Below header

ସ୍କୁଲରେ ଆଡଭେଞ୍ଚର ସ୍ପୋର୍ଟ୍ସ ସମୟରେ ୨୫ ଫୁଟ୍ ଉଚ୍ଚରୁ ଖସି ପଡିଲେ ଛାତ୍ରୀ, ଦେଖନ୍ତୁ ଭିଡିଓ

ରାୟପୁର: ଛତିଶଗଡର ରାଜଧାନୀ ରାୟପୁରରେ ଏକ ଘରୋଇ ସ୍କୁଲ୍ ରେ ଆଡଭେଞ୍ଚର ସ୍ପୋର୍ଟ୍ସ ସମୟରେ ଦ୍ବିତୀୟ ମହଲାରୁ ଜଣେ ଛାତ୍ରୀ ତଳକୁ ପଡିଥିବା ଖବର ସାମ୍ନାକୁ ଆସିଛି । ଦ ରେଡିଏଣ୍ଟ ନାମକ ଏହି ସ୍କୁଲରେ ଆଡଭେଞ୍ଚର ପିକନିକ୍ ଆୟୋଜନ ସମୟରେ ଏହି ଅଘଟଣ ଘଟିଥିଲା । ଜିପ୍ ଲାଇନିଙ୍ଗ ଗେମ୍ ସମୟରେ ୧୧ ବର୍ଷର ଛାତ୍ରୀ ୨୫ ଫୁଟ୍ ଉଚ୍ଚରୁ ଖସିପଡିଥିଲେ । ଅଭିଯୋଗ ହୋଇଛି କି, ଘଟଣା ପରେ ସ୍କୁଲ୍ କର୍ତ୍ତୃପକ୍ଷ ଡକ୍ଟରଙ୍କୁ ଡାକିନଥିଲେ ବରଂ ଛୁଆଟିର ବାପା ମାଙ୍କୁ ଅପେକ୍ଷା କରି ରହିଥିଲେ ।

ଦେଖନ୍ତୁ ଭିଡିଓ:

ଅଭିଭାବକଙ୍କ କହିବା ମୁତାବକ, ସ୍କୁଲ୍ ପକ୍ଷରୁ ୧୦୦୦ ଟଙ୍କା ନେଇ ଏହାର ଆୟୋଜନ କରିଥିଲେ । ଆହତ ଛାତ୍ରୀଙ୍କୁ ଏମସ୍ ରେ ଭର୍ତ୍ତୀ କରାଯାଇଛି । ସେ ବର୍ତ୍ତମାନ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ଛାତ୍ରୀଙ୍କର ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଛି । ସ୍କୁଲ୍ ଶିକ୍ଷା ଅଧିକାରୀ ଜିଆର ଚନ୍ଦ୍ରାକର କହିଛନ୍ତି କି, ସ୍କୁଲ୍ କର୍ତ୍ତୃପକ୍ଷଙ୍କ  ବିରୋଧରେ ମାମଲା ରୁଜୁ କରାଯାଇଛି । ସେ ଏହା ମଧ୍ଯ ଅଭିଯୋଗ କରିଛନ୍ତି କି, ସ୍କୁଲରେ ସୁରକ୍ଷାକୁ ନେଇ କୌଣସି ବ୍ଯବସ୍ଥା କରାଯାଇନଥିଲା । ବିଭାଗ ଦ୍ବାରା ସ୍କୁଲ୍ ପ୍ରବନ୍ଧନର ମାନ୍ଯତାକୁ ରଦ୍ଦ କରିବା ନେଇ ନୋଟିସ୍ ଦେବାର ପ୍ରସ୍ତୁତି ଚାଲିଛି ।

ଏହାସହ ପଢନ୍ତୁ:

ପ୍ରାଣ ଯାଉ ପଛେ ପ୍ରାଙ୍କ୍ ନଯାଉ, ଏଭଳି କାମପାଇଁ ଯୁବକଙ୍କୁ ଗିରଫ କଲା ପୋଲିସ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.