କାନପୁର ବ୍ୟବସାୟୀଙ୍କ ପୁଅ ହତ୍ୟାକାଣ୍ଡର ବଡ଼ ଖୁଲାସା; ପ୍ରେମିକ ସହ ମିଶି ତଣ୍ଟି ଚିପି ମାରିଦେଲେ ଟ୍ୟୁସନ ଶିକ୍ଷୟିତ୍ରୀ

ଉତ୍ତର ପ୍ରଦେଶର କାନପୁରରେ ଛାତ୍ର କୁଶଗ୍ର ହତ୍ୟା ମାମଲାର ପୋଲିସ ବଡ଼ ଖୁଲାସା କରିଛି। ସ୍ଥାନୀୟ ଜଣେ କପଡ଼ା ବ୍ୟବସାୟୀଙ୍କ ପୁଅ କୁଶଗ୍ରଙ୍କୁ ଅଭିଯୁକ୍ତମାନେ ଅପହରଣ କରିନେଇଥିଲେ। ତାଙ୍କ ମୃତଦେହକୁ ପୋଲିସ ମଙ୍ଗଳବାର ଉଦ୍ଧାର କରିଥିଲା। ପୋଲିସ କହିଛି ଯେ ବ୍ୟବସାୟୀ ମନୀଷ କନୋଡିଆଙ୍କ ପୁଅ କୁଶଗ୍ରଙ୍କୁ ହତ୍ୟା କରାଯାଇଛି।

ଉତ୍ତର ପ୍ରଦେଶର କାନପୁରରେ ଛାତ୍ର କୁଶଗ୍ର ହତ୍ୟା ମାମଲାର ପୋଲିସ ବଡ଼ ଖୁଲାସା କରିଛି। ସ୍ଥାନୀୟ ଜଣେ କପଡ଼ା ବ୍ୟବସାୟୀଙ୍କ ପୁଅ କୁଶଗ୍ରଙ୍କୁ ଅଭିଯୁକ୍ତମାନେ ଅପହରଣ କରିନେଇଥିଲେ। ତାଙ୍କ ମୃତଦେହକୁ ପୋଲିସ ମଙ୍ଗଳବାର ଉଦ୍ଧାର କରିଥିଲା। ପୋଲିସ କହିଛି ଯେ ବ୍ୟବସାୟୀ ମନୀଷ କନୋଡିଆଙ୍କ ପୁଅ କୁଶଗ୍ରଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ଶବକୁ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଏହି ହତ୍ୟା ମାମଲାକୁ ନେଇ ପୋଲିସ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ମହିଳା ଅଭିଯୁକ୍ତ ମଧ୍ୟ ଅଛନ୍ତି, ଯାହାଙ୍କ ପାଖକୁ କୁଶଗ୍ର ଦୁଇ ବର୍ଷ ପୂର୍ବେ ଟ୍ୟୁସନ ପଢ଼ିବାକୁ ଯାଉଥିଲେ। ରଚିତା ନାମ୍ନୀ ଶିକ୍ଷୟିତ୍ରୀ କୁଶଗ୍ରଙ୍କୁ ଟ୍ୟୁସନ କରୁଥିଲେ। ଯଦିଓ ପରେ ଛାତ୍ର ଜଣକ ତାଙ୍କ ପାଖକୁ ଟ୍ୟୁସନ ଯିବା ବନ୍ଦ କରିଦେଇଥିଲେ। କିନ୍ତୁ ସେ ଶିକ୍ଷୟିତ୍ରୀଙ୍କୁ ମଝିରେ ମଝିରେ ଭେଟୁଥିଲେ। ଗତ ସୋମବାର ମଧ୍ୟ କୁଶଗ୍ର ରଚିତାଙ୍କୁ ଭେଟିବାକୁ ଯାଇଥିଲେ। ହେଲେ ଏଠାରେ ଶିକ୍ଷୟିତ୍ରୀ, ତାଙ୍କ ପ୍ରେମିକ ଏବଂ ପ୍ରେମିକର ବନ୍ଧୁ ମିଶି ଛାତ୍ରଙ୍କୁ ଗଳା ଚିପି ହତ୍ୟା କରିଥିଲେ।

କାନପୁରର ଆଚାର୍ଯ୍ୟ ନଗରରେ ମନୀଷ କନୋଡିଆଙ୍କ ପରିବାର ରୁହନ୍ତି। ତାଙ୍କ ପୁଅ କୁଶଗ୍ର ହାଇସ୍କୁଲର ଛାତ୍ର ଥିଲେ। ଘଟଣା ଦିନ ଅପରାହ୍ନ ୪ଟାରେ ସେ କୋଚିଂରେ ପଢ଼ିବା ପାଇଁ ଘରୁ ବାହାରିଥିଲେ। ଯେତେବେଳେ ଛାତ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ, ପରିବାର ସଦସ୍ୟ ଫୋନ୍ କରିଥିଲେ। କିନ୍ତୁ ଛାତ୍ରଙ୍କ ମୋବାଇଲ୍ ସ୍ୱିଚ୍‌ ଅଫ୍‌ ଆସିଥିଲା। ଏହାପରେ ପରିବାର ଲୋକେ ଥାନାରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ।

ଏହାର କିଛି ସମୟ ପରେ ଆପାର୍ଟମେଣ୍ଟର ଗାର୍ଡଙ୍କୁ କୁଶଗ୍ରଙ୍କ ମୁକ୍ତି ନେଇ ଏକ ଚିଠି ମିଳିଥିଲା। ଏହାକୁ ନେଇ ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ। ପରିବାର ଲୋକଙ୍କ କହିବାନୁସାରେ, ସ୍କୁଟରରେ ଜଣେ ଯୁବକ ଆସି ଗାର୍ଡଙ୍କ ସାମ୍ନାରେ ଚିଠି ଫିଙ୍ଗି ଚାଲିଯାଇଥିଲେ। ଏହି ଚିଠିରେ ଅଲ୍ଲାହା ହୁ ଆକବର ଲେଖାଯାଇଥିଲା। ଏଥିରେ ଆହୁରି ମଧ୍ୟ ଲେଖା ହୋଇଥିଲା କି, ଆମେ ତୁମ ପର୍ବକୁ ଖରାପ କରିବାକୁ ଚାହୁଁନାହୁଁ ଏବଂ କୌଣସି କ୍ଷତି ମଧ୍ୟ କରିବାକୁ ଚାହୁଁନାହୁଁ। କୁଶଗ୍ରଙ୍କ ମୁକ୍ତି ପାଇଁ ବ୍ୟବସାୟୀଙ୍କଠାରୁ ୩୦ ଲକ୍ଷ ଟଙ୍କା ଦାବି କରାଯାଇଥିଲା।

ପୋଲିସ ଏହି ମାମଲାର ତଦନ୍ତ କରିଥିଲା। ଯେତେବେଳେ ପୋଲିସ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା, ସେତେବେଳେ ଅଭିଯୁକ୍ତ ନଜର ଆସିଥିଲେ। ପୋଲିସ ୧୨ ଘଣ୍ଟା ମଧ୍ୟରେ ଏହି ଘଟଣାର ଖୁଲାସା କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.