Below header

ପାଣି ଟାଙ୍କି ଖନନ ବେଳେ ମାଟି ତଳୁ ବାହାରିଲେ ସୁନାର ବିଷ୍ଣୁ ପ୍ରତିମା, ପୂଜାପାଠ ଓ ଭଜନ କୀର୍ତ୍ତନ ଜାରି

ବେଳେ ପାଣି ଟାଙ୍କି ପାଇଁ ଖୋଳା ଯାଉଥିବା ସ୍ଥାନରୁ ବାହାରିଲେ ଭଗବାନ ବିଷ୍ଣଙ୍କ ସୁନାର ପ୍ରତିମା । ଦେଖିବା ପାଇଁ ଲାଗିଛି ଲୋକଙ୍କ ଭିଡ । ପୂଜା ର୍ଚ୍ଚନା ମଧ୍ୟ ଲାଗି ରହିଛି । ଲୋକମାନେ ପୂଜାର୍ଚ୍ଚନା କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ବେଳେ ପାଣି ଟାଙ୍କି ପାଇଁ ଖୋଳା ଯାଉଥିବା ସ୍ଥାନରୁ ବାହାରିଲେ ଭଗବାନ ବିଷ୍ଣଙ୍କ ସୁନାର ପ୍ରତିମା । ଦେଖିବା ପାଇଁ ଲାଗିଛି ଲୋକଙ୍କ ଭିଡ । ପୂଜା ର୍ଚ୍ଚନା ମଧ୍ୟ ଲାଗି ରହିଛି । ଲୋକମାନେ ପୂଜାର୍ଚ୍ଚନା କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ପିଲିଭିଟି ଠାରେ । ଏଠାରେ ଏକ ପାଣି ଟାଙ୍କି ନିର୍ମାଣ ପାଇଁ ଖନନ କାର୍ଯ୍ୟ ଜାରି ରହିଥିଲା ।

ଜେସିପି ଖନନ କରି ଚାଲିଯିବା ପରେ ପିଲାମାନେ ସେହି ମାଟିରେ ଖେଳୁଥିଲେ । ଏହି ସମୟରେ ପିଲାମାନେ ମାଟି ଭିତରୁ ଏକ ମୂର୍ତ୍ତି ଦେଖିବାକୁ ପାଇଲେ । ପରେ ଲୋକେ ସେଠାରେ ରୁଣ୍ଡ ହୋଇ ମୂର୍ତ୍ତିକୁ ଧୋଇବା ପରେ ଏହା ସୁନାର ବିଷ୍ଣୁଙ୍କ ପ୍ରତିମା ବୋଲି ଜଣାପଡିଥିଲା । ଫଳରେ ସେଠାରେ ପାଣି ଟାଙ୍କି ପରିବର୍ତ୍ତେ ମନ୍ଦିର ଗଢ଼ିବା ପାଇଁ ଲୋକେ ଦାବି କରିଛନ୍ତି ।

ସ୍ଥାନୀୟ ଏମଏଲଏ ମନ୍ଦିର ଗଢ଼ିବା ପାଇଁ ମଧ୍ୟ ଆଶ୍ୱସନା ଦେଇଛନ୍ତି । ପୂର୍ବରୁ ମଧ୍ୟ ଲୋକେ ଏଠାରେ ପାଣି ଟାଙ୍କି କରିବାକୁ ବିରୋଧ କରୁଥିଲେ । ବୋଧହୁଏ ଇଶ୍ୱରଙ୍କ ଏହାହିଁ ଇଚ୍ଛା ଥିଲା ବୋଲି ଲୋକେ ଏବେ କହୁଛନ୍ତି । ଖନନ ସ୍ଥାନରେ ପୂଜା ପାଠ ଓ ଭଜନ କୀର୍ତ୍ତନ ଚାଲୁଥିବା ଜଣାଯାଇଛି । ଏହି ଘଟଣା ପ୍ରଘଟ ହେବା ପରେ ସେଠାକୁ ବିଭିନ୍ନ ଅଂଚଳରୁ ଲୋକଙ୍କ ସୁଅ ଛୁଟୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.