ମମତାଙ୍କୁ ହାଇକୋର୍ଟଙ୍କ ଝଟକା, ପ୍ରତି ପୂଜା ପେଣ୍ଡାଲକୁ ୧୦ ହଜାର ଟଙ୍କା ପ୍ରଦାନ ନିଷ୍ପତ୍ତି ଉପରେ ଲାଗିଲା ରୋକ୍

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ଼ ଝଟକା ଦେଲେ ହାଇକୋର୍ଟ । ରାଜ୍ୟର ପ୍ରତି ଦୁର୍ଗାପୂଜା କମିଟିକୁ ପଶ୍ଚିମବଙ୍ଗ ସରକାର ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିଲେ । ୨୮ ହଜାର ପୂଜା କମିଟି ଏହି ଟଙ୍କା ପାଇଥନ୍ତେ । ଏ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା । ତେବେ ତା ଉପରେ କଲିକତା ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ମାମଲାର ଶୁଣାଣି ଆରମ୍ଭ ହୋଇଛି । ପରବର୍ତ୍ତୀ ଶୁଣାଣି ଆସନ୍ତା ୯ ତାରିଖରେ ହେବ ।

ପୂର୍ବରୁ ମମତାଙ୍କ ନିଷ୍ପତ୍ତିର ବିରୋଧ କରି ମୌଲବୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନେ ଦାବି ରଖିଥିଲେ ଯେ ଯଦି ପୂଜା ପେଣ୍ଡାଲକୁ ୧୦ ହଜାର ଟଙ୍କା ଲେଖାଏଁ ଦିଆଯାଉଛି ତେବେ ମୌଲବିଙ୍କ ଭତ୍ତା କାହିଁକି ଅଢ଼େଇ ହଜାରରୁ ୧୦ ହଜାର କରାଯାଉ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.