କାମୁଡ଼ା ସାପକୁ ଧରି ମେଡିକାଲକୁ ଆସିଲେ ରୋଗୀ, ତାଜୁବ ସ୍ଥାନୀୟବାସୀ

ସାପ ତାଙ୍କୁ କାମୁଡ଼ିଲା । ହେଲେ ସେ ବି ସାପକୁ ଛାଡ଼ିଲେନି । ଯୁବକ ଜଣକଙ୍କୁ କାମୁଡ଼ିଥିବା ସାପକୁ ଧରି ପହଞ୍ଚିଲେ ଡାକ୍ତରଖାନାରେ। ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ୧୧ ନଂ ୱାର୍ଡର ମୁସଲିମ ସାହିରେ ଏହି ଘଟଣା ଘଟିଛି ।

ଭଦ୍ରକ (କେନ୍ୟୁଜ): ସାପ ତାଙ୍କୁ କାମୁଡ଼ିଲା । ହେଲେ ସେ ବି ସାପକୁ ଛାଡ଼ିଲେନି । ଯୁବକ ଜଣକଙ୍କୁ କାମୁଡ଼ିଥିବା ସାପକୁ ଧରି ପହଞ୍ଚିଲେ ଡାକ୍ତରଖାନାରେ। ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ୧୧ ନଂ ୱାର୍ଡର ମୁସଲିମ ସାହିରେ ଏହି ଘଟଣା ଘଟିଛି । ଏପରି ଘଟଣା ଦେଖି ତାଜୁବ ହୋଇଯାଇଥିଲେ ସ୍ଥାନୀୟବାସୀ। ଯୁବକ ଜଣକ ହେଲେ ସେକ୍ ସହାଜାତ୍ ଅଲ୍ଲିଙ୍କ ପୁଅ ସାଜନ ଅଲ୍ଲି।

ଗତକାଲି ସେକ ସାହାଜାତ ଅଲ୍ଲୀଙ୍କ ୨୬ ବର୍ଷୀୟ ପୁଅ ସେକ ସାଜନ ଅଲ୍ଲୀ ଘର ଭିତରେ ଅଳିଆ ସଫା କରୁଥିବା ବେଳେ ତାଙ୍କୁ ସାପ କାମୁଡ଼ି ଦେଇଥିଲା । ଘର ଭିତରେ ବିଷଧର ସାପଟିକୁ ଦେଖି ତାକୁ ବାହାର କରିବା ପାଇଁ ଚେଷ୍ଟା କଲା ବେଳେ ସାପଟି ତାଙ୍କୁ କାମୁଡ଼ି ଦେଇଥିଲା । ସାଜନଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେଇଥିଲେ । ଏହା ସହିତ ସାପଟିକୁ ଏକ ଡବାରେ ଭର୍ତ୍ତି କରି ଡାକ୍ତରଖାନା ନେଇ ଯାଇଥିଲେ । ସାଜନଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟାକୁ ପଠାଇ ଦେଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.