କେବେ ଆପଣ ଭାବିଛନ୍ତି କି, ଟ୍ରେନ୍‌ ଇଞ୍ଜିନ୍‌ କେତେ ମାଇଲେଜ୍‌ ଦେଇଥାଏ? ଜାଣିଲେ ଉଡ଼ିଯିବ ହୋସ୍‌!

ଆଜି ବି ଭାରତୀୟମାନଙ୍କୁ ଲମ୍ବା ଯାତ୍ରାରେ ନେବାରେ ଟ୍ରେନ୍‌ ସବୁଠାରୁ ଉଚିତ ମାର୍ଗ ହୋଇ ରହିଛି। ଭାରତର ଲୋକେ ସବୁଠାରୁ ଅଧିକ ଟ୍ରେନ୍‌ରେ ହିଁ ଯାତ୍ରା କରିଥାଆନ୍ତି। କେବଳ ଏତିକି ନୁହେଁ, ଭାରତୀୟ ରେଲେଓ୍ଵ ମଧ୍ୟ ଲୋକଙ୍କୁ ସବୁଠାରୁ ଅଧିକ ରୋଜଗାର ଦେଇଛି।

୧୮୫୩ରେ ଭାରତୀୟ ରେଳର ଶୁଭାରମ୍ଭ ହୋଇଥିଲା। କିନ୍ତୁ ଆପଣ ଜାଣିଛନ୍ତି କି, ଅନ୍ୟ ଫୋର୍‌ ହ୍ଵିଲର ଗାଡ଼ିଗୁଡ଼ିକ ଭଳି ରେଳ ଇଞ୍ଜିନରେ ଡିଜେଲ ପକାଯାଇଥାଏ? ଆଉ ଏହା ଅନ୍ୟ ଗାଡ଼ି ଭଳି ମାଇଲେଜ୍‌ରେ ହିଁ ଚାଲିଥାଏ।

train2

ଏହାସହ ପଢ଼ନ୍ତୁ: ମହିଳାଙ୍କ ଅଜବ ସଉକ, ଯାହାକୁ ପୂରା କରିବା ପାଇଁ ଖର୍ଚ୍ଚ କରି ଦିଅନ୍ତି କୋଟି କୋଟି ଟଙ୍କା!

ଆଜି ଆମେ ଆପଣଙ୍କୁ ଟ୍ରେନ୍‌ ଇଞ୍ଜିନ୍‌ କେତେ ମାଇଲେଜ୍‌ ଦେଇଥାଏ, ତାହା ବିଷୟରେ କହିବାକୁ ଯାଉଛୁ। ଡିଜେଲ ଇଞ୍ଜିନଗୁଡ଼ିକୁ ନିଜ ନିଜ କ୍ଷମତା ଆଧାରରେ ୩ ଭାଗରେ ବିଭକ୍ତ କରାଯାଇଛି। ଯେପରି, ୫୦୦୦ ଲିଟର, ୫୫୦୦ ଲିଟର ଏବଂ ୬୦୦୦ ଲିଟର।

କିଛି ରିପୋର୍ଟ ଅନୁସାରେ, ୨୪ ଡବା ଥିବା ଟ୍ରେନ୍‌ ୬ ଲିଟରରେ ୧ କିଲୋମିଟର ଯାତ୍ରା ପୂରା କରିପାରିଥାଏ। କିନ୍ତୁ ଏକ୍ସପ୍ରେସ୍‌ ଟ୍ରେନ୍‌ର ମାଇଲେଜ୍‌ ୪.୫ ଲିଟରରେ ମାତ୍ର ୧ କିଲୋମିଟର ହୋଇଥାଏ। ଏହିଭଳି ଭାବେ ଟ୍ରେନ୍‌ ଇଞ୍ଜିନ ଡିଜେଲରେ ଖୁବ୍‌ କମ୍‌ ମାଇଲେଜ୍‌ ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.