କଳ୍ପନା ଦାସଙ୍କ ମରଶରୀର ଆଣିବାକୁ ଉଦ୍ୟମ ଜାରି, ନେପାଳ ଯାତ୍ରା କରିଛନ୍ତି ଓଡ଼ିଶାରୁ ୩ ଜଣିଆ ଟିମ୍

କେନ୍ୟୁଜ୍ : ଏଭରେଷ୍ଟ ଆରୋହଣ ବେଳେ ପ୍ରାଣ ହରାଇଥିବା ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ପର୍ବତାରୋହୀ କଳ୍ପନା ଦାସଙ୍କ ମୃତଦେହ ଆଣିବାକୁ ଉଦ୍ୟମ ଜାରି ରହିଛି । କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସ ସହ ନିୟମିତ ଯୋଗାଯୋଗ ରହିଥିବା ବେଳେ ଓଡ଼ିଶାରୁ ୩ ଜଣିଆ ଟିମ ନେପାଳ ଯାତ୍ରା କରିଛନ୍ତି । ଟିମରେ ଅଛନ୍ତି ପର୍ବତାରାହୀ ଗଣେସ ଜେନା, କଳ୍ପନାଙ୍କ ଭାଇ ପ୍ରଦିପ କୁମାର ଦାସ ଓ ଅନ୍ୟ ଜଣେ ସହଯୋଗୀ ରଣଜିତ କର୍ମୀ । ମର ଶରୀର ଫେରାଇ ଆଣିବାକୁ ଏଭରେଷ୍ଟ ଆରୋହଣ କରୁଥିବା ୧୦ ଜଣିଆ ଉଦ୍ଧାରକାରୀ ଶେରପା ଦଳ ବେସ କ୍ୟାମ୍ପ ଅଭିମୁଖେ ବାହାରିଛନ୍ତି । ପାର୍ଥିବ ଶରୀର ଆଣିବାକୁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି । ବୁଧବାର ହିମାଳୟର ଦୁଃସାହସିକ ଅଭିଯାନ ବେଳେ ଅମ୍ଳଜାନ ଅଭାବରୁ ତାଙ୍କର ପରଲୋକ ହୋଇଥିଲା । ହିମାଳୟ ଶିଖରରେ ପହଞ୍ଚି ପାଦ ଦେଶକୁ ଫେରିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା । ମୃତ୍ୟୁ ବେଳଙ୍କୁ ତାଙ୍କୁ ୪୯ ବର୍ଷ ହୋଇଥିଲା । ଢେଙ୍କାନାଳରେ ଜନ୍ମିତ କଳ୍ପନା ଦାସ ୨୦୦୮ ମେ ୩୧ରେ ମାଉଣ୍ଟ ଏଭରେଷ୍ଟ ସଫଳତାର ସହ ଆରୋହଣ କରି ରେକର୍ଡ କରିଛନ୍ତି ।

Leave A Reply

Your email address will not be published.