Below header

କ୍ରେନ୍ ଟ୍ରାଜେଡି: ମୃତକଙ୍କ ପରିବାରକୁ ୫ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ର ଥାନେରେ ଘଟିଛି ବଡ଼ ଦୁର୍ଘଟଣା । ଆଜି ସକାଳେ ଘଟିଛି ଏହି ଦୁଃଖଦ ଘଟଣା । ବ୍ରିଜ ନିର୍ମାଣ ସମୟରେ କ୍ରେନ ଏବଂ ସ୍ଲାବ ଖସିପଡ଼ିବାରୁ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ଥାନେର ଖୁଟଡି ସର୍ଲାମ୍ବେ ଗାଁରେ ଏହି ଅଘଟଣ ଘଟିଛି ।

ପୁଣେ: ମୃତ୍ୟୁ ବି ଏପରି ଆସେ ତାହା କେହି ଜାଣି ପାରିନଥାନ୍ତି । ସକାଳୁ ସକାଳୁ ନିଜ କାମରେ ଲାଗି ଥିଲେ । ହେଲେ ଜାଣିନଥିଲେ କାମ କରୁଥିବା ସ୍ଥାନରେ ହିଁ ସେମାନେ ଆଖି ବୁଜି ଦେବେ । ଆଜି ସକାଳର ସୂର୍ଯ୍ୟ ଉଦୟ ଏମାନଙ୍କ ଜୀବନର ଥିଲା ଶେଷ ସୂର୍ଯ୍ୟ ଉଦୟ ।

ମହାରାଷ୍ଟ୍ର ଥାନେରେ ଘଟିଛି ବଡ଼ ଦୁର୍ଘଟଣା। ଆଜି ସକାଳେ ଘଟିଛି ଏହି ଦୁଃଖଦ ଘଟଣା। ବ୍ରିଜ ନିର୍ମାଣ ସମୟରେ କ୍ରେନ ଏବଂ ସ୍ଲାବ ଖସିପଡ଼ିବାରୁ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ଥାନେର ଖୁଟଡି ସର୍ଲାମ୍ବେ ଗାଁରେ ଏହି ଅଘଟଣ ଘଟିଛି । ଯାହା ଜଣାପଡିଛି ଏକ ଗର୍ଡର ଲଞ୍ଚିଂ ମେସିନ୍ ଖସିପଡିବା ପରେ ଏହା ତଳେ ଚାପି ହୋଇ କାମ କରୁଥିବା ୧୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ସମୃଦ୍ଧି ଏକ୍ସପ୍ରେସ ରାଜପଥରେ ଏହି ମେସିନ୍ ବ୍ୟବହାର କରାଯାଉଥିଲା।

ତେବେ ଏହି ଦୁର୍ଘଟଣାରେ ବହୁତ ଲୋକ ଆହତ ହୋଇଥିବାର ମଧ୍ୟ ସୂଚନା ରହିଛି। ଅନେକ ଲୋକ ଏବେ ମଧ୍ୟ ଭଗ୍ନାବଶେଷ ତଳେ ପୋତି ହୋଇ ରହିଥିବାରୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି। ଘଟଣାସ୍ଥଳରେ ଏନଡିଆରଏଫ ପହଞ୍ଚିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡିଆରଏଫ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଥାନେ ଜିଲ୍ଲାର ଶାହପୁର ତହସିଲର ଏକ ବ୍ରିଜ ନିର୍ମାଣବେଳେ ଗାର୍ଡର୍ ମେସିନକୁ ସଂଯୋଗ କରୁଥିବା କ୍ରେନ୍ ଏବଂ ସ୍ଲାବ୍ ୧୦୦ ଫୁଟ ଉଚ୍ଚତାରୁ ଖସିପଡିଥିଲା। ସ୍ଲାବ ଉପରେ କ୍ରେନ୍ ଖସିପଡିବାରୁ ଉଭୟ ସ୍ଲାବ ଓ କ୍ରେନ ତଳେ କାମ କରୁଥିବା ଶ୍ରମିକଙ୍କ ଉପରେ ପଡିଯାଇଥିଲା। ଏହି ଭୟଙ୍କର ଦୁର୍ଘଟଣାକୁ ଭାବିଲା ବେଳକୁ ଛାତି ଥରିଉଠିଛି ।


ତେବେ ଘଟଣାସ୍ଥଳରେ ଦୁଇଟି ଏନଡିଆରଏଫ୍ ଟିମ୍ ପହଁଚିଥିବା ଜଣାପଡିଛି। ଏପଟେ ବାଲାସାହେବ ଠାକରେ ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗ ନାମରେ ନାମିତ ସମୃଦ୍ଧି ମହାମାର୍ଗ, ମୁମ୍ବାଇ ଏବଂ ନାଗପୁରକୁ ସଂଯୋଗ କରୁଥିବା ୭୦୧ କିଲୋମିଟର ଲମ୍ବା ଏକ୍ସପ୍ରେସୱେର ନିର୍ମାଣବେଳେ ଏହି ଅଘଟଣ ଘଟିଛି।

ଏପଟେ ଏହି ଅଘଟଣ ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ଏହା ଏକ ଦୁର୍ଭାଗ୍ୟଜନକ ଘଟଣା । ଏହାସହ ସେ ମୃତକଙ୍କ ପରିବାରଙ୍କୁ ୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ସ୍ୱିଜରଲ୍ୟାଣ୍ଡରେ ଅବସ୍ଥିତ ଏକ କମ୍ପାନୀ ଏଠାରେ କାମ କରୁଥିଲା । ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.