Below header

ପ୍ରିୟଙ୍କାଙ୍କ ସଭାରେ ଯୁବତୀଙ୍କୁ ମାରପିଟ୍‌, ମୋଦି ବିରୋଧୀ ସ୍ଲୋଗାନ୍‌ ନଦେବାରୁ ଆକ୍ରମଣ

ବାରାଣସୀ : ରାଜନୀତିର ସ୍ତର କେତେ ତଳକୁ ଯାଇଛି ତାର ଏକ ନମୂନ ଗତକାଲି ବାରାଣସୀର ଅରସି ଘାଟରେ ଦେଖିବାକୁ ମିଳିଛି । ପୂର୍ବ ଉତ୍ତର ପ୍ରଦେଶର କଂଗ୍ରେସ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କର ତିନିଦିନି ଗଙ୍ଗାଯାତ୍ରା ଅବସରରେ ଏଠାରେ ଏକ ଜନସଭାରେ ଉଦବୋଧନ ଦେଇଥିଲେ । ଏହି ସମୟରେ କିଛି କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଲୋକଙ୍କୁ ‘ମୋଦି ଚୋର ହୈ’ ସ୍ଲୋଗାନ୍‌ ଦେବାକୁ କୁହାଗଲା । ହେଲେ ଜଣେ ଝିଅ ମନା କରିବାରୁ ତାଙ୍କୁ କଂଗ୍ରେସ କର୍ମୀମାନେ ଆକ୍ରମଣ କରିଥିଲେ । ପରେ ଝିଅଟି ସାମ୍ବାଦିକମାନଙ୍କୁ କହିଥିଲେ ଯେ ମୁଁ ନମୋ ଟି-ସାର୍ଟ ପିନ୍ଧିଥିଲି । ସେମାନେ ମୋତେ ବିଜେପି କର୍ମୀ ବୋଲି କହି ମୋଦି ବିରୋଧୀ ସ୍ଲୋଗାନ୍‌ ଦେବାକୁ ବାଧ୍ୟ କରିଥିଲେ । ମୁଁ ନମାନିବାରୁ ମୋ ସହ ମାରପିଟ୍‌ କରିଥିଲେ ।

ଏମିତି କଣ କଲେ ପ୍ରିୟଙ୍କା ?

ସେପଟେ ଅନ୍ୟ ଏକ ସଭାରେ ପ୍ରିୟଙ୍କା ନିଜ ବେକରେ ପଡ଼ିଥିବା ଏକ ଗୋଲପ ଫୁଲମାଳକୁ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ପିନ୍ଧାଇ ଦେଇଥିଲେ । ଏହାକୁ ନେଇ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହୋଇଛି । ବିଶେଷ କରି ବିଜେପି ଏହାର ବିରୋଧ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଙ୍କ ପ୍ରତି ଏହା ଅସମ୍ମାନ ବୋଲି କହିଛି ।

PRIYANKA GANDHI

ଦେଖନ୍ତୁ ଭିଡିଓ… ସୌଜନ୍ୟ : ଜନସତ୍ତା

https://www.facebook.com/Jansatta/videos/2245688568816900/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.