ବର୍ଷାରେ ଅଘଟଣ: ଗଛ ପଡ଼ି ବାଇକ୍‌ ଆରୋହୀଙ୍କ ମୃତ୍ୟୁ, ଜଳବନ୍ଦୀରେ ରାଜଧାନୀବାସୀ

ପ୍ରବଳ ବର୍ଷାରେ ଅଘଟଣ। ଗଛ ପଡ଼ି ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ। ଲଗାଣ ବର୍ଷା ଯୋଗୁଁ ଭୁବନେଶ୍ୱର ନାଲକୋ ଛକ ଏବଂ ରେଳ ସଦନ ମଝି ରାସ୍ତାରେ ଗଛ ଉପୁଡ଼ି ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ଗତକାଲିର ବର୍ଷା ରାଜଧାନୀବାସୀଙ୍କୁ ଖୁବ୍‌ ଦୁଃଖ ଦେଇଛି । ଦୀର୍ଘ ସମୟ ଧରି ପ୍ରବଳ ବର୍ଷିବାରୁ ଆପାର୍ଟମେଣ୍ଟ ସମେସ୍ତ ବିଭିନ୍ନ ଘରେ ପାଣି ପଶି ଯାଇଥିଲା ।

ଭୁବନେଶ୍ୱର (କେନ୍ୟୁଜ): ପ୍ରବଳ ବର୍ଷାରେ ଅଘଟଣ। ଗଛ ପଡ଼ି ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ। ଲଗାଣ ବର୍ଷା ଯୋଗୁଁ ଭୁବନେଶ୍ୱର ନାଲକୋ ଛକ ଏବଂ ରେଳ ସଦନ ମଝି ରାସ୍ତାରେ ଗଛ ଉପୁଡ଼ି ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ଟୁଟୁ ମହାରଣା ଓ ତାଙ୍କ ଘର ଶିଖରଚଣ୍ଡୀ ନଗରରେ। ଗତକାଲି ବର୍ଷା ପବନରେ ଭୁବନେଶ୍ୱରର ବିଭିନ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସଫା କରିଥିଲେ।

ସେପଟେ ପୂର୍ବରୁ ତ ଡ୍ରେନେଜ୍‌ ସମସ୍ୟା ଯୋଗୁଁ କିଛି ଅଞ୍ଚଳରେ ଲୋକେ ଜଳବନ୍ଦୀ ସମସ୍ୟା ଭୋଗୁଥିଲେ । ହେଲେ ଗତକାଲିର ବର୍ଷା ରାଜଧାନୀବାସୀଙ୍କୁ ଖୁବ୍‌ ଦୁଃଖ ଦେଇଛି । ଦୀର୍ଘ ସମୟ ଧରି ପ୍ରବଳ ବର୍ଷିବାରୁ ଆପାର୍ଟମେଣ୍ଟ ସମେସ୍ତ ବିଭିନ୍ନ ଘରେ ପାଣି ପଶି ଯାଇଥିଲା । ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ ସହାୟତାରେ ଅନେକ ଜାଗାରେ ଜଳବନ୍ଦୀରେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଆଇଗିଣିଆ ରାଜୀବ ନଗର ବାସିନ୍ଦାଙ୍କୁ ଅଗ୍ନିଶମ ବୋଟ୍‌୍‌ରେ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ସ୍କୁଲ ଘରେ ରଖା ଯାଇ ଅତ୍ୟାବଶ୍ୟକ ଜିନିଷ ସହ ଶୁଖିଲା ଖାଦ ଓ ପାନୀୟ ଜଳ ଯୋଗାଇ ଦିଆଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.