ବିମାନର ମଝି ସିଟ୍‌ରେ ଯାତ୍ରୀ ବସାଇବା ନେଇ ସୁପ୍ରିମ କୋଟଙ୍କ କେନ୍ଦ୍ରକୁ ତାଗିଦ୍‌, ଲୋକଙ୍କର ନୁହେଁ ସରକାରଙ୍କୁ କ’ଣ ଏୟାର ଇଣ୍ଡିଆ ଚିନ୍ତା

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଚ୍ଚତମ ନ୍ୟାୟାଳୟ ବିମାନରେ ଯାତ୍ରା କରିବା ବେଳେ ବିମାନର ମଝି ସିଟ୍‌ ଖାଲି ରଖିବାକୁ ବିମାନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ବିମାନ କତ୍ତୃପକ୍ଷ ଏହାକୁ ପାଳନ କରୁନଥିବା ଦେଖିବାକୁ ମିଳିଛି ।

ଏୟାର ଇଣ୍ଡିଆ ଯାତ୍ରା ବେଳେ ସବୁ ସିଟ୍‌ରେ ଯାତ୍ରୀ ବସାଇ ଆଣୁଥିବାରୁ ସୁପ୍ରିମ୍‌କୋର୍ଟ ଏହା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଲୋକଙ୍କ ଜୀବନ ଠାରୁ କ’ଣ ସରକାରଙ୍କୁ ଏୟାର ଇଣ୍ଡିଆ ଚିନ୍ତା ବୋଲି ସୁପ୍ରିମକୋର୍ଟ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ।

AIR INDIA.JPG-1

ସୋମବାର ଛୁଟି ସତ୍ତ୍ୱେ ପ୍ରଧାନ ବିଚାରପତି ଏସ୍‌ ଏ ବୋବ୍‌ଡ଼େ, ଜଷ୍ଟିସ୍‌ ଏ ଏସ୍‌ ବୋପନ୍ନା ଓ ଜଷ୍ଟିସ୍‌ ଋଷିକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ କେନ୍ଦ୍ର ଅପିଲ ଉପରେ ଶୁଣାଣି କରିଛନ୍ତି ।

ଏୟାର ଇଣ୍ଡିଆକୁ ୧୦ ଦିନ ପାଇଁ ମଝି ସିଟ୍‌ରେ ଯାତ୍ରୀ ବସାଇବାକୁ ଅନୁମତି ଦେଇଛନ୍ତି । ଏହା ସହିତ ମୁମ୍ବାଇ ଉଚ୍ଚ ନ୍ୟାୟାଳୟକୁ ଉଡ୍ଡୟନ ମହାନିର୍ଦ୍ଦେଶାଳୟ ସର୍କୁଲାର ବିରୋଧରେ ଦାଖଲ ହୋଇଥିବା ପିଟିସନ୍‌ର ଯଥାଶୀଘ୍ର ନିର୍ଣ୍ଣୟ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

AIR INDIA.JPG-2

ସୁପ୍ରିମ୍‌କୋର୍ଟ ଖଣ୍ଡପୀଠ କହିଛନ୍ତି ଯେ ଏୟାର ଇଣ୍ଡିଆ ଓ ଅନ୍ୟ ବିମାନ, ଯାତ୍ରୀଙ୍କ ସୁରକ୍ଷା ପାଇଁ ବିମାନ ମଝି ସିଟ୍‌ ଖାଲି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେଣୁ ନ୍ୟାୟାଳୟର ନିର୍ଦ୍ଦେଶକୁ ପାଳନ କରିବାକୁ ହେବ । କାରଣ ଏୟାର ଇଣ୍ଡିଆ ଅପେକ୍ଷା ଆପଣଙ୍କୁ ଯାତ୍ରୀଙ୍କର ଅଧିକ ଚିନ୍ତା କରିବା କଥା ବୋଲି କେନ୍ଦ୍ରକୁ ସୁପ୍ରିମକୋର୍ଟ କହିଛନ୍ତି ।

Leave A Reply

Your email address will not be published.