Below header

ଆଜି ‘ସମ୍ବଲପୁରୀ ଦିନ’ ପାଳୁଛି ସମ୍ବଲପୁର, ସମ୍ବଲପୁରୀ ପୋଷାକରେ ଜମୁଛି ନାଚ ଗୀତର ଆସର

ଆଜି ସମ୍ବଲପୁରୀ ଦିନ୍‌ । ସମ୍ବଲପୁରରେ ପାଳନ ହେବ ସମ୍ବଲପୁରୀ ଦିନ୍‌ । ସେଥିପାଇଁ ଉତ୍ସବମୁଖର ସହର । ଏହି ଦିନ ସମ୍ବଲପୁର ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ ସମ୍ବଲପୁରୀ ପୋଷାକ ପିନ୍ଧି କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବଲପୁର (କେନ୍ୟୁଜ): ଆଜି ସମ୍ବଲପୁରୀ ଦିନ୍‌ । ସମ୍ବଲପୁରରେ ପାଳନ ହେବ ସମ୍ବଲପୁରୀ ଦିନ୍‌ । ସେଥିପାଇଁ ଉତ୍ସବମୁଖର ସହର । ଏହି ଦିନ ସମ୍ବଲପୁର ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ ସମ୍ବଲପୁରୀ ପୋଷାକ ପିନ୍ଧି କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଜିଲ୍ଲାପାଳ ସମ୍ବଲପୁର ମ୍ୟୁନିସିପାଲ୍ କର୍ପୋରେସନ୍, ସମସ୍ତ ଉପଜିଲ୍ଲାପାଳ, ଜିଲ୍ଲାର ସବୁ ବିଡିଓ, ତହସିଲଦାର ଓ ବିଭାଗୀୟ ମୁଖ୍ୟମାନଙ୍କୁ ଚିଠି କରି ନିର୍ଦ୍ଦେଶ ଦେଇଛନ୍ତି।

ଅଗଷ୍ଟ ୧ ତାରିଖରେ ସମ୍ବଲପୁରୀ ସାହିତ୍ୟ ତଥା ଭାଷାର ସ୍ରଷ୍ଟା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ । ତେଣୁ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏବଂ ସମ୍ବଲପୁରୀ ସଂସ୍କୃତିକୁ ତାଙ୍କ ଅବଦାନର ସମ୍ମାନ ସ୍ୱରୂପ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ଯାହାକୁ ସମ୍ବଲପୁରୀ ଦିନ୍‌ ଭାବରେ ପାଳିବେ ସମ୍ବଲପୁର ବାସୀ । ସମ୍ବଲପୁରୀ ପିନ୍ଧିବେ, ସମ୍ବଲପୁରୀ ଖାଇବେ , ସମ୍ବଲପୁରୀ ନାଚଗୀତରେ ଝୁମିବେ ପଶ୍ଚିମ ଓଡ଼ିଶାବାସୀ । ସମ୍ବଲପୁର କଚେରୀ ରୋଡ଼, ଗଙ୍ଗାଧର ମଣ୍ଡପ ଓ ହୀରାକୁଦରେ ଚଳିତ ବର୍ଷ ଆୟୋଜିତ ହେବାକୁ ଯାଉଛି ଏହି ସମ୍ବଲପୁରୀ ଦିନ୍‌ l ବରିଷ୍ଠ କଳାକାର ଠାରୁ ଆରମ୍ଭ କରି କନିଷ୍ଠ କଳାକାର କରିଛନ୍ତି ଜୋରଦାର ପ୍ରସ୍ତୁତି । ଭିନ୍ନ ଭିନ୍ନ ସ୍ଥାନରେ ଲୋକେ ଏକଜୁଟ ହୋଇ ଏହି ଦିବସକୁ ପାଳନ କରିଥାନ୍ତି ବିଭିନ୍ନ ସଂଗଠନ l ଚଳିତ ବର୍ଷ ଏହା ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ୍‌ ଭାବେ ପାଳନ କରାଯିବ ସମ୍ବଲପୁରରେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.