ଅଗଷ୍ଟ ମାସର ପ୍ରଥମ ଦିନରୁ ମିଳିଲା ଖୁସିଖବର, ୧୦୦ ଟଙ୍କା ଶସ୍ତା ହେଲା ଏଲପିଜି ସିଲିଣ୍ଡର ଦାମ୍‌

ଅଗଷ୍ଟ ମାସ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡରୁ ମିଳିଛି ଆଶ୍ୱସ୍ତି । ଆଜିଠାରୁ କର୍ମସିଆଲ ଏଲପିଜି ଦାମ୍‌ ୧୦୦ ଟଙ୍କା ଶସ୍ତା ହୋଇଛି । ପୂର୍ବରୁ ୧୯ କେଜି କର୍ମସିଆଲ ସିଲିଣ୍ଡର ଦାମ୍‌ ୧୭୮୦ ଟଙ୍କା ରହିଥିଲା । ଯାହା ଏବେ ୧୬୮୦ ଟଙ୍କା ହୋଇଛି ।

ଖୁସି ଖବର । ଅଗଷ୍ଟ ଆରମ୍ଭ ହେବା ମାତ୍ରେ ଘରୋଇ ଗ୍ୟାସ ଏବଂ କର୍ମସିଆଲ ଗ୍ୟାସ୍‌ ଦାମ୍‌ ଅପଡେଟ୍‌ ହୋଇଛି । ଏଲପିଜି ସିଲିଣ୍ଡର ଦାମ୍‌ରେ ପରିବର୍ତ୍ତନ ହୋଇଛି । କର୍ମସିଆଲ ଏଲପିଜି ସିଲିଣ୍ଡ ଦାମ୍‌ ୧୦୦ ଟଙ୍କା କମିଛି । ଏହି ପରିବର୍ତ୍ତନ ଯୋଗୁଁ ଦେଶର ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ଦାମ୍‌ ୧୭୮୦ରୁ କମି ୧୬୮୦ ଟଙ୍କା ହୋଇଛି ।

କୋଲକତାରେ ୧୯ କେଜି ସିଲିଣ୍ଡର ଦାମ୍‌ ୯୩ ଟଙ୍କା କମି ୧୮୦୨.୫୦ ଟଙ୍କା ହୋଇଛି । ମୁମ୍ବାଇରେ ସିଲିଣ୍ଡର ଦାମ୍‌ ୧୬୪୦.୫୦ ଟଙ୍କାରେ ମିଳିବ । ଏହା ଜୁଲାଇ ୪ ତାରିଖରୁ ବୃଦ୍ଧି ପାଇ ୧୭୩୩.୫୦ ଟଙ୍କା ହୋଇଥିଲା । ଚେନ୍ନାଇରେ ୧୯ କେଜି ସିଲିଣ୍ଡର ଦାମ୍‌ ୧୮୫୨.୫୦ ଟଙ୍କା ହୋଇଛି ।

ତେବେ ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ମାର୍ଚ୍ଚରୁ ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦାମ ୫୦ ଟଙ୍କା ବୃଦ୍ଧି ପାଇଥିଲା । ଦେଶର ରାଜଧାନୀ ଦିଲ୍ଲୀରେ ଘରୋଇ ଗ୍ୟାସ ଦାମ୍‌ ୧୧୦୩ ଟଙ୍କା ପ୍ରତି ସିଲିଣ୍ଡର ରହିଥିବା ବେଳେ ମୁମ୍ବାଇରେ ୧୧୦୨.୫୦ ଟଙ୍କା, କୋଲକତାରେ ୧୧୨୯ ଟଙ୍କା, ଚେନ୍ନାଇରେ ୧୧୮.୫୦ ଟଙ୍କା ରହିଛି ।

ତେବେ କେବଳ ଘରୋଇ ଗ୍ୟାସ ନୁହେଁ, ସିଏନଜି ଏବଂ ପିଏନଜିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଯଦି ଆପଣ ଏଲପିଜି ମୂଲ୍ୟ ଅପଡେଟ୍‌ ଲିଷ୍ଟ ଦେଖିବାକୁ ଚାହିଁଛନ୍ତି, ତେବେ ଆପଣ iocl.com/prices-of-petroleum-product ଲିଙ୍କକୁ ଯାଇ ଦେଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.