Below header

ହରିୟାଣା ହିଂସା : ଦୁଇ ଯବାନଙ୍କ ମୃତ୍ୟୁ, ୨୦ରୁ ଅଧିକ ଆହତ, କେନ୍ଦ୍ରୀୟ ବଳର ୧୫ କମ୍ପାନୀ ମୁତୟନ

ମଣିପୁର ହିଂସା ପରେ ଏବେ ହରିୟାଣା ନୁହରେ ହିଂସା । ବିଶ୍ୱ ହିନ୍ଦୁ ପରିଷଦ ବ୍ରଜମଣ୍ଡଳ ଯାତ୍ରାରେ ପଥରମାଡ଼କୁ ନେଇ ହିଂସା ବଢିଚାଲିଛି । ଦୁଇ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ ବନ୍ଦ ରହିଥିବା ବେଳେ ୧୪୪ ଧାରା ଲାଗୁ ହୋଇଛି । କେନ୍ଦ୍ରୀୟ ବଳର ୧୫ କମ୍ପାନୀ ମୁତୟନ ହୋଇଛି ।

ହରିୟାଣାର ନୁହ ଜିଲ୍ଲାରେ ବିଶ୍ୱ ହିନ୍ଦୁ ପରିଷଦ ବ୍ରଜମଣ୍ଡଳ ଯାତ୍ରାରେ ପଥରମାଡ଼କୁ ନେଇ ହିଂସା ବଢିଚାଲିଛି । ଶୋଭାଯାତ୍ରା ହିଂସା ଜୋର ଧରିଥିବାରୁ ହରିୟାଣାରେ ୧୪୪ ଧାରା ଜାରି କରାଯାଇଛି । ଏହି ଘଟଣାରେ ୨ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ କର୍ମୀଙ୍କ ସହିତ୨୦ ଜଣ ଲୋକ ଆହତ ହୋଇଛନ୍ତି । ଏହାବ୍ୟତୀତ ସାରା ରାଜ୍ୟରେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରି ଦିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ହରିୟାଣାରେ କେନ୍ଦ୍ରୀୟ ବଳର ୧୫ କମ୍ପାନୀ ନିୟୋଜିତ ରହିଛି ।

ଖବର ଅନୁଯାୟୀ, କିଛି ଦୋକାନୀଙ୍କ ସହ ସ୍ପୋରଡିକ୍ ଲୁଟ୍ ହୋଇଥିବା ଜଣାପଡିଛି । ଦଙ୍ଗା ପରେ ଏଠାକାର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ପରିସ୍ଥିତି ଦେଖି ଲୋକମାନେ ନିଜ ଘରେ ମଧ୍ୟ ଲୁଚି ରହିଛନ୍ତି । ନୁହରେ ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ ଫରିଦାବାଦ, ଗୁରୁଗ୍ରାମ, ଫରିଦାବାଦ, ପାଲୱାଲ ଏବଂ ରେୱାରୀ ଜିଲ୍ଲା ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଡିଜିପି ପ୍ରଶାନ୍ତ କୁମାର ଅଗ୍ରୱାଲ ଆଇଜି ରେୱାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଗୋଷ୍ଠୀ ସଂଘର୍ଷ ପରେ ଶୋଭାଯାତ୍ରାରେ ସାମିଲ ପ୍ରାୟ ୨୫୦୦ ଲୋକ ପ୍ରାଣ ବଞ୍ଚାଇବାକୁ ନଲହଡ୍ ମନ୍ଦିରରେ ଫସି ରହିଥିଲେ। ଏମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଧିକ ରହିଥିଲେ । ଏହି ବାଟ ଦେଉ ଯାଉଥିବା ବାଟୋଇ ଓ ଗାଡ଼ିରେ ଯାଉଥିବା ଲୋକେ ଜୀବନ ବଞ୍ଚାଇବା ନିମନ୍ତେ ଏହି ମନ୍ଦିର ଭିତରେ ଫଶି ଯାଇଥିଲେ। ଏମାନଙ୍କୁ ଉଦ୍ଧାର କରାଯାଇଛି ।

ସୂଚନାଯୋଗ୍ୟ, ବ୍ରିଜମଣ୍ଡଳ ଯାତ୍ରା ବେଳେ ଏଠାରେ ଏକ ଗୋଷ୍ଠୀ ପକ୍ଷରୁ ପଥରମାଡ଼ ହୋଇଥିଲା, ଯାହା ପରେ ହିଂସା ଆରମ୍ଭ ହୋଇଥିଲା। ଏହି ହିଂସାରେ ୨୦ ଜଣ ଆହତ ହୋଇଥିବା ଖବର ରହିଛି। ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଥିବା ବେଳେ ଲୋକେ ଏକାଧିକ ଯାନବାହାନରେ ନିଆଁ ଲଗାଇ ଦେଇଛନ୍ତି। ଥାନା ଏବଂ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ନିଆଁ ଲଗାଇବା ସହିତ ଭଙ୍ଗାରୁଜା କରିଛନ୍ତି। ଏହି ବ୍ରିଜମଣ୍ଡଳ ଯାତ୍ରା ଗୁରୁଗ୍ରାମରୁ ଆରମ୍ଭ ହୋଇ ନୁହ ଯାଉଥିଲା। ଏଥିରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ। ଯାତ୍ରା ନୁହର ନଲହଡ଼ ମନ୍ଦିରରେ ପହଞ୍ଚିବା ପରେ ସେଠାରୁ ଫିରୋଜପୁର ଝିରକାର ଝିର୍‌ ମନ୍ଦିର ଯାଉଥିଲା। ହେଲେ ସେହି ସମୟରେ ଏକ ଗୋଷ୍ଠୀ ପେଟ୍ରୋଲ ବୋମା ଫିଙ୍ଗିବା ସହ ପଥର ଫିଙ୍ଗିବା ଆରମ୍ଭ କରିଥିଲେ।

ଏହା ପରଠାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ନୁହ ପରେ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ହିଂସା ବ୍ୟାପିବାରେ ଲାଗିଛି। ସ୍ଥିତିକୁ ନିୟନ୍ତ୍ରଣ ପାଇଁ କେତେକ ଜିଲ୍ଲାର ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପରିସ୍ଥିତିକୁ ନଜରରେ ରଖି ସମଗ୍ର ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି। ହରିୟାଣା ଗୃହମନ୍ତ୍ରୀ ଅନିଲ ଭିଜ୍ ଏହି ଘଟଣାରେ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.