ଗାଁରେ ପାଗଳ ବିଲୁଆ ଆତଙ୍କ: କାମୁଡ଼ାରେ ୬ ଆହତ

ମାତିଛି ପାଗଳ ବିଲୁଆ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସାହସପୁରରେ ପାଗଳ ବିଲୁଆ ଆକ୍ରମଣରେ ୬ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଏମ୍‌କେସିଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ବ୍ରହ୍ମପୁର (କେନ୍ୟୁଜ): ମାତିଛି ପାଗଳ ବିଲୁଆ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସାହସପୁରରେ ପାଗଳ ବିଲୁଆ ଆକ୍ରମଣରେ ୬ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଏମ୍‌କେସିଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଆଜି ସକାଳେ ଗାଁର କିଛି ମହିଳା ଓ ପୁରୁଷ ରାସ୍ତାରେ ଯାଉଥିବାବେଳେ ହତାଠ୍‌ ବିଲୁଆ ଆସି କାମୁଡ଼ି ଦେଇଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ଅନୁଧ୍ୟାନ କରୁଛନ୍ତି। ପାଗଳ ବିଲୁଆ ଭଯରେ ଗାଁଲୋକେ ଆତଙ୍କିତ ହୋଇ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.