ପ୍ରିୟଙ୍କା-ନିକ୍‌ ଜୋନସ୍‌ ଲସ୍‌ ଏଞ୍ଜେଲସ୍‌ରେ କିଣିଲେ ନୂଆ ଘର, ଖର୍ଚ୍ଚ କଲେ ୨୦ ମିଲିୟନ୍‌ ଡଲାର!

ପ୍ରିୟଙ୍କା ଏବଂ ତାଙ୍କ ସ୍ୱାମୀ ନିକ୍‌ ଜୋନସ୍‌ ଆମେରିକାର ଲସ୍‌ ଏଞ୍ଜେଲସ୍‌ଠାରେ ଏକ ନୂଆ ଘର କିଣିଛନ୍ତି, ଯାହାର ମୂଲ୍ୟ ଶୁଣି ଆପଣ ନିଶ୍ଚିତ କହିବେ ‘ଓ ମାଇଁ ଗଡ୍‌’!

ଏକ ଜର୍ନାଲ ମୁତାବକ, ନିକ୍‌ ଏବଂ ପ୍ରିୟଙ୍କା ଲସ୍‌ ଏଞ୍ଜେଲସ୍‌ଠାରେ ୨୦,୦୦୦ ବର୍ଗ ଫୁଟର ସମ୍ପତ୍ତି କିଣିଛନ୍ତି, ଯାହାର ମୂଲ୍ୟ ୨୦ ମିଲିୟନ୍‌ ଡଲାର। ଯଦି ଏହି ସମ୍ପତ୍ତିର ମୂଲ୍ୟକୁ ଭାରତୀୟ ମୁଦ୍ରାରେ ଗଣାଯାଏ, ତା’ହେଲେ ଏହା ୧୪୪ କୋଟି ଟଙ୍କା ହେବ।

ଏହାସହ ପଢ଼ନ୍ତୁ: ଭାଇରାଲ ହେଲା ଭୋଜପୁରୀ ଅଭିନେତ୍ରୀ ମୋନାଲିସାଙ୍କ ଗାଧୋଇବା ବେଳର ଭିଡିଓ

ଜୋନସ୍‌ ବ୍ରଦର୍ସ ଲସ୍‌ ଏଞ୍ଜେଲସ୍‌ ନିକଟସ୍ଥ ଏନ୍‌ସିନୋ ନାମକ ଜାଗାରେ ବହୁତ ପଇସା ନିବେଶ କରିଛନ୍ତି। ସମସ୍ତ ଭାଇମାନେ ମିଶି ଏ ପଯ୍ୟର୍ନ୍ତ ଏହି ଜାଗାରେ ସମ୍ପତ୍ତି ପାଇଁ ମୋଟ ୩୪.୧ ମିଲିୟନ୍‌ ଡଲାର ଖର୍ଚ୍ଚ କରିଛନ୍ତି। ତେବେ ନିକ୍‌-ପ୍ରିୟଙ୍କାଙ୍କ ପୂର୍ବରୁ ସୋଫି ଟର୍ନର ନିଜ ସ୍ୱାମୀଙ୍କ ସହ ମିଶି ୧୫,୦୦୦ ବର୍ଗଫୁଟର ଘର କିଣିଥିଲେ, ଯାହାର ମୂଲ୍ୟ ଥିଲା ୧୪.୧ ମିଲିୟନ୍‌ ଡଲାର।

nick3

ରିପୋର୍ଟ ମୁତାବକ, ପ୍ରିୟଙ୍କାଙ୍କ ନୂଆ ଘରେ ୭ଟି ବେଡ୍‌ରୁମ ଏବଂ ୧୧ଟି ବାଥ୍‌ରୁମ ଅଛି। ସେଠି ସୋଫି ଟର୍ନରଙ୍କ ଘରେ ୧୦ଟି ବେଡ୍‌ରୁମ୍‌ ଏବଂ ୧୪ଟି ବାଥ୍‌ରୁମ୍‌ ରହିଛି। ତେବେ ଅଗଷ୍ଟରେ ନିକ୍‌ ନିଜ ବ୍ୟାଚେଲର ଘରକୁ ବିକ୍ରି କରିଦେଇଥିବା ଏକ ଖବର ସାମ୍ନାକୁ ଆସିଥିଲା। ସେ ପ୍ରିୟଙ୍କା ସହ ଘର ଶେୟାର କରିବା ଲାଗି ଏକ ନୂଆ ଘର ଖୋଜୁଥିଲେ।

ଏହାସହ ପଢ଼ନ୍ତୁ: ଜିମ୍‌ ଆଉଟ୍‌ଫିଟ୍‌ରେ ନଜର ଆସିଲେ ଏହି ବଲିଉଡ୍‌ ତାରକାଙ୍କ ପତ୍ନୀ, ଥରେ ଦେଖିଲେ ଆଖି ଲାଖିଯିବ 

ନିକଟରେ ପ୍ରିୟଙ୍କା ଏକ ଇଣ୍ଟରଭ୍ୟୁରେ କହିଥିଲେ, ‘ଘର କିଣିବା ଏବଂ ମା’ ହେବା ମୋର ଟୁ-ଡୁ ଲିଷ୍ଟରେ ଅଛି। ଯେଉଁଠି ମୁଁ ଖୁସି ଅଛି ଏବଂ ମୋ ଆଖପାଖର ଲୋକ ଖୁସି ଅଛନ୍ତି, ତାହା ମୋ ପାଇଁ ଘର ଅଟେ’।