Below header

୫ ଘଣ୍ଟାରେ ଭୟଙ୍କର ବନ୍ୟା ! ଗତ ଅର୍ଦ୍ଧଶତାବ୍ଦୀ ଭିତରେ ଏମିତି ବର୍ଷା ଦେଖିନଥିଲେ ରାଜଧାନୀବାସୀ

ଏମିତି ବର୍ଷା ଗତ ୫୦ ବର୍ଷ ଭିତରେ ଦେଖିନଥିଲେ ରାଜଧାନୀବାସୀ । ଗତକାଲି ନିର୍ଘାତ ବର୍ଷା ଏବଂ ବିଜୁଳି ଘଡ଼ଘଡ଼ିରେ ଥରିଲା ଆଉ ଭାସିଲା ଭୁବନେଶ୍ୱର । ଲଗାଣ ବର୍ଷାରେ ଉଭୟ କଟକ ଓ ଭୁବନେଶ୍ୱର ହାଲ୍‌ ବେହାଲ୍‌। ବିଜୁଳି ଘଡ଼ଘଡ଼ି ସହ ରାଜଧାନୀରେ ମୂଷଳଧାରାରେ ବର୍ଷା ଜନଜୀବନକୁ ବେଶ୍‌ କେଇ ଘଣ୍ଟା ଅସ୍ତବ୍ୟସ୍ତ କରିଦେଲା ।

ଭୁବନେଶ୍ୱର(କେନ୍ୟୁଜ): ଲଗାଣ ବର୍ଷାରେ ଟ୍ଵିନ୍‌ସିଟିର ହାଲ୍‌ ବେହାଲ୍‌। ବୁଡ଼ିଲା ରାଜଧାନୀ, ଚାଲିଲା ବୋଟ୍‌। ବିଜୁଳି ଘଡ଼ଘଡ଼ି ସହ ରାଜଧାନୀରେ ମୂଷଳଧାରାରେ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲା । ଅପରାହ୍ନରୁ ନିର୍ଘାତ ବର୍ଷିଲା । ରାତି ଯାଏ ନିସ୍ତାର ମିଳିଲାନି ।

କହିବାକୁ ଗଲେ ଏମିତି ବର୍ଷା ଗତ ୫୦ ବର୍ଷ ଭିତରେ ଦେଖିନଥିଲେ ରାଜଧାନୀବାସୀ । ଗତକାଲି ନିର୍ଘାତ ବର୍ଷା ଏବଂ ବିଜୁଳି ଘଡ଼ଘଡ଼ିରେ ଥରିଲା ଆଉ ଭାସିଲା ଭୁବନେଶ୍ୱର । ଲଗାଣ ବର୍ଷାରେ ଉଭୟ କଟକ ଓ ଭୁବନେଶ୍ୱର ହାଲ୍‌ ବେହାଲ୍‌। ବିଜୁଳି ଘଡ଼ଘଡ଼ି ସହ ରାଜଧାନୀରେ ମୂଷଳଧାରାରେ ବର୍ଷା ଜନଜୀବନକୁ ବେଶ୍‌ କେଇ ଘଣ୍ଟା ଅସ୍ତବ୍ୟସ୍ତ କରିଦେଲା । ଅପରାହ୍ନରୁ ଆରମ୍ଭ ହେଲା ଯେ ରାତି ଯାଏ ନିସ୍ତାର ମିଳିଲାନି । ୫ ଘଣ୍ଟା ବର୍ଷାରେ ଭୁବନେଶ୍ୱରରେ ଭୟଙ୍କର ବନ୍ୟା ଭଳି ସ୍ଥିତି ସୃଷ୍ଟି ହେଲା। ରାସ୍ତାରେ ଭରା ନଈ ଭଳି ପାଣି ଚାଲିଲା। ଏମିତି ବର୍ଷା ହେଲା ଯେ ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଗଲା। ତଳି ଅଞ୍ଚଳରେ ଲୋକଙ୍କ ଘରେ ପଶିଥିଲା ପାଣି । ଆଣ୍ଠୁଏ ଲେଖାଏଁ ପାଣିରେ ଭାସିଥିଲା ଆସବାବପତ୍ର। ବିଶେଷ କରି ବସ୍ତି ଅଞ୍ଚଳର ହାଲ୍‌ ବେହାଲ୍‌ କରିଥିଲା ବର୍ଷା ।

ରାଜଧାନୀରେ ଏମିତି ଅବସ୍ଥା ହେଲା ଯେ ଶେଷରେ ବୋଟ୍‌ ରେ ଉଦ୍ଧାର ହେଲେ ଲୋକେ । ଆଇଗିଣିଆ, ରାଜୀବ ନଗର ଓ ଜାଗମରା ପଞ୍ଚସଖା ନଗରରେ ଚାଲିଲା ବୋଟ୍‌। ପ୍ରାୟ ୭୦୦ରୁ ଅଧିକ ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଥିବା ଲୋକଙ୍କୁ ନିକଟସ୍ଥ ସ୍କୁଲ ଓ କମ୍ୟୁନିଟି ସେଣ୍ଟରରେ ରଖାଯାଇଛି। ଘଣ୍ଟା ଘଣ୍ଟା ଧରି ଦେଖା ଦେଇଥିଲା ଟ୍ରାଫିକ୍‌ ସମସ୍ୟା । ପାଣିରେ ବୁଡ଼ିଲା ଶହ ଶହ କାର, ବାଇକ୍‌ । ବିଏମ୍‌ସି ଓ ଅଗ୍ନିଶମ ବିଭାଗ ପକ୍ଷରୁ ଅକଳାନ୍ତ ପରିଶ୍ରମ କରି ପ୍ରାୟ ୨୫ଟି ଜାଗାରେ ପାଣି ନିଷ୍କାସନ କରାଯାଇଥିଲା । ସାରା ରାତି ଚାଲିଥିଲା ଉଦ୍ଧାର କାର୍ଯ୍ୟ। ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ୨୫୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୧୯୬୯ ଜୁଲାଇ ୩୦ରେ ୨୮୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

lightning

ଏପଟେ ଗତକାଲିର ଭୟଙ୍କର ବର୍ଷାରେ ଭୁଶୁଡ଼ି ଯାଇଛି ଭୁବନେଶ୍ୱର ବିମାନ ବନ୍ଦର ପାଚେରୀ । ପୋଖରୀପୁଟ ପାର୍ଶ୍ୱରେ ଥିବା ପାଚେରୀର ଏକ ଅଂଶ ଭାଙ୍ଗି ଯାଇଛି । ପ୍ରବଳ ବର୍ଷା ଯୋଗୁଁ ପାଣି ସ୍ରୋତର ବେଗ ଏତେ ଜୋର ଥିଲା ଯେ ତାହା କୋଣସି ନଦୀ ବନ୍ୟାର ସ୍ରୋତ ଠାରୁ କମ୍‌ ନଥିଲା । ଲଗାଣ ବର୍ଷା ଯୋଗୁଁ ୱାଚ୍‌ ଟାୱାର ଫାଇଭ୍‌ ନିକଟରେ ଥିବା ପାଚେରୀର ପ୍ରାୟ ୧୦ରୁ ୧୨ ମିଟର ପାଚେରୀ ଭାଙ୍ଗି ଯାଇଥିବା ଏୟାର ପୋର୍ଟ ନିର୍ଦ୍ଦେଶକ ପ୍ରସନ୍ନ ପାତ୍ର ସୂଚନା ଦେଇଛନ୍ତି । ସେହିପରି ଲଗାଣ ବର୍ଷା ଯୋଗୁଁ ପୋଖରୀପୁଟ ଅଞ୍ଚଳର କିଛି ଘରେ ପାଣି ପଶିଥିଲା ।

ତେବେ ଗତ ଅର୍ଦ୍ଧଶତାବ୍ଦୀରେ ରାଜଧାନୀରେ ଏମିତି ବର୍ଷା କେହି ଦେଖିନଥିଲେ । ପୂର୍ବରୁ ତ ଡ୍ରେନେଜ୍‌ ସମସ୍ୟା ଯୋଗୁଁ କିଛି ଅଞ୍ଚଳରେ ଲୋକେ ଜଳବନ୍ଦୀ ସମସ୍ୟା ଭୋଗୁଥିଲେ । ହେଲେ ଗତକାଲିର ବର୍ଷା ରାଜଧାନୀବାସୀଙ୍କୁ ଖୁବ୍‌ ଦୁଃଖ ଦେଇଛି । ଦୀର୍ଘ ସମୟ ଧରି ପ୍ରବଳ ବର୍ଷିବାରୁ ଆପାର୍ଟମେଣ୍ଟ ସମେସ୍ତ ବିଭିନ୍ନ ଘରେ ପାଣି ପଶି ଯାଇଥିଲା । ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ ସହାୟତାରେ ଅନେକ ଜାଗାରେ ଜଳବନ୍ଦୀରେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଆଇଗିଣିଆ ରାଜୀବ ନଗର ବାସିନ୍ଦାଙ୍କୁ ଅଗ୍ନିଶମ ବୋଟ୍‌ ରେ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ସ୍କୁଲ ଘରେ ରଖା ଯାଇ ଅତ୍ୟାବଶ୍ୟକ ଜିନିଷ ସହ ଶୁଖିଲା ଖାଦ ଓ ପାନୀୟ ଜଳ ଯୋଗାଇ ଦିଆଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.