Below header

ଯାଜପୁର : ଭିଜିଲାନ୍ସ ଜାଲରେ ବିଞ୍ଝାରପୁର ଥାନା ଏଏସଆଇ, ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ଯାଜପୁର ଟାଉନ: 5T କୁ ଖାତିର କଲେ ନାହିଁ ବିଂଝାରପୁର ଥାନା ଏଏସଆଇ । ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଯାଜପୁର ବିଞ୍ଝାରପୁର ଥାନାର ଏ ଏସ ଆଇ ଯୁଧିଷ୍ଠିର ମଲ୍ଲିକ । ସୂଚନା ଅନୁସାରେ ବିଞ୍ଝାରପୁର କଣ୍ଟିପୁରର ଅଂଚଳର ପ୍ରଫୁଲ ମଲ୍ଲିକ  ଜମିଜମା ଗଣ୍ଡଗୋଳ କାରଣରୁ ଉକ୍ତ ଗ୍ରାମର କରୁଣାକର ମଲ୍ଲିକ ଓ ତାଙ୍କ ପରିବାର ବିରୋଧରେ ଗତ ମାସ ୧୮ ତାରିଖରେ ବିଞ୍ଝାରପୁର ଥାନାରେ କେସ ଦାୟର କରିଥିଲେ । ପରେ ଘଟଣାକୁ ନେଇ କରୁଣାକର ମଲ୍ଲିକଙ୍କ ପତ୍ନୀ କାମିନୀ ମଲ୍ଲିକ ପ୍ରଫୁଲ ମଲ୍ଲିକ ଓ ତାଙ୍କ ପରିବାର ବିରୋଧରେ ଏତଲା ଦେଇଥିଲେ ।

moneyଏହି କେସରେ ଏଏସଆଇ କରୁଣାକର ମଲ୍ଲିକ ପରିବାରକୁ ଧମକେଇବା ସହ ୧୫,୦୦୦ ଟଙ୍କା ନଦେଲେ ସେମାନେ ଆଗକୁ ବହୁ ହଇରାଣ ହେବେ ବୋଲି ଚେତାବନୀ ଦେଇଥିଲେ ବିଂଝାରପୁର ଥାନା ଏଏସଆଇ ଯୁଧିଷ୍ଠିର ମଲ୍ଲିକ । ପରେ କରୁଣାକରଙ୍କ ଭାଇ ବାଇଧର ମଲ୍ଲିକ ଯାଜପୁର ଭିଜଲାନ୍ସର ସହାୟତା ନେଇ ବିଂଝାରପୁର ପେଟ୍ରୋଲ ପମ୍ପ ନିକଟରେ ରହିଥିବା ତାଙ୍କ ବାସଭବନରେ ଏଏସଆଇଙ୍କୁ ୧୦,୦୦୦ ଟଙ୍କା ଲାଞ୍ଚ ଦେଇଥିଲେ । ଲାଞ୍ଚ ଦେଉଥିବା ସମୟରେ ଯାଜପୁର ଭିଜଲାନ୍ସ ଡ଼ିଏସପି ବନମାଳିଧଳ ଓ ଇନ୍ସପେକ୍ଟର ଅନୁସୟା ସେନାପତିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳରୁ ଏଏସଆଇ ଯୁଧିଷ୍ଠିର ମଲ୍ଲିକଙ୍କୁ ନଗଦ ୧୦,୦୦୦ ଟଙ୍କା ସହ ଗିରଫ କରି ତଦନ୍ତ ଚାଲୁ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.