Below header

ଜଣେ କିରାଣୀଙ୍କୁ ସମ୍ମାନର ସହିତ ବଡ ବଡ ଅଧିକାରୀମାନେ ଦେଲେ ବିଦାୟକାଳୀନ ସମ୍ବର୍ଦ୍ଧନା

ସତ କହିବାକୁ ଗଲେ ଭଲ ମଣିଷଙ୍କର ସବୁଠି ଆଦର ଥାଏ । ଭଲ କାମର ମୂଲ୍ୟ କେବେ ଅଯଥା ଯାଇନଥାଏ । ଜଣେ କିରାଣୀଙ୍କୁ ଏଭଳି ସମ୍ମାନର ସହିତ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେବା ସତରେ ସମାଜ ପାଇଁ ଏ ଉଦାହଣର ।

କେନ୍ଦ୍ରାପଡା(କେନ୍ୟୁଜ୍): ସତ କହିବାକୁ ଗଲେ ଭଲ ମଣିଷଙ୍କର ସବୁଠି ଆଦର ଥାଏ । ସେ ଧନୀ ହେଉ କି ଗରିବ। ସତ୍ କର୍ମ କଲେ ଭଗବାନ ନିଶ୍ଚିତ ସାଥ୍ ଦେବେ । ତେବେ ବ୍ୟସ୍ତ ବହୁଳ ଜୀବନ ଭିତରେ କିଏ କେମିତି ବଞ୍ଚୁଛନ୍ତି ତାହା ଜାଣିବା କଷ୍ଟକର । ତଥାପି ଏମିତି କିଛି ମଣିଷ ଅଛନ୍ତି ଯେଉଁମାନେ ନିଜ ପରିବାର ପରେ ବି ଅନ୍ୟର ଦୁଃଖ ବୁଝିଥାନ୍ତି । ଏମିତି ଜଣେ ମଣିଷ ରାଜକିଶୋର ଲେଙ୍କା ।

କେନ୍ଦ୍ରାପଡା ସଂସ୍କୃତି ଭବନଠାରେ ଶିକ୍ଷା ବିଭାଗର ବହୁ କର୍ମଚାରୀ, ଶିକ୍ଷକ ଓ ଶିକ୍ଷକ ସଂଘର କର୍ମକର୍ତ୍ତା ଉପସ୍ଥିତି ରହି ବରିଷ୍ଠ କିରାଣୀ ରାଜକିଶୋର ଲେଙ୍କାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଯେଉଁ ଅବସର ସଭାକୁ ଧାଇଁ ଆସିଥିଲେ ବହୁ ବରିଷ୍ଠ ଅଧିକାରୀ ।

ଆମେ ଶିକ୍ଷକ ମାନଙ୍କର ବିଦାୟକାଳୀନ ସଭା ଦେଖିଛେ,କିନ୍ତୁ ଜଣେ ଏପରି କିରାଣୀଙ୍କ ର ଅଶ୍ରୁଳ ବିଦାୟ ଏକ ନିଆରା। ଶିକ୍ଷା ବିଭାଗର ଜଏଣ୍ଟ ସେକ୍ରେଟାରୀଙ୍କ ଠୁ ଆରମ୍ଭ କରି ଅଫିସ୍ ପିଅନ ଯାଏ ସମସ୍ତେ ଉପସ୍ଥିତି ରହିଥିଲେ ଏହି ସଭାରେ । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ରାଜକିଶୋର ବାବୁ ଜଣେ ଦରଦୀ କର୍ମଚାରୀ ଓ ଭଲ ମଣିଷଠିଏ ଥିଲେ।

sabha

ଚାକିରି ସମୟ ମଧ୍ୟରେ ଜଣେ ବ୍ୟକ୍ତି ଙ୍କୁ ସେ ଅସମ୍ମାନ କରି ନାହାନ୍ତି, କି ତାଙ୍କ ନାମରେ କେହି କେବେ ଅଭିଯୋଗ ଆଣି ନାହାନ୍ତି। ବ୍ଲକ ଗ୍ରାଣ୍ଡ ଶିକ୍ଷକ ହୁଅନ୍ତୁ କିମ୍ବା ଅନ୍ୟ ଶିକ୍ଷକ କିପରି ଠିକ୍ ସମୟରେ ଦରମା ପାଇବେ,ଆଲର୍ଟ ମେଣ୍ଟ ଆସିବ,ଓ ପେନସନ ପାଉଥିବା ଅବସର ପ୍ରାପ୍ତ କର୍ମଚାରୀ ଯେପରି ହଇରାଣ ନ ହେବେ, ସେ କାର୍ଯ୍ୟରେ ସବୁ ବେଳେ ଲାଗି ପଡନ୍ତି। କେବେ ସମୟ ଦେଖି ଅଫିସ୍ ଛାଡ଼ି ନାହାନ୍ତି, ଲୋକଙ୍କର କାମ ସରିଲେ ଘରକୁ ଯାଉଥିବା କିରାଣୀଙ୍କ ର ବିଦା ଉତ୍ସବରେ ସମସ୍ତେ ମ୍ରିୟମାଣ।

ଭଲ କାମର ମୂଲ୍ୟ କେବେ ଅଯଥା ଯାଇନଥାଏ । ତେବେ ଜଣେ କିରାଣୀଙ୍କୁ ଏଭଳି ସମ୍ମାନର ସହିତ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେବା ସତରେ ସମାଜ ପାଇଁ ଏ ଉଦାହଣର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.