ସବୁ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଖୁସିଖବର, ଏଣିକି ୩ ଘଣ୍ଟାରୁ ଉର୍ଦ୍ଧ ସମୟ ଏଟିଏମରେ ଟଙ୍କା ନରହିଲେ ବ୍ୟାଙ୍କ ଗଣିବ ଫାଇନ

ବ୍ୟାଙ୍କ ମାନଙ୍କ ମନମୁଖି କାମକୁ ଦେଖି ଆରବିଆଇ ଆଣିଛି ନୂଆନିୟମ। ଏଣିକି ବ୍ୟାଙ୍କର ଏଟିଏମ ଗୁଡିକ ଆଉ ଗ୍ରାହକଙ୍କୁ ହନ୍ତସନ୍ତ କରିପାରିବେନାହିଁ । ଅନେକ ସମୟରେ ଦେଖାଯାଇଛି ଯେ, ଏଟିଏମ ଗୁଡିକରେ ଟଙ୍କା ନଥିବା ଲେଖା ଝୁଲାଯାଇ ଏଟିଏମକୁ ବନ୍ଦ କରିଦିଆଯାଉଛି। ଯେଉଁଥିପାଇଁ ଲୋକମାନଙ୍କ ଆବଶ୍ୟକତା ସମୟରେ ଏହା ସାହାଯ୍ୟ କରିପାରୁନାହିଁ। ଏଥିପାଇଁ ଆରବିଆଇର ଗଭର୍ଣ୍ଣର ଚିନ୍ତା ପ୍ରକଟ କରି ସବୁ ବ୍ୟାଙ୍କମାନଙ୍କ ପାଇଁ କଡା ନିୟମ ଆଣିଛନ୍ତି। ଯଦି ଏଟିଏମରେ ୩ ଘଣ୍ଟାରୁ ଉର୍ଦ୍ଧ ସମୟ ଟଙ୍କା ଖାଲି ରହିଥିବାର ସୂଚନା ମିଳେ ତେବେ ସମ୍ପୃକ୍ତ ବ୍ୟାଙ୍କ ଉପରେ ଜରିମାନା ଲାଗୁ କରାଯିବ।

atm no cashବ୍ୟାଙ୍କିଙ୍ଗ ଏକ୍ସପୋର୍ଟଙ୍କ ମୁତାବକ ଅନେକ ସମୟରେ ବ୍ୟାଙ୍କ କର୍ମଚାରୀ ମାନେ ଏଟିଏମରେ ଟଙ୍କା ରଖିବାକୁ ଅବହେଳା କରନ୍ତି। ତେଣୁ ଏହା ସେମାନଙ୍କ ପାଇଁ ଏକ ଚିନ୍ତାର ବିଷୟ ହେବ ନିଶ୍ଚୟ। ବ୍ୟାଙ୍କର ଉଚ୍ଚପଦସ୍ଥ ଅଧିକାରୀଙ୍କ ମୁତାବକ ଆଜିର ଦିନରେ ଏଟିଏମ ଥିବା ଟଙ୍କାର ଫଲୋଅପ ସଠିକ ଭାବରେ କରାଯାଉଛି।ପୁର୍ବଦିନ ମାନଙ୍କରେ ଏଟିଏମରେ ଉପୁଜିଥିବା ଅସୁବିଧାର ମୁଖ୍ୟ କାରଣ ଥିଲା ବ୍ୟାଙ୍କ ଗୁଡିକରେ ପର୍ଯ୍ୟାପ୍ତ ପରିମାଣ ଟଙ୍କାର ଅଭାବ ।

ଫେଡେରେସନ ଅଫ ଏଟିଏମ ଉଣ୍ଡଷ୍ଟ୍ରିଜ୍ରର କହିବା କଥା ହେଲା ଆରବିଆଇ ବ୍ୟାଙ୍କକୁ ଏଟିଏମ ଗୁଡିକ ଅପଗ୍ରେଡ କରିବାକୁ କହିଛି।ଏଥିପାଇଁ ବ୍ୟାଙ୍କର ଖର୍ଚ୍ଚ ବଢିଛି। ଏଟିଏମ ମେଣ୍ଟେନାନ୍ସ ଖର୍ଚ୍ଚ ବଢୁଥିବାରୁ ମଧ୍ୟ ବ୍ୟାଙ୍କ ଅନେକ ଏଟିଏମ ବନ୍ଦ କରି ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.