରେ ସଜ୍ଜିତ ହୋଇଛି ଓଡ଼ିଆଙ୍କ ମଉଡ଼ମଣି ଜଗନ୍ନାଥ , ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି। ଏହା ବ୍ୟତୀତ ପୁରୀର ପଟ୍ଟଚିତ୍ର ଟସର ପେଣ୍ଟିଂ, ପିପିଲି ଚାନ୍ଦୁଆ ଓ ହସ୍ତକଳା, କୋଣାର୍କର ପ୍ରସିଦ୍ଧ ପଥର ଖୋଦେଇ ମୂର୍ତ୍ତି ଆଜି ସ୍ଥାପିତ ହୋଇଛି ।

ସେହିପରି କଟକର ତାରକସି କାମରେ ତିଆରି ରୂପାର ମୂର୍ତ୍ତି ଓ କଳାହାଣ୍ଡିର କାଠ କାମ ଖଟ ପଲଙ୍କ ଆଉ କାଠ ତିଆରି ମୂର୍ତ୍ତି ଗୁଡ଼ିକି ସଜା ଯାଇଛି । ନୟାଗଡର ପିତ୍ତଳର କଂସା ବାସନ, ଢେଙ୍କାନାଳର ଭୁବନର ଡୋକରା କାମ କଂସା ପିତ୍ତଳ ବାସନ ଆଦି ରଖାଯାଇଛି। କେନ୍ଦ୍ରାପଡ଼ାର କାଇଁଚ କାମ ଓ ଗୋଲ୍ଡେନ ଗ୍ରାସ, ସମ୍ବଲପୁରୀ ଶାଢ଼ୀ ଡ୍ରେସ ମ୍ୟାଟେରିଆଲ ଓ ଜ୍ୟାକେଟ ଇତ୍ୟାଦି ଭାରତ ମଣ୍ଡପରେ ଖୁବ ଶୋଭା ପାଉଛି।

ଜି-୨୦ ସମ୍ମିଳନୀକୁ ଆସୁଥିବା ବିଦେଶୀ ଅତିଥି ମାନଙ୍କର ଏହା ବିଶେଷ ଆକର୍ଷଣ ହେବ ବୋଲି ଓଡ଼ିଶା ସରକାରଙ୍କ ଆଶା ରହିଛି। ଏହାରି ଭିତରେ ବିଶେଷ କରି ମୁଖ୍ୟ କେନ୍ଦ୍ରବିନ୍ଦୁ ହେବ କୋରାପୁଟ ମାଣ୍ଡିଆ ଆଉ କଫି। ସେପଟେ ଦିଲ୍ଲୀର ପାଞ୍ଚ ତାରକା ହୋଟେଲରେ ବର୍ତ୍ତମାନ କୋରାପୁଟ କଫି ଆଉ ମାଣ୍ଡିଆର ଭାରି ଚାହିଦା ରହିଥିବା ବେଳେ
ଆମେରିକା ରାଷ୍ଟ୍ରପତିଜୋ ବାଇଡେନଙ୍କ ପାଇଁ କୋରାପୁଟ ମାଣ୍ଡିଆରେ ତିଆରି ବିଶେଷ ଖାଦ୍ୟ ପ୍ରସ୍ତୁତ ହେଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.