Below header

ମେଟ୍ରୋ ରେଳ କର୍ପୋରେସନ ଲିମିଟେଡରେ ବମ୍ପର ଭର୍ତ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

ମଧ୍ୟପ୍ରଦେଶ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡରେ ଖାଲିପଡିଛି ଅନେକ ପଦବୀ । ଆବେଦନ ଆଜିଠାରୁ ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ ।

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ମଧ୍ୟପ୍ରଦେଶ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ ପକ୍ଷରୁ ଏକ ନୋଟିଫିକେସନ ଜାରି ହୋଇଛି । ଏଠାରେ ୮୮ ପଦବୀରେ ଭର୍ତ୍ତି କରାଯିବ । ଏଥିପାଇଁ ଅଫିସିଆଲ ୱେବସାଇଟ୍‌କୁ mpmetrorail.com କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ତାରିଖ ୩୧ ଜୁଲାଇରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୩୧ ଅଗଷ୍ଟ ରହିଛି ।

ପଦବୀ ବିବରଣୀ : ୮୮

ସୁପରଭାଇଜର(ଅପରେସନ): ୨୬
ମେଣ୍ଟେନର (ଟ୍ରାକ) : ୧୫
ମେଣ୍ଟେନର (ସିଗନାଲ ଆଣ୍ଡ ଟେଲିକମ): ୧୦
ମେଣ୍ଟେନର (ଟ୍ରାକ୍ସନ/E&M) : ୯
ସୁପରଭାଇଜର(ଟ୍ରାକ୍ସନ/E&M) : ୮
ସୁପରଭାଇଜର(ସିଗନାଲ ଆଣ୍ଡ ଟେଲିକମ): ୭
ମେଣ୍ଟେନର : ୩
ସୁପରଭାଇଜର (ଟ୍ରାକ) ଡିପ୍ଲୋମା: ୨
ସୁପରଭାଇଜର (ଓ୍ଵାର୍କ) : ୨
ଷ୍ଟୋର (ଆସିଷ୍ଟାଣ୍ଟ ଷ୍ଟୋର) : ୨
ଏଚଆର (ଆସିଷ୍ଟାଣ୍ଟ ଏଚଆର) :୨
ଆକାଉଣ୍ଟ (ଆସିଷ୍ଟାଣ୍ଟ ଫାଇନାନ୍ସ) : ୨

ବୟସ ସୀମା : ଭର୍ତ୍ତି ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୮ ବର୍ଷ ହୋଇଥିବା ଜରୁରୀ । ସଂରକ୍ଷିତ ବର୍ଗଙ୍କ କ୍ଷେତ୍ରରେ ବୟସରେ ସୀମାରେ ଛାଡ ମିଳିବ ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ ଶୁଳ୍କ ଭରିବାକୁ ହେବ । ଅଭିଯାନ ପାଇଁ ସାମାନ୍ୟ ବର୍ଗ ଏବଂ ଓବିସି ବର୍ଗ ୫୯୦ ଟଙ୍କା ଦେବାକୁ ହେବ । ସେହିପରି ସଂରକ୍ଷିତ ବର୍ଗ ୨୯୫ ଟଙ୍କା ଶୁଳ୍କ ଦେବାକୁ ହେବ ।

କେମିତି କରିବେ ଆବେଦନ :

ପ୍ରଥମେ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଆନ୍ତ ।
ଏହା ପରେ ହୋମ ପେଜରେ ଭର୍ତ୍ତି ଲିଙ୍କରେ କ୍ଲିକ୍‌ କରନ୍ତୁ ।
ପରେ ବ୍ୟକ୍ତିଗତ ବିବରଣୀ ଭରିବା ପରେ ୟୁଜର ଆଇଡି କ୍ରିଏଟ କରନ୍ତୁ ।
ଏହାପରେ ଫର୍ମ ଭରନ୍ତୁ ।
ପ୍ରାର୍ଥୀ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ।
ଏହାପରେ ଆବେଦନ ଶୁଳ୍କ ଭରନ୍ତୁ ।
ଆବେଦନ ପତ୍ର ଡାଉନଲୋଡ କରି ରଖନ୍ତୁ ।
ଶେଷରେ ଏହାର ଏକ ପ୍ରିଣ୍ଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

mpmetrorail.com

ଆବେଦନ କରନ୍ତୁ :

https://iforms.mponline.gov.in/Profile/Login?ReturnUrl=%2fForm%2fMain%3fexamId%3d121&examId=121

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.