ବ୍ଲୁଟୁଥରେ ବି ହେଉଛି ଟ୍ରାକିଂ, Unknown ବ୍ଲୁଟୁଥ ଟ୍ରାକର୍ସକୁ ଚିହ୍ନିବା ପାଇଁ ରୋଲଆଉଟ ହେଲା ନୂଆ ଫିଚର

ବର୍ତ୍ତମାନ ବ୍ଲୁଟୁଥ ମାଧ୍ୟମରେ ମଧ୍ୟ ଆପଣଙ୍କ ଉପରେ ନଜର ରଖାଯାଇ ପାରିବ । ନିକଟରେ ଗୁଗୁଲ ଆଣ୍ଡ୍ରଏଡ 6.0+ ଅପରେଟିଂ ସିଷ୍ଟମ ଉପରେ ଆଧାର କରି ଏକ ନୂଆ ଫିଚର ରୋଲଆଉଟ କରିଛି । ଏହି ଫିଚର ଜରିଆରେ ଅନଓ୍ଵାଣ୍ଟେଡ ଟ୍ରାକିଂ ଚିହ୍ନଟ କରାଯାଇପାରିବ ।

ବର୍ତ୍ତମାନ ସମୟରେ ଟେକ୍ନୋଲୋଜିରେ ନୂଆ ନୂଆ ପରିବର୍ତ୍ତନ ହେଉଛି । ଟେକ୍ନୋଲୋଜି ଏତେ ଅଧିକ ଉନ୍ନତ ହୋଇଛି ଯେ, ଆପଣ ଘରେ ବସି ଅନେକ କାମ କରି ପାରିବେ । ତେବେ ଆପଣ ମୋବାଇଲ, ସିସିଟିଭି ଏବଂ ଅନ୍ୟାନ୍ୟ ଉପକରଣ ମାଧ୍ୟମରେ ଟ୍ରାକ କରିବା ବିଷୟରେ ତ ଶୁଣିଥିବେ କିନ୍ତୁ ବ୍ଲୁଟୁଥ ମାଧ୍ୟମରେ ଟ୍ରାକିଂ ହେଉଥିବା କଥା ଆପଣ ହୁଏତ ଶୁଣି ନଥିବେ । ବର୍ତ୍ତମାନ ବ୍ଲୁଟୁଥ ମାଧ୍ୟମରେ ମଧ୍ୟ ଆପଣଙ୍କ ଉପରେ ନଜର ରଖାଯାଉଛି ।

ଯଦି ଆପଣଙ୍କର ଏପରି କିଛି ସନ୍ଦେହ ହେଉଛି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ନିକଟରେ ଗୁଗୁଲ ଆଣ୍ଡ୍ରଏଡ 6.0+ ଅପରେଟିଂ ସିଷ୍ଟମ ଉପରେ ଆଧାର କରି ଏକ ନୂଆ ଫିଚର ରୋଲଆଉଟ କରିଛି । ଏହି ଫିଚର ଜରିଆରେ ଅନଓ୍ଵାଣ୍ଟେଡ ଟ୍ରାକିଂ ଚିହ୍ନଟ କରାଯାଇପାରିବ ।

ଏହା ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମର ଏକ ନୂଆ ସର୍ଭିସ ଯାହା ଆଣ୍ଡ୍ରଏଡ 6.0 ଏବଂ ଏହା ପରେ ଥିବା ଭର୍ସନ ଉପରେ ଆଧାରିତ । ଏହି ଫିଚର ସ୍ମାର୍ଟଫୋନରେ କୌଣସି ଏକ Unknown ବ୍ଲୁଟୁଥ୍ ଟ୍ରାକର ଲଗାଯାଇଛି କି ନାହିଁ ତାହା ନିର୍ଦ୍ଧାରିତ କରିବାକୁ ଅନୁମତି ଦିଏ । ୟୁଜର୍ସମାନଙ୍କ ପ୍ରାଇଭେସୀ ଏବଂ ସୁରକ୍ଷାକୁ ଧ୍ୟାନରେ ରଖି ଏହା ରୋଲ ଆଉଟ ହୋଇଛି । ଏହି ଫିଚର ଦ୍ୱାରା ୟୁଜର୍ସମାନେ Unknown ବ୍ଲୁଟୁଥ ଟ୍ରାକର୍ସକୁ ଚିହ୍ନିପାରିବେ ଏବଂ ଡିସେବଲ କରିବାକୁ ସକ୍ଷମ ହେବେ ।

Unknown ଟ୍ରାକର ଆଲର୍ଟ ଫିଚର ଆଣ୍ଡ୍ରଏଡ ୟୁଜର୍ସଙ୍କ ଡିଭାଇସରେ Unknown ଟ୍ରାକର ବିଷୟରେ ଅଟୋମେଟିକ ନୋଟିଫାଏ କରିବ । ଏହି ଫିଚର ଆପଲ ଏୟାରଟ୍ୟାଗ ସହିତ ଅନ୍ୟାନ୍ୟ ଟ୍ରାକର୍ସ ସହିତ କାମ କରେ, ଯାହା ଗୁଗଲ ଫାଇଣ୍ଡ ମୋ ଡିଭାଇସ ନେଟୱାର୍କ ସହିତ କମ୍ପାଟିବଲ ରହିଛି ।

ଏହା ବ୍ୟତୀତ, ଆଣ୍ଡ୍ରଏଡ ୟୁଜର୍ସମାନେ ମାନୁଆଲୀ ସ୍କାନ କରିପାରିବେ ଯାହା ମାଧ୍ୟମରେ ବ୍ଲୁଟୁଥ୍ ଟ୍ରାକର୍ସର ଚିହ୍ନଟ କରାଯାଇପାରିବ । ଏଥିପାଇଁ ଆପଣଙ୍କୁ ଫୋନର ସେଟିଙ୍ଗକୁ ଯାଇ ସୁରକ୍ଷା ଏବଂ ଏମର୍ଜେନ୍ସି ଅପ୍ସନକୁ ଯିବାକୁ ପଡିବ ।

ୟୁଜର୍ସମାନେ ମ୍ୟାପରେ ଡିଭାଇସ ଦେଖିବାକୁ ସକ୍ଷମ ହେବେ । ଏଠାରୁ ଜଣା ପଡ଼ିବ ଯେ ଡିଭାଇସ କେଉଁଠାରେ ଅଛି ଏବଂ ତାକୁ ଖୋଜିବାରେ ସାହାଯ୍ୟ ମିଳିବ । ଟ୍ରାକର ଦ୍ୱାରା ସାଉଣ୍ଡ ମଧ୍ୟ ପ୍ଲେ କରାଯାଇପାରିବ । ଡିଭାଇସ ଖୋଜିବା ବ୍ୟତୀତ, ଏହି ଫିଚର ୟୁଜର୍ସଙ୍କ ଟ୍ରାକରକୁ ଫିଜିକାଲି ଡିସେବଲ କରିବାକୁ ମଧ୍ୟ ଅନୁମତି ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.