ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ,ଆଜି ଉଭୟ ଟିମ୍‌ ପାଇଁ କର ବା ମର ସ୍ଥିତି

ଭାରତ-ୱେଷ୍ଟଇଣ୍ଡିଜ୍‌ ଶେଷ ଦିନିକିଆ ଆଜି ଖେଳାଯିବ। ସିରିଜ କବଜା କରିବା ପାଇଁ ଉଭୟ ଟିମ୍‌ ପାଇଁ କର ବା ମର ପରିସ୍ଥିତି । ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ ୧-୧ରେ ବରାବର ରହିଛି ।

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ଶେଷ ଦିନିକିଆ ଖେଳାଯିବ। ସିରିଜ କବଜା କରିବା ପାଇଁ ଉଭୟ ଟିମ୍‌ ପାଇଁ ଆଜି କର ବା ମର ପରିସ୍ଥିତି । ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ ୧-୧ରେ ବରାବର ରହିଛି । ଦ୍ୱିତୀୟ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିନା ମଇଦାନକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଟିମର ବ୍ୟାଟିଂ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା ।

ଯାହା ଭାରତର ବିଶ୍ଵକପ୍‌ ପ୍ରସ୍ତୁତିକୁ ନେଇ ଉଠିଥିଲା ପ୍ରଶ୍ନ । ଏପରି ସ୍ଥିତିରେ ଶେଷ ମ୍ୟାଚରେ ଟିମକୁ ଫେରିପାରନ୍ତି ରୋହିତ ଓ ବିରାଟ । ଭାରତର ବ୍ୟାଟିଂ କ୍ରମରେ ଈଶାନ୍‌ କିଶନଙ୍କୁ ଛାଡ଼ିଦେଲେ ବାକି ବ୍ୟାଟର ଆଖିଦୃଶିଆ ପ୍ରଦର୍ଶନ କରିନାହାନ୍ତି । ବୋଲିଂରେ କୁଲଦୀପ ଯାଦବ ଭଲ ବୋଲିଂ କରିଛନ୍ତି । ଅନ୍ୟପଟେ ୱେଷ୍ଟଇଣ୍ଡିଜର ବୋଲିଂ ଆଟାକ୍‌ ଭାରତ ତୁଳନାରେ ମଜବୁତ ରହିଛି । ବିଶ୍ୱକପ୍‌ ପୂର୍ବରୁ ଆଜି ମ୍ୟାଚ୍‌ ଜିତି ସିରିଜ୍‌ ହାସଲ କରିବା ଭାରତ ପାଇଁ ଜରୁରୀ ।

ଆଜିର ମ୍ୟାଚ୍‌ ବ୍ରାଏନ ଲାରା ଷ୍ଟାଡିୟମ ତ୍ରିନିଦାଦରେ ଖେଳାଯିବ । ମ୍ୟାଚ୍‌ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ । ତେବେ ଭାରତରେ ଏହି ମ୍ୟାଚ ଦୂରଦର୍ଶନରେ ପ୍ରସାରିତ ହେବ । କ୍ରିକେଟ ଫ୍ୟାନ୍ସ ଜିଓ ସିନେମା ଏବଂ ଫେନକୋଡ ଆପ ଜରିଆରେ ଦେଖିପାରିବେ ।

ଟିମ୍‌ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ଋତୁରାଜ ଗାଏକ୍ବାଡ/ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ/ସଂଜୁ ସାମସନ, ବିରାଟ କୋହଲି, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଶାର୍ଦୁଳ ଠାକୁର, ଜୟଦେବ ଉନାଦକଟ, ମୁକେଶ କୁମାର, ୟୁଝବେନ୍ଦ୍ର ଚହଲ/କୁଲଦୀପ ଯାଦବ।

ଟିମ୍‌ ୱେଷ୍ଟଇଣ୍ଡିଜ : ସାଇ ହୋପ (ଅଧିନାୟକ), ରୋଭମନ ପାୱେଲ, ଆଲିକ ଅଥାନାଜ, ବ୍ରାଣ୍ଡନ କିଙ୍ଗ, କାଇଲ ମେୟର୍ସ, ସିମ୍ରନ ହେଟମାୟର, ରୋମାରିଓ ସେଫର୍ଡ, ୟାନିକ କାରିଆ, ଅଲ୍ଜାରି ଯୋଶେଫ, ଗୁଡ଼କେଶ ମୋତି, ଜୟଦେନ ସିଲ୍ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.