Below header

ଆଜି ଜେଇଇ ଆଡଭାନ୍ସଡ୍, ଆଇଆଇଟିରେ ନାମଲେଖା ପାଇଁ ପରୀକ୍ଷା ଦେଉଛନ୍ତି ୧ଲକ୍ଷ ୭୬ହଜାର ଛାତ୍ରଛାତ୍ରୀ

କେନ୍ୟୁଜ୍ : ଆଇଆଇଟି ଗୁଡିକରେ ନାମଲେଖା ପାଇଁ ସାରା ଦେଶରେ ଚାଲିଛି ଜେଇଇ ଆଡଭାନ୍ସଡ୍। ମୋଟ ୧ଲକ୍ଷ ୭୬ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବାବେଳେ ଓଡ଼ିଶାରୁ ୩ହଜାର ୨୬୧ଜଣ ପରୀକ୍ଷାର୍ଥୀ ଅଛନ୍ତି। ଦୁଇଟି ସିଟିଂରେ ପରୀକ୍ଷା ହେଉଛି। ପ୍ରଥମ ସିଟିଂ ୯ଟାରୁ ୧୨ଟା ଓ ଦ୍ୱିତୀୟ ସିଟିଂ ୨ଟାରୁ ୪ଟା ପର୍ଯ୍ୟନ୍ତ ହେବ। ଭୁବନେଶ୍ୱର, ବ୍ରହ୍ମପୁର, କଟକ ଓ ରାଉରକେଲାରେ ପରୀକ୍ଷା କେନ୍ଦ୍ର କରାଯାଇଛି। ପରୀକ୍ଷା କେନ୍ଦ୍ର ଭିତରକୁ କଲମ, ପନସିଲ୍‌, ଆଡମିଟ୍‌ କାର୍ଡ ଓ ଫଟୋ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି। ଜୁନ୍‌ ୧୪ରେ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ହେବ। ଜେଇଇ ଆଡଭାନ୍‌ସଡ ନାମଲେଖା ଲାଗି ମେ ୩ରୁ ୯ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.