Below header

ଜଣଙ୍କ ସାଙ୍ଗେ ପ୍ରେମ ସମ୍ବନ୍ଧ ରଖି ଅନ୍ୟଜଣକୁ ବାହାହେଉଥିଲେ ବର, ବେଦୀ ଉପରେ ପ୍ରେମିକା କଲା ଏଭଳି କାଣ୍ଡ

ଉତ୍ତରାଖଣ୍ଡ:  ବିକାଶନଗରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। କାରଣ ଏକ ବାହାଘର ମଣ୍ଡପରେ ଜଣେ ଯୁବତୀ ହଠାତ ପଶିଆସି ବରକୁ ପିଟିବାକୁ ଲଗିଲେ। ଏହି ଘଟଣା ଦେଖି ସେଠାରେ ଉପସ୍ଥିତ ଥିବା ଅତିଥି ସବୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାର କାରଣ ଯେତେବେଳେ ପଦାକୁ ଆସିଲା ସମସ୍ତଙ୍କୁ ଆଶ୍ଚମ୍ବିତ କରିଦେଲା।

ଯୁବତୀଙ୍କ ମୁତାବକ ଉତ୍ତରାଖଣ୍ଡ ହରିଦ୍ବାରର ସିକରୋଡା ଭଗବାନପୁର ଅଞ୍ଚଳର ଯୁବକଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା ଓ ବିବାହର ପ୍ରତିଶୃତି ଦେଇ ଯୁବକ ଜଣଙ୍କ ୩ବର୍ଷ ହେବ ଶାରିରୀକ ସମ୍ପର୍କ ରଖିଥିଲେ। ଏବେ ତାଙ୍କୁ ପ୍ରତାରଣା କରି ଯୁବକ ଜଣଙ୍କ ସେହି ଯୁବତୀଙ୍କ ପଡୋଶୀ ଘର ଝିଅକୁ ବିବାହ କରିବାକୁ ଯାଉଥିଲେ। ତେଣୁ ଏଥିରେ ଉତକ୍ଷିପ୍ତ ହୋଇ ବିବାହ ମଣ୍ଡପରେ ବରକୁ ପିଟିବା ପାଇଁ ଆସିଥଲେ। ଏହି ଘଟଣା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥି ବରକୁ ପୋଲିସରେ ଦେବାକୁ କହିଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବରକୁ ଗିରଫ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.